ପୂର୍ବତଟ ରେଳପଥ ପକ୍ଷରୁ ୭୩ତମ ଗଣତନ୍ତ୍ର ଦିବସ ପାଳିତ

Published: Jan 26, 2022, 11:39 am IST

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ରେଳବାଇ ଷ୍ଟାଡିୟମ ଠାରେ ୭୩ତମ ଗଣତନ୍ତ୍ର ଦିବସ କୋଭିଡ ନିୟମ ଅନୁଯାୟୀ ପାଳିତ ହୋଇଯାଇଅଛି. ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ରେଳବାଇ ସୁରକ୍ଷା ବଳ ପକ୍ଷରୁ ଆୟୋଜିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ.

ରେଳବାଇ କର୍ମଚାରୀ ଓ ସେମାନଙ୍କର ପରିବାର ବର୍ଗଙ୍କ ସହିତ ରେଳବ୍ୟବହାରକାରୀଙ୍କ ଉଦ୍ୟେଶରେ ଉଦବୋଧନ ଦେଇ ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଏହି ଅବସରରେ କହିଛନ୍ତି ଯେ, କୋଭିଡ ମହାମାରୀ ପ୍ରତ୍ୟେକ ବ୍ୟକ୍ତି ତଥା ପ୍ରତ୍ୟେକ ସଂଗଠନର ଜୀବନକୁ ଅପ୍ରତ୍ୟାଶିତ ଭାବରେ ପ୍ରଭାବିତ କରିଛି. ସାଧାରଣତ ବିଶ୍ୱର ଲୋକମାନେ କୋଭିଡକୁ ପ୍ରଗତି ଏବଂ ଆନନ୍ଦ ପାଇଁ ଏକ ପ୍ରତିବନ୍ଧକ ଭାବରେ ଦେଖୁଛନ୍ତି, ସେତେବେଳେ ରେଳବାଇ କୋଭିଡ ମହାମାରୀକୁ ଦେଶର ବିକାଶ ତଥା ଏହାର ପ୍ରଗତି ପାଇଁ ଏହାକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରିଛି.

ମହାମାରୀ ସମୟରେ ରେଳବାଇ ଏକ ସୁସ୍ଥ, ଉପଭୋଗ୍ୟ, ଉତ୍ପାଦନକାରୀ ଏବଂ ଆରାମଦାୟକ ଜୀବନଯାପନରେ ବିକଶିତ ହେବା ପାଇଁ ନିଜର ଇଚ୍ଛା ଏବଂ କ୍ଷମତାକୁ ଦୃଢ଼ୀଭୁତ କରିଛି. ଆମର ବିକାଶମୂଳକ ପ୍ରଗତିରେ ଜୈବିକ ଆହ୍ୱାନ ଗୁଡିକୁ ପରାସ୍ତ କରିବା ପାଇଁ ରେଳବାଇ ଏହାର କାର୍ଯ୍ୟ, ଜୀବିକା, ଆଚରଣ ଏବଂ ଜଡ଼ିତ ଉପାୟଗୁଡ଼ିକର ପୁନ-ପ୍ରକ୍ରିୟା ଏବଂ ପୁନ ଅନୁଧ୍ୟାନ କରିଛି। ଔଷଧ, ଖାଦ୍ୟ ଶସ୍ୟ, ଖାଦ୍ୟ ସାମଗ୍ରୀ, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଭାରତରେ ଶିଳ୍ପ କାରବାରକୁ ସମର୍ଥନ କରିବା ପାଇଁ ରେଳବାଇ ମାଲବାହୀ ଟ୍ରେନ୍ ଗୁଡ଼ିକୁ ଅତ୍ୟାବଶକୀୟ ସାମଗ୍ରୀ ଯଥା କୋଇଲା, ଇସ୍ପାତ ଇତ୍ୟାଦି ପରିବହନ କରି ଦେଶର ସମୃଦ୍ଧି ବ୍ୟାଘାତ ନଘଟାଇବାପାଇଁ ପ୍ରୟାସ କରିଆସିଅଛି.

ରେଳବାଇର ଆଦର୍ଶ ଉତ୍ସର୍ଗୀକୃତ ସେବା ସହିତ, ପୂର୍ବତଟ ରେଳପଥର କାର୍ଯ୍ୟବଳ ସମସ୍ତ ଜୋନ୍ ମଧ୍ୟରେ ସର୍ବୋଚ୍ଚ ମାଲ ପରିବହନ ଜୋନ୍ ଭାବରେ ଅବ୍ୟାହତ ଜାରିରଖିଛି। ଚଳିତ ଆର୍ଥିକ ବର୍ଷରେ ତଥା ଏପ୍ରିଲ୍- ୨୧ରୁ ଡିସେମ୍ବର-୨୧ ମଧ୍ୟରେ ପୂର୍ବତଟ ରେଳପଥ ହେଉଛି ଭାରତୀୟ ରେଳବାଇର ପ୍ରଥମ ଜୋନ୍ ଯାହାକି ୨୪୪ ଦିନ ମଧ୍ୟରେ ଦ୍ରୁତତମ ୧୫୦ ନିୟୁତ ଟନ୍ ମାଲ ପରିବହନକୁ ଅତିକ୍ରମ କରି ୧୭୦.୭୮ ନିୟୁତ ଟନ୍ ପାନ୍ୟ ବୋଝେଇ କରି ଗତ ବର୍ଷ ତୁଳନାରେ ୧୮.୩୭% ବୃଦ୍ଧି ଆଣିପାରିଛି। ସୁଧୀର କୁମାର କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ପୂର୍ବତଟ ରେଳପଥ କାର୍ଯ୍ୟବଳ ୨୨୯.୯୦ ନିୟୁତ ଟାଣ ପଣ୍ୟ ବୋଝେଇର ଲକ୍ଷ୍ୟ ହାସଲ କରିପାରିବ ବୋଲି ଆଶା କରାଯାଉଅଛି।

ଏହି ଅବସରରେ ରେଳପଥର ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀ ମାନଙ୍କ ସହିତ ଅନ୍ୟାନ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନେ ଗଣତନ୍ତ୍ର ଦିବସ ପାଳନ ଅବସରରେ ଉପସ୍ଥିତ ଥିଲେ। ରେଳପଥର ଉପ ମହାପ୍ରବନ୍ଧକ ଅଶୋକ କୁମାର ମିଶ୍ର ଆୟୋଜିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Related posts