Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀ ଆବାସ ଯୋଜନା କ୍ଷେତ୍ରରେ ଓଡ଼ିଶାକୁ ଅଣଦେଖା କରୁଛି କେନ୍ଦ୍ର: ସମାଜବାଦୀ ପାର୍ଟି
ଆଜିର ଖବର

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କ୍ଷେତ୍ରରେ ଓଡ଼ିଶାକୁ ଅଣଦେଖା କରୁଛି କେନ୍ଦ୍ର: ସମାଜବାଦୀ ପାର୍ଟି

January 31, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ରାଜ୍ୟ ପଞ୍ଚାୟତିରାଜ ଓ ନଗର ଉନ୍ନୟନମନ୍ତ୍ରୀ ପ୍ରତାପ ଜେନା କେନ୍ଦ୍ର ଗ୍ରାମ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂଙ୍କୁ ଚିଠି ଲେଖି ତୁରନ୍ତ ଓଡ଼ିଶାର ଆଦିବାସୀ ଇଲାକା ଓ ଫନି ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ଅଧିକ ଘର ଯୋଗାଇ ଦେବାକୁ ଦାବି କରିଛନ୍ତି। ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସଙ୍ଗେ ସଙ୍ଗେ ବାରମ୍ବାର ଚିଠି ଲେଖିଛନ୍ତି। ରାଜ୍ୟର ସାଂସଦମାନେ ଗତ ପାର୍ଲାମେଣ୍ଟ ଅଧିବେଶନ ସମୟରେ କନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ସାକ୍ଷାତ୍ କରି ଏ ସମ୍ପର୍କରେ ସ୍ମାରକପତ୍ର ପ୍ରଦାନ କରିଥିଲେ। କିନ୍ତୁ ଏ ସବୁ ସତ୍ତ୍ୱେ କେନ୍ଦ୍ର ସରକାର ଓଡ଼ିଶାର ହକ୍ ଓ ଯୁକ୍ତିଯୁକ୍ତ ଦାବିକୁ ଅଣଦେଖା କରି ଚାଲିଛନ୍ତି।

ଚଳିତମାସ ୧୩ ତାରିଖ ଦିନ କେନ୍ଦ୍ର ସରକାର କର୍ଣ୍ଣାଟକ ରାଜ୍ୟ ପାଇଁ ଆବାସ ଯୋଜନାରେ ଅନୁମତି ପ୍ରଦାନ କରିଥିଲେ ହେଁ ଓଡ଼ିଶା କ୍ଷେତ୍ରରେ ୬ଲକ୍ଷ ୬୫ହଜାର ପରିବାରର ଆବାସ ତଥ୍ୟକୁ ସିନ୍‌କ୍ରୋନାଇଜ କରିବା ପାଇଁ କୌଣସି ପଦକ୍ଷେପ ନେଇନାହାଁନ୍ତି। ସେହିଭଳି ଫନି କ୍ଷତିଗ୍ରସ୍ତଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ୨୦୧୯ ମେ ମାସରେ ୧.୮୪ଲକ୍ଷ ଗୃହ ନିର୍ମାଣ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ଉପରେ ମଧ୍ୟ କେନ୍ଦ୍ର କୌଣସି ପଦକ୍ଷେପ ନେଇନାହାଁନ୍ତି।

ଗୋଟିଏ ପଟେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଚିଠି, ମୁଖ୍ୟମନ୍ତ୍ରୀଙ୍କର ବାରମ୍ବାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ ଓ ରାଜ୍ୟ ମାନ୍ୟବର ସାଂସଦମାନଙ୍କର ଗତ ସଂସଦ ଅଧିବେସନ ସମୟରେ ସ୍ମାରକପତ୍ର ପ୍ରଦାନ ସତ୍ତ୍ୱେ କେନ୍ଦ୍ର ସରକାର ଓଡ଼ିଶାର ହକ୍‌କୁ ଅଣଦେଖା କରିଚାଲିଛନ୍ତି । ତେଣୁ ଏଥିପାଇଁ ଏକମାତ୍ର ବାଟ ରାଜ୍ୟର ସାଂସଦମାନେ ପାର୍ଲାମେଣ୍ଟ ଅଧିବେଶନ ତ୍ୟାଗ କରି ରାଜ୍ୟର ବାସହୀନ ଲୋକଙ୍କ ଲଢେଇଙ୍କୁ ଜୋରଦାର କରିବା ପାଇଁ ପାର୍ଲାମେଣ୍ଟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଦେବାକୁ ସମାଜବାଦୀ ପାର୍ଟି ଦାବି କରିଛି।

ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏ ସଂକ୍ରାନ୍ତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ଏହି ଦାବିକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ସାଂସଦମାନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଏବଂ ଓଡ଼ିଶାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏକ ସର୍ବଦଳୀୟ ବୈଠକ ଡ଼ାକି ରାଜଭବନ ସମ୍ମୁଖରେ ସର୍ବଦଳୀୟ ପ୍ରତିବାଦ ସଭା କରିବାକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟ ସରକାର କେନ୍ଦ୍ରର ଓଡ଼ିଶା ପ୍ରତି ଥିବା ଏହି ବୈମାତୃକ ମନୋଭାବକୁ ନେଇ ଲୋକଙ୍କ ପାଖକୁ ଯିବା ସହିତ ରାଜ୍ୟର ହକ୍‌ର ଲଢେଇକୁ ଦୃଢ ଓ ଶକ୍ତିଶାଳୀ କରି ଗଢି ତୋଳିବାକୁ ମୁଖ୍ୟମନ୍ତ୍ରୀ ନିଜେ ଆଗେଇ ଆସିବାକୁ ଶ୍ରୀ ବେହେରା ନିବେଦନ କରିଛନ୍ତି।

ପ୍ରତାପ ଜେନା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମାଜବାଦୀ ପାର୍ଟି
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.