ଭୋଟରଙ୍କୁ ପ୍ରଭାବିତ ଓ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ଆଜି କଟକ ଜିଲ୍ଲା ନିର୍ବାଚନ ଅଧିକାରୀ କଟକ-ବାରବାଟୀର ବିଜେଡି ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ନୋଟିସ ଜାରି କରିଛନ୍ତି । ନିର୍ବାଚନ ଅବଧି ସରିବା ପରେ ବି ସୋସିଆଲ୍ ମିଡ଼ିଆରେ ପ୍ରଚାର କରିଥିଲେ ଦେବାଶିଷ । ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରି କୈଣସି ପ୍ରାର୍ଥୀ ଭୋଟରଙ୍କୁ ପ୍ରଭାବିତ କରିପାରିବେ ନାହିଁ ବୋଲି କଟକଣା ରହିଛି। ବିଜେଡି ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଏପ୍ରିଲ ୨୨ରେ ଫେସବୁକରେ ମେସେଜ ଜରିଆରେ ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ । ଯାହା ଫଳରେ ନିର୍ବାଚନ ଆଚରଣ ବିଧିକୁ ଉଲଙ୍ଗନ ହୋଇଛି । ଭୋଟରଙ୍କୁ ପ୍ରଭାବିତ ଓ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ଆଜି କଟକ ଜିଲ୍ଲା ନିର୍ବାଚନ ଅଧିକାରୀ ବିଜେଡି ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ନୋଟିସ ଜାରି କରିଛନ୍ତି । ଆସନ୍ତା ୪୮ଘଣ୍ଟା ମଧ୍ୟରେ ଜବାବ ଦେବାକୁ ଦେବାଶିଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
Tags: