Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପରୀକ୍ଷାର୍ଥୀଙ୍କ ଆଶଙ୍କା ଦୂର କରିବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଜନସମ୍ପର୍କ ଶିବିର ଆୟୋଜନ
ଆଜିର ଖବର

ପରୀକ୍ଷାର୍ଥୀଙ୍କ ଆଶଙ୍କା ଦୂର କରିବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଜନସମ୍ପର୍କ ଶିବିର ଆୟୋଜନ

January 27, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ
ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

ଭୁବନେଶ୍ବର: ରେଳବାଇ ଭର୍ତ୍ତି ବୋର୍ଡ (ଆରଆରବି) ଦ୍ୱାରା ଜାରି ହୋଇଥିବା ଅଣ ବୈଷୟିକ ଲୋକପ୍ରିୟ ବର୍ଗ (NTPC) ର କେନ୍ଦ୍ରୀୟ ନିଯୁକ୍ତି ବିଜ୍ଞପ୍ତି CEN 01/2019 ସମ୍ବନ୍ଧରେ ଜାତୀୟ ଗଣମାଧ୍ୟମ ମାନଙ୍କରେ ଆଲୋଚନାରେ ଭାଗନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳାବାଇରେ ନିଯୁକ୍ତି ପାଇଁ ଆଶାୟୀ ପରୀକ୍ଷାର୍ଥୀ ମାନଙ୍କୁ ବେଆଇନ କାର୍ଯ୍ୟ ନକରିବାକୁ ନିବେଦନ କରିଛନ୍ତି।

ଆଲୋଚନା ସମୟରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ଆରଆରବି ପରୀକ୍ଷାଗୁଡ଼ିକ ସର୍ବୋଚ୍ଚ ଅଖଣ୍ଡତାର ମାନ ବଜାୟ ରଖିବା ସହ ସ୍ୱଚ୍ଛ ଓ ନିର୍ମଳ ଭାବରେ ପରିଚାଳିତ ହୋଇଅଛି।  ଏହା ଲକ୍ଷ୍ୟ କରାଯାଇଛି ଯେ ରେଳାବାଇରେ ନିଯୁକ୍ତି ପାଇଁ ଆଶାୟୀ ପରୀକ୍ଷାର୍ଥୀମାନେ କେତେକ ସ୍ଥାନରେ ଭଙ୍ଗାରୁଜା/ବେଆଇନ କାର୍ଯ୍ୟରେ ଲିପ୍ତ ରହିଛନ୍ତି ଯେପରିକି ରେଳ ଟ୍ରାକରେ ବିରୋଧ କରିବା, ଟ୍ରେନ୍ ଚଳାଚଳ ବ୍ୟାହତ କରିବା, ରେଳବାଇର ସମ୍ପତ୍ତି ନଷ୍ଟ କରିବା ଇତ୍ୟାଦି। ରେଳାବାଇରେ ନିଯୁକ୍ତି ପାଇଁ ଆଶାୟୀ ପରୀକ୍ଷରଥୀ ମାନେ ଭୁଲ୍ ମାର୍ଗରେ ନ ଯିବାକୁ କିମ୍ବା ଭ୍ରମ ସୃଷ୍ଟି କରୁଥିବା କିଛି ନ୍ୟସ୍ତ ସ୍ୱାର୍ଥ ଗୁଡିକର ପ୍ରଭାବରେ ନଆସିବାକୁ ରେଳ ମନ୍ତ୍ରୀ ପରାମର୍ଶ ଦେଇଅଛନ୍ତି।

ରେଳାବାଇରେ ନିଯୁକ୍ତି ପାଇଁ ଆଶାୟୀ ପରୀକ୍ଷାର୍ଥୀ ମାନଙ୍କ ଆଶଙ୍କାକୁ ବିଚାରକୁ ନେଇ ରେଳ ମନ୍ତ୍ରୀ ରେଲୱେ ବୋର୍ଡ ଏବଂ ଜୋନାଲ ରେଳବାଇର ସର୍ବୋଚ୍ଚ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ସ୍ତରୀୟ କମିଟି ଗଠନ କରିବାକୁ ପରାମର୍ଶ ଦେଇଛନ୍ତି ଯାହା ଦ୍ୱାରା 14 ଏବଂ 15 ଜାନୁଆରୀ, 2022 ରେ ପ୍ରକାଶିତ ପ୍ରଥମ ପର୍ଯ୍ୟାୟ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) -1 ଫଳାଫଳକୁ ନେଇ ଆଶାୟୀ ପରୀକ୍ଷାର୍ଥୀ ମାନେ ଉଠାଇଥିବା ଚିନ୍ତା ଏବଂ ସନ୍ଦେହ ଉପରେ ଦୃଷ୍ଟି ରଖାଯାଇପାରିବ।

ଉପରୋକ୍ତ ବିଷୟଗୁଡିକ ଆଧାରରେ ପୂର୍ବ ତଟ ରେଳପଥ ଏକ ଜନସମ୍ପର୍କ ଶିବିର ଗଠନ କରିଛି ଯାହା ରେଳବାଇ ଭର୍ତ୍ତି ବୋର୍ଡ ଗୁଡିକର ଅଣ ବୈଷୟିକ ଲୋକପ୍ରିୟ ବର୍ଗ (NTPC) ର କେନ୍ଦ୍ରୀୟ ନିଯୁକ୍ତି ବିଜ୍ଞପ୍ତି CEN 01/2019 ର ପ୍ରଥମ ପର୍ଯ୍ୟାୟ CBT ର ଫଳାଫଳକୁ ନେଇ ପ୍ରାର୍ଥୀମାନଙ୍କ ଦ୍ୱାରା ଉଠାଯାଇଥିବା ଚିନ୍ତା ଏବଂ ସନ୍ଦେହକୁ ପରଖିବା ପାଇଁ ଉଚ୍ଚ ସ୍ତରୀୟ କମିଟି ଦ୍ୱାରା ଅସୁବିଧା ଦୁରକରାଯାଇ ପାରିବ।

