Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାଧାରଣ ନିଯୁକ୍ତି ପ୍ରସଙ୍ଗରେ ଶିକ୍ଷାର୍ଥୀମାନଙ୍କର ଦାବି ସାମ୍ବିଧାନିକ ବ୍ୟବସ୍ଥାର ବିଚାରକୁ ଉଲ୍ଲଂଘନ: ରେଳବାଇ
ଆଜିର ଖବର

ସାଧାରଣ ନିଯୁକ୍ତି ପ୍ରସଙ୍ଗରେ ଶିକ୍ଷାର୍ଥୀମାନଙ୍କର ଦାବି ସାମ୍ବିଧାନିକ ବ୍ୟବସ୍ଥାର ବିଚାରକୁ ଉଲ୍ଲଂଘନ: ରେଳବାଇ

January 31, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Indian Railways
ରେକର୍ଡ କୋଚ୍ ଉତ୍ପାଦନ ସହିତ ସୁଲଭ ଯାତ୍ରାକୁ ସୁଦୃଢ଼ କଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଅଗଷ୍ଟ ୧୯୬୩ ପରଠାରୁ ଆପ୍ରେଣ୍ଟିସ୍ ଆକ୍ଟର ନିୟମାବଳୀ ଅନୁଯାୟୀ କେତେକ ନିର୍ଦ୍ଧିଷ୍ଟ ପଦବୀରେ ଆବେଦନକାରୀଙ୍କୁ ତାଲିମ ପ୍ରଦାନ କରିଆସୁଛି। କୌଣସି ପ୍ରତିଯୋଗିତା କିମ୍ବା ପରୀକ୍ଷା ନକରି ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଶିକ୍ଷାର୍ଥୀ ମାନେ ରେଳବାଇର ପ୍ରଶିକ୍ଷଣ ନେଉଛନ୍ତି। ତାଲିମ ସମାପ୍ତ ପ୍ରାର୍ଥୀ ମାନଙ୍କୁ ୨୦୦୪ ମସିହାରୁ ଖାଲିଥିବା ଲେଭଲ୍ ୧ ପଦବୀରେ ଅସ୍ଥାୟୀ ଭାବେ କାର୍ଯ୍ୟ କରିବାକୁ ରେଳବାଇ ସୁଯୋଗ ଦେଇଆସୁଛି।

ରେଳବାଇ କାର୍ଯ୍ୟ ଗୁଡିକର ଆବଶ୍ୟକତା ପୂରଣ କରିବା ପାଇଁ ବିକଳ୍ପ ମାର୍ଗ ଭାବରେ ରେଳାବାଇରେ ପ୍ରଶିକ୍ଷଣ ନେଇଥିବା ଶିକ୍ଷାର୍ଥୀ ମାନଙ୍କୁ ଅସ୍ଥାୟୀ ନିଯୁକ୍ତିରେ ନିୟୋଜିତ କରାଯାଉଅଛି। ଯେତେବେଳେ ଅସ୍ଥାୟୀ କର୍ମଚାରୀମାନଙ୍କୁ ଏହିପରି ନିଯୁକ୍ତି ସୁବିଧା ଦିଆଯାଉଥିବାବେଳେ ସେମାନେ ଧାର୍ଯ୍ୟ ପ୍ରକ୍ରିୟା ନକରି ସ୍ଥାୟୀ ନିଯୁକ୍ତିରେ ନିୟୋଜିତ ହେବାର ଅଧିକାର ପାଇ ନାହାଁନ୍ତି।

ଭାରତୀୟ ରେଳବାଇର ଚାଲୁଥିବା ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏବଂ ସମସ୍ତ ରେଳ ନିଯୁକ୍ତିରେ ନିରପେକ୍ଷତା, ସ୍ୱଚ୍ଛତା ଏବଂ ଅବଜେକ୍ଟିଭ୍ ଆଣିବା ଉଦ୍ଦେଶ୍ୟରେ ରେଳବାଇ ୨୦୧୭ ରେ ସମସ୍ତ ନିଯୁକ୍ତି ପାଇଁ ପ୍ରକ୍ରିୟାକୁ କେନ୍ଦ୍ରୀଭୂତ କରିଛି, ଯାହା ପରବର୍ତ୍ତୀ ସମୟରେ ଦେଶବ୍ୟାପୀ ଏକ ସାଧାରଣ ପରୀକ୍ଷା କମ୍ପ୍ୟୁଟର ଆଧାରରେ ପରିଚାଳିତ କରୁଛି (ସିବିଟି)।

