Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମିଲରଙ୍କୁ ଗିରଫ କରିବାକୁ କୁଆଡ଼େ ଗଲେ ଯୋଗାଣମନ୍ତ୍ରୀ? ରାଜ୍ୟରେ ଭୁଷୁଡ଼ିଲାଣି ସରକାରୀ କଳ: ଶେଷଦେବ ନନ୍ଦ
ଆଜିର ଖବର

ମିଲରଙ୍କୁ ଗିରଫ କରିବାକୁ କୁଆଡ଼େ ଗଲେ ଯୋଗାଣମନ୍ତ୍ରୀ? ରାଜ୍ୟରେ ଭୁଷୁଡ଼ିଲାଣି ସରକାରୀ କଳ: ଶେଷଦେବ ନନ୍ଦ

January 28, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ନିର୍ବାଚିତ ସରକାର ଅଛି ଓ ବିଭିନ୍ନ ବିଭାଗର ବିଭାଗୀୟ ମନ୍ତ୍ରୀ ଅଛନ୍ତି ଏମିତି ଏବେ ଅନୁଭବ କରିହେଉନି। କାରଣ ରାଜ୍ୟରେ ଏବେ ଆଇନ୍‌ର ଶାସନ ଚାଲୁନାହିଁ, ସରକାରୀ କଳ ପୁରା ଭୁଷୁଡ଼ି ପଡ଼ିଲାଣି। ଆଉ କେଉଁ ବିଭାଗ କଥା ଛାଡ଼, ଖୋଦ କୃଷି, ଯୋଗାଣ, ସମବାୟ ବିଭାଗର ହାଲ୍ ଏମିତି। ଧାନ ମଣ୍ଡି ଓ ଧାନ କିଣା ଚରମ ଅବ୍ୟବସ୍ଥାରୁ ଏକଥା ଜଳ ଜଳ ଦେଖାଯାଉଛି। ଫନି, ଫାଇଲିନ୍‌, ହୁଡ୍‌ହୁଡ୍ ଓ ଜୱାଦ ଚାଷୀଙ୍କ ପାଇଁ ଯେତେ ବିପର୍ଯ୍ୟୟ ଡ଼ାକିଆଣୁଛି, ତାଠାରୁ ବେଶୀ ସମସ୍ୟା ମଣ୍ଡିରେ ମିଲରଙ୍କ ବେଆଇନ ଏଜେଣ୍ଟଙ୍କ ଉତ୍ପାତ। ମିଲର, ଜିଲ୍ଲା ପ୍ରଶାସନ, ସମବାୟ ସମ୍ପାଦକଙ୍କ ମିଲିଭଗତ ମେଣ୍ଟ ଚାଷୀର ପ୍ରାଣ ନେଇଯାଉଛି। ଚାଷୀପାଇଁ ମଣ୍ଡିରେ ଆହା ପଦେ କହିବାକୁ କେହି ନାହିଁ। ସ୍କ୍ୱାର୍ଡ଼ ଗଠନ ହୋଇନି ବହୁ ଜିଲ୍ଲାରେ, ଗଠିତ ଜିଲ୍ଲାରେ ସ୍କ୍ୱାର୍ଡ଼ର ଦେଖାନାହିଁ। ୧୨୦୦/୧୩୦୦ରେ ମିଲର କିଣୁଛନ୍ତି ସିଧାସଳଖ ଧାନ, ମଣ୍ଡିରେ ଷ୍ଟକ ଚେକ୍ ହେଉନି, ମିଲରଙ୍କ ଏଜେଣ୍ଟଙ୍କୁ ମଣ୍ଡିରୁ ବହିଷ୍କାର ଦାବି ରାଜସ୍ଥାନର ଲୋକକଥା ଅଛି ମରୁଡ଼ି ଶାଗୁଣା ଓ ସରପଞ୍ଚକୁ ଲାଭ ଦିଏ।