ଏହି ଉଚ୍ଚ ସ୍ତରୀୟ କମିଟି ମାଧ୍ୟମରେ ପରୀକ୍ଷାର୍ଥୀ ମାନଙ୍କ ଦ୍ୱାରା ଦର୍ଶାଯାଇଥିବା ନିମ୍ନଲିଖିତ ପ୍ରସଙ୍ଗକୁ ଗ୍ରହଣ ଏବଂ ସୁପାରିଶ କରାଯିବ :

1. CEN 01/2019 (NTPC) ର ପ୍ରଥମ ପର୍ଯ୍ୟାୟ CBT ର ଫଳାଫଳ ଏବଂ ବିଦ୍ୟମାନ ସଂକ୍ଷିପ୍ତ ତାଲିକା ହୋଇଥିବା ପ୍ରାର୍ଥୀଙ୍କୁ ପ୍ରଭାବିତ ନକରି ଦ୍ୱିତୀୟ ପର୍ଯ୍ୟାୟ CBT ପାଇଁ ପ୍ରାର୍ଥୀମାନଙ୍କୁ ସଂକ୍ଷିପ୍ତ ତାଲିକା କରିବା ପାଇଁ ବ୍ୟବହୃତ ପଦ୍ଧତି।

2. CEN RRC 01/2019 ରେ ଦ୍ୱିତୀୟ ପର୍ଯ୍ୟାୟ CBT ର ପ୍ରଚଳନ।

3. ପ୍ରାର୍ଥୀମାନେ ସେମାନଙ୍କର ଚିନ୍ତାଧାରା ଏବଂ ପରାମର୍ଶକୁ ଇମେଲ rrbcommite@railnet.gov.in ଠିକଣାରେ କମିଟିରେ ଦାଖଲ କରିପାରିବେ:

ରେଳାବାଇରେ ନିଯୁକ୍ତି ଆଶାୟୀ ପରୀକ୍ଷାର୍ଥୀ ମାନଙ୍କ ଅଭିଯୋଗ ଏବଂ ପରାମର୍ଶ ଗୁଡିକୁ ଯତ୍ନର ସହ ଶୁଣାଣି କରିବା ପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ଜନସମ୍ପର୍କ ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ପ୍ରତ୍ୟେକ ରେଳମଣ୍ଡଳରେ ଏବଂ ଭୁବନେଶ୍ୱର ଠାରେ ଏହି ଜନସମ୍ପର୍କ ଶିବିର ଖୋଲାଯାଇଛି ଯେଉଁଠାରେ ଆଶାୟୀ ପ୍ରାର୍ଥୀମାନେ ଆସି ସେମାନଙ୍କ ଅଭିଯୋଗ ପଞ୍ଜିକରଣ କରିପାରିବେ ଯାହାକି ଅଭିଯୋଗର ସମାଧାନ ପାଇଁ ସର୍ବୋଚ୍ଚ ସ୍ତରରେ ବିଚାର କରାଯିବ।

ରେଳବାଇ ଭର୍ତ୍ତି ବୋର୍ଡ ଗୁଡିକର ସମସ୍ତ ଅଧ୍ୟକ୍ଷ ମାନଙ୍କୁ ମଧ୍ୟ ସେମାନଙ୍କ ଦ୍ୱାରା ପ୍ରାର୍ଥୀଙ୍କ ଅଭିଯୋଗ ଗ୍ରହଣ କରିବା ଏବଂ ଅଭିଯୋଗଗୁଡିକ ସଂକଳନ କରିବାକୁ ଓ ଏହାକୁ କମିଟିକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରାର୍ଥୀମାନଙ୍କୁ ସେମାନଙ୍କର ଚିନ୍ତାଧାରା ଦାଖଲ କରିବାକୁ 16.02.2022 ପର୍ଯ୍ୟନ୍ତ ତିନି ସପ୍ତାହ ସମୟ ଦିଆଯାଇଅଛି ଏବଂ ଅଭିଯୋଗ ଗୁଡିକର ଯାଞ୍ଚ କରିବା ପରେ କମିଟି 04.03.2022 ସୁଦ୍ଧା ସେମାନଙ୍କ ସୁପାରିଶ ଦାଖଲ କରିବେ।

15 ଫେବୃଆରୀ 2022 ଠାରୁ ପ୍ରାରମ୍ଭ କରାଯିବାକୁଥିବା CEN 01/2019 (NTPC) ର ଦ୍ୱିତୀୟ ପର୍ଯ୍ୟାୟ କମ୍ପୁଟରୀକୃତ ପରୀକ୍ଷା ଏବଂ 23 ଫେବୃଆରୀ 2022 ଠାରୁ ପ୍ରାରମ୍ଭ କରାଯିବାକୁଥିବା CEN RRC 01/2019 ର ପ୍ରଥମ ପର୍ଯ୍ୟାୟ କମ୍ପୁଟରୀକୃତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।

NTPC ଅଶ୍ୱିନୀ ବୈଷ୍ଣବ ଆରଆରବି କେନ୍ଦ୍ର ରେଳମନ୍ତ୍ରୀ ଜନସମ୍ପର୍କ ଶିବିର ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.