ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ କାର୍ଯ୍ୟକାଳ ହେଲା ବୃଦ୍ଧି

Published: Jan 31, 2022, 2:29 pm IST

ଭୁବନେଶ୍ବର: ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ କାର୍ଯ୍ୟକାଳ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ତାଙ୍କର କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି କରାଯାଇଛି। ବରିଷ୍ଠ ପ୍ରଶାସନିକ ଅଧିକାରୀ ଦାଶରଥୀ ଶତପଥୀ 31 ଜାନୁଆରୀ 2022ରେ ଅବସର ନେବାର ଥିଲା। ହେଲେ ବର୍ତ୍ତମାନ ବୃଦ୍ଧି ଫଳରେ ସେ 31 ଡିସେମ୍ବର 2023 ଯାଏ କାର୍ଯ୍ୟ ସମ୍ପାଦନ କରିବେ।

ନିକଟରେ ବଜେଟ ଅଧିବେସନ ଆରମ୍ଭ ହେବ। ଏଥିସହିତ କରୋନା ମୁକାବିଲା କରି ଗୃହକାର୍ଯ୍ୟ ପରିଚାଳନା କରିବା ଏକ ଚ୍ୟାଲେଞ୍ଜ। ଯାହାକୁ ଠିକରେ ପରିଚାଳନା କରିଛନ୍ତି ଦାଶରଥୀ ଶତପଥୀ।

Related posts