ସେହିପରି ଜୱାଦର ପୁରା ଫାଇଦା ଉଠାଇବାକୁ ମିଲର ଲାଗି ପଡ଼ିଛନ୍ତି। ନିର୍ବାଚନୀ ସମୟରେ ମିଲର ନିର୍ବାଚନୀ ଚାନ୍ଦା ଦେଉଥିବାରୁ ଯୋଗାଣମନ୍ତ୍ରୀ ଓ କୃଷିମନ୍ତ୍ରୀ ମଣ୍ଡିରେ ମିଲରଙ୍କ ଦାଦାଗିରି ନେଇ ପୁରାପୁରି ନୀରବ। ନିଜେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଘରୋଇ ବ୍ଲକ ଗଣିଆରେ ମଣ୍ଡିରେ କୁଇଣ୍ଟାଲ ପିଛା ୧୨କେଜି କାଟ୍ ହେଉଥିବା ବେଳେ ନୟାଗଡ ବ୍ଲକ ଓ ଓଡ଼ଗାଁରେ ୮ରୁ ୧୦ କେଜି କାଟ୍। ଏଭଳିକି ରାଜଧାନୀର ନାକତଳେ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ମିଲର କହୁଛନ୍ତି କାଟ ନଦେଲେ ଧାନ ଉଠାଇବୁ ନାହିଁ। ଏଣେ କାଟକୁ ନେଇ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଘୋଷଣା କରିଛନ୍ତି ମିଲର କଟନି ଛଟନି କଲେ ଗିରଫ ହେବେ। ଯଦି ମନ୍ତ୍ରୀଙ୍କ ଏହା କଡ଼ା ନିର୍ଦ୍ଦେଶ, ତେବେ ବ୍ଲକସ୍ତରରେ ଧାନ ମଣ୍ଡି ତଦାରଖ ପାଇଁ ଗଠନ ହୋଇଥିବା ସ୍କ୍ୱାର୍ଡ଼ ଏ ନେଇ କରୁଛି କଣ? ନିଜେ ଯୋଗାଣମନ୍ତ୍ରୀ କୁଆଡ଼େ ଗଲେ? ଯୋଗାଣ ବିଭାଗ ମାର୍ଗଦର୍ଶିକା ଅନୁସାରେ ବ୍ଲକସ୍ତରରେ ଜଣେ ଓଏଏସ୍‌ସ୍ତରୀୟ ଅଫିସରଙ୍କୁ ନେଇ ସ୍କ୍ୱାର୍ଡ଼ ଗଠିତ ହେବା କଥା, ଏହା ହେଉଛି ତ? ଏବେ ମିଲରମାନେ କହୁଛନ୍ତି ଚାଷୀମାନେ ତଳେ ଧାନ ଅଜାଡ଼ି ଦିଅନ୍ତୁ, ଆମେ ଧାନ ତୋଳିକରି ନେବୁ।

ପ୍ରକୃତପକ୍ଷେ ଏଭଳି ଢାଞ୍ଚାରେ ଧାନ ସଂଗ୍ରହ ହେବା କଥା। କିନ୍ତୁ ବର୍ଷ ବର୍ଷ ଧରି ଚାଷୀମାନଙ୍କ ଠାରୁ ମୁହଁବନ୍ଧା ଅଖାରେ ଧାନ ନେଇଥିବା ମିଲରମାନେ ବସ୍ତା ପିଛା ୮ଟଙ୍କା ୪୦ପଇସା ହିସାବରେ କେତେ ଷ୍ଟିଚିଙ୍ଗ ଫିସ୍ ଗତ ୧୦ବର୍ଷରେ ଲୁଟ୍ କରିଛନ୍ତି। ବିଗତ ଦିନ ମାନଙ୍କରେ ମଣ୍ଡିରେ ମିଲରଙ୍କ ଏଜେଣ୍ଟମାନେ ଉତ୍ପାତ କରିବାରୁ ହାଇକୋର୍ଟ ରାୟ ଦେଇଥିଲେ ମଣ୍ଡିରେ ମିଲରଙ୍କ ଏଜେଣ୍ଟ ରହିପାରିବେ ନାହିଁ, ସେ ତୃତୀୟ ବ୍ୟକ୍ତି । ହେଲେ ଏ ସରକାରୀ ନିୟମକୁ ପୁରା ଫୁ କରିଦିଆଯାଇଛି। ମିଲରଙ୍କ ଏଜେଣ୍ଟମାନେ ହିଁ ସବୁ ବିଶୃଙ୍ଖଳାର ମୂଳ। ମଣ୍ଡିରେ ଏଭଳି କୌଶଳ ହୋଇଛି ଯେ, ବେପାରୀଙ୍କ ଖରାପ ଧାନରେ ମିଲର ଏଜେଣ୍ଟ ବମା ମାରି ୮ରୁ ୧୦କେଜି କାଟର କୌଶଳ ଅବଲମ୍ବନ କରୁଛନ୍ତି।

