ଭୁବନେଶ୍ବର: ଗତକାଲି ରାଜ୍ୟରେ ୨ ହଜାର ୬୦୩ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨ ହଜାର ୧୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୨୪ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ ହଜାର ୨୨୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୮୭୭ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୯୭
ବାଲେଶ୍ଵର ଜିଲ୍ଲାରୁ- ୪୦
ବରଗଡ ଜିଲ୍ଲାରୁ- ୧୭
ଭଦ୍ରକ ଜିଲ୍ଲାରୁ- ୪୦
ବଲାଙ୍ଗୀରି ଜିଲ୍ଲାରୁ- ୬୫
ବୌଦ୍ଧ ଜିଲ୍ଲାରୁ- ୫୫
କଟକ ଜିଲ୍ଲାରୁ – ୧୪୫
ଦେବଗଡ ଜିଲ୍ଲାରୁ- ୯
ଢେଙ୍କାନାଳ ଜିଲ୍ଲାରୁ- ୬୧
ଗଜପତି ଜିଲ୍ଲାରୁ- ୬୪
ଗଞ୍ଜାମ ଜିଲ୍ଲାରୁ- ୩୫
ଜଗତସିଂହପୁର ଜିଲ୍ଲାରୁ- ୩୨
ଯାଜପୁର ଜିଲ୍ଲାରୁ- ୫୩
ଝାରସୁଗୁଡା ଜିଲ୍ଲାରୁ- ୫୬
କଳାହାଣ୍ଡି ଜିଲ୍ଲାରୁ- ୩୬
କନ୍ଧମାଳ ଜିଲ୍ଲାରୁ- ୪୪
କେନ୍ଦ୍ରାପଡା ଜିଲ୍ଲାରୁ- ୭୬
କେନ୍ଦୁଝର ଜିଲ୍ଲାରୁ- ୪୦
ଖୋର୍ଦ୍ଧା ଜିଲ୍ଲାରୁ- ୪୨୯
କୋରାପୁଟ ଜିଲ୍ଲାରୁ- ୪୫
ମାଲକାନଗିରି ଜିଲ୍ଲାରୁ- ୭
ମୟୂରଭଞ୍ଜ ଜିଲ୍ଲାରୁ- ୪୨
ନବରଙ୍ଗପୁର ଜିଲ୍ଲାରୁ- ୪୩
ନୟାଗଡ ଜିଲ୍ଲାରୁ- ୭୦
ନୂଆପଡା ଜିଲ୍ଲାରୁ- ୩୮
ପୁରୀ ଜିଲ୍ଲାରୁ- ୩୪
ରାୟଗଡା ଜିଲ୍ଲାରୁ- ୪୩
ସମ୍ବଲପୁର ଜିଲ୍ଲାରୁ- ୫୬
ସୋନପୁର ଜିଲ୍ଲାରୁ- ୩୭
ସୁନ୍ଦରଗଡ ଜିଲ୍ଲାରୁ- ୨୧୯
ଷ୍ଟେଟ ପୁଲରୁ- ୭୮
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୬ ହଜାର ୮୧୧ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୪ ହଜାର ୩୫୨ ଏବଂ ବର୍ତ୍ତମାନ ୨୩ ହଜାର ୬୭୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।