ପୂର୍ବ ଦିଲ୍ଲୀରୁ ଗୌତମ ଗମ୍ଭୀରଙ୍କ ନାମାଙ୍କନ ପତ୍ର ଦାଖଲ

Published: Apr 23, 2019, 1:46 pm IST
Gautam-Gambhir files nomination from east delhi

କ୍ରିକେଟରରୁ ରାଜନେତା ବନିଥିବା ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ବିଜେପି ପକ୍ଷରୁ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ସେ ଏକ ରୋଡ ଶୋ କରି ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପୂର୍ବରୁ ଏହି ଆସନରୁ ପ୍ରାର୍ଥୀ ରହିଥିବା ମହେଶ ଗିରି ଗମ୍ଭୀରଙ୍କୁ ନାମାଙ୍କନ ଦାଖଲ ପରେ ଶୁଭେଚ୍ଛା ଜଣାଇଛନ୍ତି । ଗମ୍ଭୀର କଂଗ୍ରେସର ଅରବିନ୍ଦର ସିଂହ ଲଭଲୀ ଓ ଆପ୍‌ର ଅତୀଶଙ୍କ ସହ ପ୍ରତିଦ୍ବନ୍ଦିତା କରିବେ । ନାମାଙ୍କନ ଦାଖଲ କରିବା ସମୟରେ ଗମ୍ଭୀର କହିଛନ୍ତି, ବିଗତ 5 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା କରାଯାଉଥିବା ବିକାଶ ମୂଳକ କାମରେ ନିଜର ସାମାନ୍ୟ ଯୋଗଦାନ ପାଇଁ ମୁଁ ରାଜନୀତିକୁ ଆସିଛି । ମୋଦିଙ୍କ ସାମ୍ରାଜ୍ୟକୁ ଆଗକୁ ବଢାଇବା ମୋର ପ୍ରଥମ ଲକ୍ଷ୍ୟ ରହିବ । ଏହି 37 ବର୍ଷୀୟ ପୂର୍ବତନ କ୍ରିକେଟର ଡିସେମ୍ବର 4, 2018ରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଗ୍ରହଣ କରିଥିଲେ ।

Related posts