ଧାନ କାଟର ପ୍ରଥମ କୌଶଳ ଯେ, ମିଲରମାନେ କହୁଛନ୍ତି କାଟ ନଦେଲେ ଆମେ ଧାନ ଉଠାଇବୁ ନାହିଁ। ଅଥଚ ସରଳ ସାଧାରଣ ଚାଷୀଟିଏ ଜାଣିପାରୁନି ଏମାନେ ଧାନ ଉଠାଇବାକୁ ଜିଲ୍ଲାପାଳଙ୍କ ସହ ଯୋଗାଣ ଅଧିକାରୀଙ୍କ ମାଧ୍ୟମରେ ଚୁକ୍ତିବଦ୍ଧ ହୋଇଛନ୍ତି। ମିଲରମାନେ ମୁକୁଳା ଷଣ୍ଢ ହୋଇ ଧାନ ଲୁଟିବାର କାରଣ ପ୍ରଶାସନର ନିଷ୍କ୍ରିୟତା। ସେହିଭଳି ଲେବର ଚାର୍ଜ ନିୟମ ଅନୁଯାୟୀ ମଣ୍ଡିରେ ସମବାୟ ସମିତି ଦେବା କଥା। କିନ୍ତୁ ଚାଷୀଙ୍କଠାରୁ ଏହା ଆଦାୟ କରାଯାଉଛି। ଧାନକିଣା ସ୍ଥାନରେ ପେକ୍ସ ତରଫରୁ ଅସ୍ଥାୟୀ ପରିଶ୍ରାଗାର, ପିଇବା ପାଣିର ବ୍ୟବସ୍ଥା ଓ ଛାମୁଡ଼ିଆ କରାଯିବା କଥା।

ଆରଏମ୍‌ସିରୁ ଏ ନେଇ ସମବାୟ ସମିତିକୁ ଅର୍ଥ ମିଳୁଛି ହେଲେ ସେମାନେ କିଛି ବି କରୁନାହାଁନ୍ତି। ମଣ୍ଡି ବାଦ ମିଲରଙ୍କର ଚାଷୀଙ୍କୁ ଲୁଟିବାର ସବୁଠୁ ବଡ଼ କୌଶଳ ସେମାନେ ସିଧାସଳଖ ଚାଷୀଙ୍କ ଠାରୁ ୧୨୦୦/୧୩୦୦ରେ ଧାନ କିଣି ନେଉଛନ୍ତି। ପରେ ତାହାକୁ ଜାଲ ଚାଷୀଙ୍କ ନାମରେ କାଗଜପତ୍ର କରାଇ ଦେଉଛନ୍ତି। ଗୋଟିଏ କୁଇଣ୍ଟାଲରେ ଯଦି ମିଲରଙ୍କର ୫୦୦/୬୦୦ ଟଙ୍କା ଲାଭ ହେଲା ତେବେ ଲକ୍ଷ ଲକ୍ଷ ମେଟ୍ରିକ ଧାନ ସଂଗ୍ରହରେ ମିଲରଙ୍କ ରୋଜଗାର କେତେ ଶହ କୋଟି ହେବ? ବିଗତ ଦିନରେ ସିଏଜି ରିପୋର୍ଟରେ ଧାନକିଣାରେ ୪୦୦କୋଟି କଟନି ଛଟନି ଯାଉଛି ବୋଲି ତଥ୍ୟ ପ୍ରକାଶ ପାଇଛି। ହେଲେ ଏହା ସତ୍ତ୍ୱେ ଯୋଗାଣ ବିଭାଗର କାର୍ଯ୍ୟାନୁଷ୍ଠାନ ଶୂନ। ଚଳିତବର୍ଷ କଟନି ଛଟନିରେ ମିଲରଙ୍କ ଯେତେ ଦୌରାତ୍ମ୍ୟ ସେଭଳି ଆଗରୁ କେବେ ଦେଖାଦେଇନଥିଲା।

