ଭୁବନେଶ୍ବର: ଗତକାଲି ରାଜ୍ୟରେ ୪ ହଜାର ୮୪୩ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩ ହଜାର ୩୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୫୦୪ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ ହଜାର ୯୩୪ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧ ହଜାର ୩୯୫ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୮୫
ବାଲେଶ୍ଵର ଜିଲ୍ଲାରୁ- ୧୪୧
ବରଗଡ ଜିଲ୍ଲାରୁ- ୪୬
ଭଦ୍ରକ ଜିଲ୍ଲାରୁ- ୫୭
ବଲାଙ୍ଗୀରି ଜିଲ୍ଲାରୁ- ୬୭
ବୌଦ୍ଧ ଜିଲ୍ଲାରୁ- ୪୯
କଟକ ଜିଲ୍ଲାରୁ – ୨୯୩
ଦେବଗଡ ଜିଲ୍ଲାରୁ- ୬୭
ଢେଙ୍କାନାଳ ଜିଲ୍ଲାରୁ- ୬୧
ଗଜପତି ଜିଲ୍ଲାରୁ- ୬୪
ଗଞ୍ଜାମ ଜିଲ୍ଲାରୁ- ୪୪
ଜଗତସିଂହପୁର ଜିଲ୍ଲାରୁ- ୭୦
ଯାଜପୁର ଜିଲ୍ଲାରୁ- ୯୯
ଝାରସୁଗୁଡା ଜିଲ୍ଲାରୁ- ୭୪
କଳାହାଣ୍ଡି ଜିଲ୍ଲାରୁ- ୧୦୭
କନ୍ଧମାଳ ଜିଲ୍ଲାରୁ- ୪୩
କେନ୍ଦ୍ରାପଡା ଜିଲ୍ଲାରୁ- ୭୩
କେନ୍ଦୁଝର ଜିଲ୍ଲାରୁ- ୨୧
ଖୋର୍ଦ୍ଧା ଜିଲ୍ଲାରୁ- ୬୪୬
କୋରାପୁଟ ଜିଲ୍ଲାରୁ- ୫୯
ମାଲକାନଗିରି ଜିଲ୍ଲାରୁ- ୩୪
ମୟୂରଭଞ୍ଜ ଜିଲ୍ଲାରୁ- ୧୪୫
ନବରଙ୍ଗପୁର ଜିଲ୍ଲାରୁ- ୯୦
ନୟାଗଡ ଜିଲ୍ଲାରୁ- ୧୨୦
ନୂଆପଡା ଜିଲ୍ଲାରୁ- ୧୨୯
ପୁରୀ ଜିଲ୍ଲାରୁ- ୫୬
ରାୟଗଡା ଜିଲ୍ଲାରୁ- ୬୬
ସମ୍ବଲପୁର ଜିଲ୍ଲାରୁ- ୧୧୫
ସୋନପୁର ଜିଲ୍ଲାରୁ- ୩୫
ସୁନ୍ଦରଗଡ ଜିଲ୍ଲାରୁ- ୨୩୭
ଷ୍ଟେଟ ପୁଲରୁ- ୧୩୬
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୯ ହଜାର ୨୪୦ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୯୩ ହଜାର ୩୬୫ ଏବଂ ବର୍ତ୍ତମାନ ୪୭ ହଜାର ୨୧୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।