ପୁରୀ ନାବାଳିକା ଦୁଷ୍କର୍ମ ଘଟଣା: ପୋଲିସ ନିଷ୍କ୍ରିୟତା ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

Published: Jan 26, 2022, 12:30 pm IST

ଭୁବନେଶ୍ୱର: ପୁରୀ ସହରରେ ଗତ 23 ତାରିଖରେ ଜଣେ ପାଂଚ ବର୍ଷୀୟା ବାଳିକାକୁ ଧର୍ଷଣ କରାଯିବା ଘଟଣାରେ କଂଗ୍ରେସ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି । ଏହି ସରକାରଙ୍କ ଶାସନରେ ଆଇନ ଶୃଖଂଳା ପରିସ୍ଥିତି ସଂପୂର୍ଣ୍ଣ ଭୁଶୁଡି ପଡିବା ସହିତ ଅପରାଧୀମାନଙ୍କର ଚରାଭୂଇଁ ପାଲଟିଛି ବୋଲି ଦଳ ଅଭିଯୋଗ କରିଛି ।

ଏହି ସମ୍ବେଦନଶୀଳ ଘଟଣା ଉପରେ ପ୍ରତିକ୍ରିୟା ରଖି ଦଳର ମୁଖପାତ୍ର ଆଡଭୋକେଟ୍ ନିଶିକାନ୍ତ ମିଶ୍ର କହିଛନ୍ତି, ଏହି ଘଟଣାରେ ଅଭିଯୁକ୍ତ ହେଉଛି ଜଣେ ଅଭ୍ୟାସଗତ ଅପରାଧୀ । କିନ୍ତୁ ତାକୁ ପୁଲିସ୍ ଧରିବାରେ ବିଫଳ ହୋଇଛି । ଏହି ଘଟଣା ସ୍ପଷ୍ପ କରୁଛି ଯେ ଅପରାଧୀମାନେ ପୁଲିସ୍ କୁ ସିଧା ଚ୍ୟାଲେଂଜ୍ ଦେଉଛନ୍ତି ।

ଏହି ଗୁରୁତର ଘଟଣାକୁ ପୁଲିସ୍ ତୁରନ୍ତ ‘ରେଡ୍ ଫ୍ଲାଗ୍’ ଶ୍ରେଣୀଭୁକ୍ତ କରୁ ବୋଲି ସେ ଦାବି କରିଛନ୍ତି । ଅପରାଧୀକୁ ତୁରନ୍ତ ଗିରଫ କରିବା ପାଇଁ ପୁଲିସ୍ ଡିଜି ଏହା ଉପରେ ଧ୍ୟାନ ଦେବା ସହ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ଶୀଘ୍ର ସଠିକ୍ ତଦନ୍ତ କରାଇବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି ।

Related posts