ଧାନ ଘୋଟଲାର ସବୁଠାରୁ ବଡ଼ ନଗ୍ନଚିତ୍ର ବଲାଙ୍ଗୀର ପୁଇଁତଳା ବ୍ଲକର କୁବେଲପେକ୍ସ, ମଲମୁଣ୍ଡା ଓ ପୁଇଁତଳା ପେକ୍ସରେ ଦେଖିବାକୁ ମିଳିଛି। ଆଦୌ ଧାନକିଣା ନହୋଇ ଲକ୍ଷ ଲକ୍ଷ କୁଇଣ୍ଟାଲ ଧାନ କିଣାଯାଇଥିବର ମିଛ ହିସାବ ମିଲର ଦେଖାଇଥିଲେ। ଧାନକିଣାରେ ଜିଲ୍ଲାପାଳ ମୁଖ୍ୟ ବ୍ୟକ୍ତି। କିନ୍ତୁ ଏସବୁ ସୁଧାରିବାରେ ସେ କେଉଁଠି ବି ସମ୍ପୃକ୍ତ ହେଉନାହଁନ୍ତି। ଏଆରସିଏସ୍‌, ଉପଜିଲ୍ଲାପାଳ, ଯୋଗାଣ ଅଧିକାରୀ କେହି ବି ଚାଷୀର ଦୁଃଖ ଶୁଣୁନାହାଁନ୍ତି । ନିଜେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମଣ୍ଡିରେ ଯାଇ କାଟ ବନ୍ଦ ପାଇଁ କହିବା ପରେ ବି ମିଲର ନଶୁଣିବାରେ, ମିଲରଙ୍କୁ ସରକାର ଏ ଲୁଟ ପାଇଁ ଅନ୍ଧଭାବେ ସମର୍ଥନ କରିବା ସ୍ପଷ୍ଟ ହୋଇଛି। ଏଣୁ ସରକାର ରାଜ୍ୟରେ ଚାଲିଛି ନା ପୁରା ଭୁଷୁଡ଼ି ପଡ଼ିଲାଣି ବୋଲି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ପ୍ରଶ୍ନ ଉଠାଇଛନ୍ତି।

ଯୋଗାଣମନ୍ତ୍ରୀ ଅସାଧୁ ମିଲରଙ୍କୁ ଗିରଫ ପାଇଁ ଆହ୍ୱାନ ଦେଇଥିଲା ବେଳେ ଏପର୍ଯ୍ୟନ୍ତ ମିଲରଙ୍କ କେଶ କାହିଁକି ସ୍ପର୍ଶ ହେଉନାହିଁ ବୋଲି ଶ୍ରୀ ନନ୍ଦ ପ୍ରଶ୍ନ ଉଠାଇଛନ୍ତି। ସପ୍ତାହ ମଧ୍ୟରେ ଯଦି ମଣ୍ଡିର ଅବସ୍ଥା ନ ସୁଧୁରେ, ତେବେ ରାଜ୍ୟବ୍ୟାପୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ରାସ୍ତାରୋକ ହେବ ବୋଲି ଶ୍ରୀ ନନ୍ଦ କହିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ ଉପସ୍ଥିତ ଥିଲେ।

ଶେଷଦେବ ନନ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.