ବିଜେପିରେ ଯୋଗ ଦେଲେ ସନ୍ନି ଦେଓଲ

Published: Apr 23, 2019, 12:13 pm IST
SUNNY DEOL JOINS BJP

ବିଜେପିରେ ଯୋଗ ଦେଇଛନ୍ତି ବଲିଉଡ୍‌ ଅଭିନେତା ସନ୍ନି ଦେଓଲ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ପୀୟୁଷ ଗୋୟଲଙ୍କ ଉପସ୍ଥିତିରେ ସନ୍ନି ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବରୁ ସନ୍ନିଙ୍କ ପିତା ମାତା ଧର୍ମେନ୍ଦ୍ର ଏବଂ ହେମା ମାଳିନୀ ବିଜେପିରେ ଯୋଗ ଦେଇଛନ୍ତି । ସନ୍ନି ପଞ୍ଜାବର ଗୁରୁଦାସପୁରରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି । ଉଭୟ ଗୋୟଲ ଏବଂ ସୀତାରମଣ ସନ୍ନି ଦେଓଲଙ୍କ ପ୍ରଶଂସା କରିଥିଲେ । ସନ୍ନିଙ୍କ ଚଳଚିତ୍ର ସୁରକ୍ଷାବଳକୁ ସର୍ବଦା ପ୍ରେରଣା ଦେଇଥାଏ ବୋଲି ଉଭୟ ନେତା କହିଥିଲେ । ନିଜ ପିତାଙ୍କ ପ୍ରେରଣାରେ ବିଜେପିର ବିକାଶ ଯୋଗୁଁ ମୋଦିଙ୍କ ସହିତ ଯୋଡି ହେବାକୁ ନିଷ୍ପତ୍ତି ନେଇଛି ବୋଲି କହିଥିଲେ ସନ୍ନି ଦେଓଲ । ପୂର୍ବରୁ ବିଜେପି ସଭାପତି ଅମିତ ଶାହଙ୍କୁ ଭେଟିଥିବା ସନ୍ନି ଆଜି ଅମ୍ରିତ୍‌ସରରେ ହରଦୀପ୍‌ ପୁରୀଙ୍କୁ ଭେଟିବା ପରେ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ସନ୍ନିଙ୍କ ପିତା ଧର୍ମେନ୍ଦ୍ର ରାଜସ୍ଥାନର ବିକାନେରରୁ ସାଂସଦ ରହିଥିବା ବେଳେ ମାତା ହେମା ମାଳିନୀ ମଥୁରାରୁ ବିଜେପିର ସାଂସଦ ରହିଛନ୍ତି ।

Related posts