
ନୂଆଦିଲ୍ଲୀ: ଭାରତ ପୂର୍ବରୁ ଚୀନ୍ ଏବଂ ପାକିସ୍ତାନ ଦ୍ଵାରା ସୃଷ୍ଟି ହୋଇଥିବା ସୁରକ୍ଷା ଆହ୍ଵାନ ଉପରେ ଆର୍ମି ଚିଫ୍ ଜେନେରାଲ୍ ଏମ୍ ନରଭନେ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଏଥିରେ ଆମର ପ୍ରତିପକ୍ଷଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱର କିଛି ଟ୍ରେଲର ଆମେ ଦେଖୁଛୁ। ଏବଂ ଆମର ବିରୋଧୀ ରଣନୀତିକ ଲକ୍ଷ୍ୟ ହାସଲ କରିବାକୁ ପ୍ରୟାସ କରିବେ। ସେନା ମୁଖ୍ୟ କହିଛନ୍ତି ଯେ, ଉତ୍ତର ସୀମାରେ ହୋଇଥିବା ଅତ୍ୟାଧୁନିକ ବିକାଶ ଆଧୁନିକ ବୈଷୟିକ ଉପକରଣ ସହିତ ସଜ୍ଜିତ ଦକ୍ଷ ବାହିନୀର ଆବଶ୍ୟକତାକୁ ଦର୍ଶାଉଛି। ତେଣୁ ଆମେ ଆମର ସୈନ୍ୟବାହିନୀର ପୁନର୍ଗଠନ, ପୁନଃସନ୍ତୁଳନ ଇତ୍ୟାଦି ଉପରେ ଧ୍ୟାନ ଦେଉଛୁ।
ଅନଲାଇନରେ ଏକ ସେମିନାରକୁ ସମ୍ବୋଧିତ କରି ଜେନେରାଲ ନରଭନେ କହିଛନ୍ତି ଯେ, ଭାରତ ବିଭିନ୍ନ, କଷ୍ଟସାଧ୍ୟ ତଥା ବହୁ ସ୍ତରୀୟ ସୁରକ୍ଷା ଆହ୍ଵାନର ସମ୍ମୁଖୀନ ହେଉଛି ଏବଂ ଉତ୍ତର ସୀମାରେ ବିକାଶ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ତଥା ଦକ୍ଷ ସୈନ୍ୟବାହିନୀର ଆବଶ୍ୟକତାକୁ ସୂଚାଇ ଦେଇଛି। ପାକିସ୍ତାନର ନାମ ଉଲ୍ଲେଖ ନକରି ସେନା ମୁଖ୍ୟ କହିଛନ୍ତି ଜେ, ଆଣବିକ ସକ୍ଷମ ପଡୋଶୀ ଦେଶ ତଥା ରାଜ୍ୟ ପ୍ରାୟୋଜିତ ପ୍ରକ୍ସି ଯୁଦ୍ଧ ମଧ୍ୟ ସୁରକ୍ଷା ଉପକରଣ ଏବଂ ସମ୍ବଳକୁ ଆହ୍ଵାନ ଦେଇଛି।
ଭବିଷ୍ୟତର ସଂଘର୍ଷର ଝଲକ ଆମେ ଦେଖୁଛୁ। ସୂଚନା, ନେଟୱାର୍କ ଏବଂ ସାଇବର ସ୍ପେସ୍ କ୍ଷେତ୍ରରେ ମଧ୍ୟ ଆମେ ଏହାର ପ୍ରମାଣ ଦେଖୁଛୁ। ବିବାଦୀୟ ସୀମାରେ ମଧ୍ୟ ଏସବୁ ଦୃଶ୍ୟମାନ ହୁଏ। ଯଦି ଆପଣଙ୍କୁ ଚାରିପାଖକୁ ଦେଖିବେ, ତେବେ ଆପଣ ଆଜିର ବାସ୍ତବତାକୁ ଅନୁଭବ କରିପାରିବେ।