୨୦୧୪ ରେ ଆପ୍ରେଣ୍ଟିସ୍ ଆକ୍ଟରେ ସଂଶୋଧନ କରାଯାଇଥିଲା। ଯେଉଁଥିରେ ଆଇନର ଧାରା ୨୨ ଅନୁଯାୟୀ ଜଣେ ନିଯୁକ୍ତିଦାତା ଏହାର ପ୍ରତିଷ୍ଠାନରେ ତାଲିମ ପ୍ରାପ୍ତ ଶିକ୍ଷାର୍ଥୀ ନିଯୁକ୍ତି ପାଇଁ ଏକ ନୀତି ପ୍ରସ୍ତୁତ କରିବେ। ଏହିପରି ସଂଶୋଧନ ଅନୁଯାୟୀ, ଭାରତୀୟ ରେଳବାଇ ବିଜ୍ଞାପନ ଦିଆଯାଇଥିବା ପଦବୀ ଗୁଡିକର ୨୦% ପର୍ଯ୍ୟନ୍ତ ଖୋଲା ବଜାର ନିଯୁକ୍ତିରେ ରେଳ ପ୍ରତିଷ୍ଠାନରେ ତାଲିମ ପ୍ରାପ୍ତ ଶିକ୍ଷାର୍ଥୀଙ୍କୁ ଅଗ୍ରାଧିକାର ଦେବା ପାଇଁ ଏକ ବ୍ୟବସ୍ଥା କରିଛି।

ଅନ୍ୟ ପ୍ରାର୍ଥୀଙ୍କ ସହିତ ଲିଖିତ ପରୀକ୍ଷା ପାଇଁ ଦେଖାଯାଉଥିବାବେଳେ ଏହି ଶିକ୍ଷାର୍ଥୀମାନେ ସର୍ବନିମ୍ନ ଯୋଗ୍ୟତା ମାର୍କ, ସାକ୍ଷାତକାର ଏବଂ ଚିକିତ୍ସା ମାନାଙ୍କ ଆଧାରରେ କୋହଳ କରାଯାଇ ଅନ୍ୟମାନଙ୍କ ଅପେକ୍ଷା ନିଯୁକ୍ତିରେ ଅଗ୍ରାଧିକାର ଦିଆଯାଏ।

ସେହି ଅନୁଯାୟୀ, ୨୦୧୮ରେ ଅନୁଷ୍ଠିତ ହୋଇଥିବା ପ୍ରଥମ ସାଧାରଣ ନିଯୁକ୍ତି ପ୍ରକ୍ରିୟା ସିଇନେ ୦୨/୨୦୧୮ ମଧ୍ୟରୁ ସମୁଦାୟ ଲେଭଲ୍ ୧ ପଦବୀ ୬୩୨୦୨ ମଧ୍ୟରୁ ୧୨୫୦୪ ପଦବୀକୁ ରେଳାବାଇରେ ପ୍ରଶିକ୍ଷଣ ନେଇଥିବା ଶିକ୍ଷାର୍ଥୀ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ଦିଆଯାଇଥିଲା। ସେହିପରି, ସିଇନେ ଆରଆରସି ୦୧/୨୦୧୯ ବିଜ୍ଞାପନ ଅନୁଯାୟୀ ଲେଭଲ୍ ୧ ପଦବୀ ପାଇଁ ସମୁଦାୟ ୧୦୩୭୬୯ ଟି ପଦବୀ ମଧ୍ୟରୁ ୨୦୭୩୪ ପଦବୀ ଏହି ଶିକ୍ଷାର୍ଥୀମାନଙ୍କ ପାଇଁ ସୁଯୋଗ ଦିଆଯାଇଅଛି।

ନିର୍ଦ୍ଧାରିତ ନିଯୁକ୍ତି ପ୍ରକ୍ରିୟା, ଯଥା ଲିଖିତ ପରୀକ୍ଷା ଏବଂ ଶାରୀରିକ ଦକ୍ଷତା ପରୀକ୍ଷା ନକରି ରେଳବାଇରେ ନିଯୁକ୍ତି ପାଇଁ ଏହି ଶିକ୍ଷାର୍ଥୀମାନେ ଦାବି କରୁଛନ୍ତି, ଯାହାକି ଅନ୍ୟ ସମସ୍ତ ପ୍ରାର୍ଥୀଙ୍କୁ ବିସ୍ତୃତ ନିୟମ ଅନୁଯାୟୀ କରିବାକୁ ନିୟମ ଅଛି।

ରେଳାବାଇରେ ପ୍ରଶିକ୍ଷଣ ନେଇଥିବା ଶିକ୍ଷାର୍ଥୀ ମାନଙ୍କର ଏପରି ଦାବି ଆଦୌ ଗ୍ରହଣୀୟ ନୁହେଁ। କାରଣ ଏହା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ଏବଂ ସର୍ବସାଧାରଣ ନିଯୁକ୍ତି ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳର ବିଚାରକୁ ଉଲଂଘନ କରୁଅଛି। ଯେଉଁଥିରେ କୌଣସି ଚାକିରୀ ନ୍ୟାୟଯୁକ୍ତ ଚୟନ ପ୍ରକ୍ରିୟା ବ୍ୟତୀତ ପ୍ରଦାନ କରାଯାଇପାରିବ ନାହିଁ।

ରେଳବାଇ ସାମ୍ବିଧାନିକ ବ୍ୟବସ୍ଥା
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.