Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ମୋଦି : ପୁଣି ଥରେ ଦୋହରାଇଲେ ସେହି ଡବଲ ଇଂଜିନ କଥା
ଆଜିର ଖବର

ଓଡ଼ିଶାରେ ମୋଦି : ପୁଣି ଥରେ ଦୋହରାଇଲେ ସେହି ଡବଲ ଇଂଜିନ କଥା

April 23, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
modi in kendrapara
modi in kendrapara

ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ରାଜ୍ୟରେ ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ହେବାକୁ ବାକି ରହିଛି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଆଉ ୬ଟି ଲୋକସଭା  ତତ୍‌ସଂଲଗ୍ନ ୪୨ଟି ବିଧାନସଭା ଆସନ ରହିଛି । ଚତୁର୍ଥ ପର୍ଯ୍ୟାୟରେ ରହିଥିବା ପ୍ରମୁଖ ଲୋକସଭା ଆସନଗୁଡ଼ିକରେ ବିଜେପି ତା’ର ତୀକ୍ଷ୍ଣ ନଜର ରଖିଛି । ଏଥିପାଇଁ କେନ୍ଦ୍ରୀୟ ମନ୍ତ୍ରୀଙ୍କ ସମେତ ବିଜେପିର ଷ୍ଟାର୍‌ ପ୍ରଚାରକମାନେ ପ୍ରଚାର କରିବାରେ ପୂରା ବ୍ୟସ୍ତ ରହିଛନ୍ତି । ଏହି ପରିପ୍ରେକ୍ଷୀରେ  ନିର୍ବାଚନୀ ପ୍ରଚାର ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିଛନ୍ତି । ମୋଦି କେନ୍ଦ୍ରାପଡ଼ା, ବାଲେଶ୍ବରରେ ନିର୍ବାଚନୀ ପ୍ରଚାର କରିଛନ୍ତି । ପ୍ରଥମେ କେନ୍ଦ୍ରାପଡ଼ାର ବାରୁଅରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇ ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ସେ ଓଡ଼ିଆରେ ଭାଷଣ ଦେବା ସହ ବିଜେଡି ସରକାରଙ୍କୁ ସମାଲୋଚନା କରିବା ସହ ନିଜ ସରକାରର ସଫଳତାର ଗାଥା ବଖାଣିଥିଲେ। ବିକାଶର ନାରା ଦେଇ ଏଥର ଓଡ଼ିଶାରେ ନିଶ୍ଚିତ ଡବଲ ଇଞ୍ଜିନ୍ ସରକାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ଆଜି ସାରା ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ଅବସରରେ ମୋଦି ନିଜେ ଭୋଟ୍‌ ଦେଇଥିବାର କହିଥିବାବେଳେ ଭୋଟ୍‌ ଦେବା ଏକ କର୍ତ୍ତବ୍ୟ ଓ ସୌଭାଗ୍ୟ  ବୋଲି କହିଛନ୍ତି । ଓଡ଼ିଶାରେ ଏଥର ନିର୍ବାଚନ ପ୍ରଚାରରେ ଆଜି ତାଙ୍କର ଶେଷ ଦିନ ବୋଲି କହିବା ସହିତ ବିଜେପି ସରକାର ଗଢ଼ିଲେ ପୁଣି ଆସିବେ ବୋଲି କହିଥିଲେ ମୋଦି । ଓଡ଼ିଶା ନେତାଙ୍କଠାରୁ ଓଡ଼ିଶା ଜନତା ବହୁତ୍‌ ଚାଲାକ୍‌ ବୋଲି କହିଛନ୍ତି ମୋଦି । ଓଡ଼ିଶାରେ ବିଜେଡି ଯିବା, ବିଜେପି ଆସିବା ନିଶ୍ଚିତ ବୋଲି ମୋଦି କହିଥିଲେ। ସେହିପରି ବାଲେଶ୍ବରର ବସ୍ତାଠାରେ ଆୟୋଜିତ ଏକ ସଭାରେ ନରେନ୍ଦ୍ର ମୋଦିଙ୍କ ଉଦ୍‌ବୋଧନ ଦେଇ କହିଛନ୍ତି ଯେ, ଓଡ଼ିଶାରେ ପରିବର୍ତ୍ତନ ଆସିବାକୁ ଯାଉଛି, ଲୋକଙ୍କ ଉତ୍ସାହ ଦେଖି ଲାଗୁଛି ଓଡ଼ିଶାରେ ପଦ୍ମ ଫୁଟିବ । ବିଜେଡ଼ି ସରକାର ବିକାଶର ଲକ୍ଷ୍ୟ ରଖିନାହିଁ, କେବଳ କ୍ଷମତାର ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ମୋଦି । ରାଜ୍ୟ ସରକାର ବଦଳିବା ଦରକାର ବୋଲି କହିବା ସହିତ ଓଡ଼ିଶାର ଲୋକେ ଡବଲ୍‌ ଇଂଜିନ୍‌ ଚାହୁଁଛନ୍ତି ବୋଲି କହିଛନ୍ତି ମୋଦି ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସମ୍ମିଳନୀ 2025 ଉଦଯାପିତ

November 1, 2025

ଜେଦ୍ଦାରୁ ହାଇଦ୍ରାବାଦ ଯାଉଥିବା ବିମାନକୁ ‘ମାନବ ବୋମା’ ଧମକ!: ମୁମ୍ବାଇ ହେଲା ସ୍ଥାନାନ୍ତରିତ

November 1, 2025

ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ ହେବେ ଜାଭେଦ ଅଖତର

November 1, 2025

ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଆଚାର୍ଯ୍ୟ ପ୍ରମୋଦ: ରାହୁଲ ଗାନ୍ଧୀଙ୍କୁ କହିଲେ, “ଅସଭ୍ୟ ଲୋକଙ୍କ ରାଜା”

November 1, 2025
BJP Ads
Latest News

ଭୁବନେଶ୍ୱରରେ ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସମ୍ମିଳନୀ 2025 ଉଦଯାପିତ

November 1, 2025

ଜେଦ୍ଦାରୁ ହାଇଦ୍ରାବାଦ ଯାଉଥିବା ବିମାନକୁ ‘ମାନବ ବୋମା’ ଧମକ!: ମୁମ୍ବାଇ ହେଲା ସ୍ଥାନାନ୍ତରିତ

November 1, 2025

ଭୁବନେଶ୍ୱରରେ ସିକସେମ୍‌ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫ୍ୟାବ୍ ଏବଂ ଏଟିଏମପି ପ୍ରକଳ୍ପ ଲାଗି ଭୂମିପୂଜନ

November 1, 2025

ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ ହେବେ ଜାଭେଦ ଅଖତର

November 1, 2025

ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଆଚାର୍ଯ୍ୟ ପ୍ରମୋଦ: ରାହୁଲ ଗାନ୍ଧୀଙ୍କୁ କହିଲେ, “ଅସଭ୍ୟ ଲୋକଙ୍କ ରାଜା”

November 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.