Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉପଗ୍ରହ ଭିତିକ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରକୁ ପ୍ରବେଶ କଲା ଜିଓ, ଏସଇଏସ୍ ସହିତ ଦେଶରେ ଆରମ୍ଭ କରିବ ସେବା
ଆଜିର ଖବର

ଉପଗ୍ରହ ଭିତିକ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରକୁ ପ୍ରବେଶ କଲା ଜିଓ, ଏସଇଏସ୍ ସହିତ ଦେଶରେ ଆରମ୍ଭ କରିବ ସେବା

February 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜିଓ ପ୍ଲାଟଫର୍ମସ୍ ଏବଂ ବିଶ୍ୱରେ ଉପଗ୍ରହ ଭିତିକ ଯୋଗାଯୋଗ ସେବା ଯୋଗାଣକାରୀ କମ୍ପାନୀ ଏସ୍‌ଇଏସ୍ ପକ୍ଷରୁ ଜିଓ ସ୍ପେଶ୍ ଟେକ୍ନୋଲୋଜି ନାମରେ ଏକ ମିଳିତ ଉଦ୍ୟୋଗ ଗଠନ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ନୂତନ ମିଳିତ ଉଦ୍ୟୋଗ ଦେଶବ୍ୟାପୀ ଉପଗ୍ରହ ଭିତିକ ପ୍ରଯୁକ୍ତିର ବ୍ୟବହାର କରି ଦ୍ରୁତଗାମୀ ବ୍ରଡବ୍ୟାଣ୍ଡ୍ ସେବା ପ୍ରଦାନ କରିବ। ଜିଓ ପ୍ଲାଟଫର୍ମ୍‌ସ୍ ଏବଂ ଏସ୍‌ଇଏସ୍ ନିକଟରେ ଏହି ମିଳିତ ଉଦ୍ୟୋଗରେ ଯଥାକ୍ରମେ ୫୧% ଓ ୪୯% ଇକ୍ୱିଟି ଅଂଶ ରହିବ। ଏହି ମିଳିତ ଉଦ୍ୟୋଗ ମଲ୍‌ଟି ଅର୍ବିଟ ସ୍ପେଶ୍ ନେଟୱର୍କର ଉପଯୋଗ କରି ସେବା ଯୋଗାଇବ। ଏହି ନେଟୱର୍କରେ ଜିଓଷ୍ଟେସନାରୀ (ଜିଇଓ) ଏବଂ ମିଡିୟମ ଆର୍ଥ ଅର୍ବିଟ (ଏମ୍‌ଇଓ) ଉପଗ୍ରହଗୁଡିକର ଉପଯୋଗ କରାଯିବ। ନେଟୱର୍କର ମଲ୍‌ଟି ଗିଗାବିଟ୍ ଲିଙ୍କରୁ ଭାରତ ସମେତ ପଡୋଶୀ ରାଷ୍ଟ୍ରଗୁଡିକର ବ୍ୟବସାୟିକ, ମୋବାଇଲ ଏବଂ ଖୁଚୁରା ଗ୍ରାହକଙ୍କୁ ମଧ୍ୟ ସଂଯୁକ୍ତ କରାଯାଇପାରିବ।

ଏସ୍‌ଇଏସ୍ ୧୦୦ ଜିବିପିଏସ୍ କ୍ଷମତା ଉପଲବ୍ଧ କରାଇବ, ଯାହାକୁ ଜିଓ ନିଜର ମଜଭୁତ ବିକ୍ରୟ ନେଟୱର୍କ ଜରିଆରେ ବିକ୍ରି କରିବ। ନିବେଶ ଯୋଜନାର ଅଂଶସ୍ୱରୂପ ମିଳିତ ଉଦ୍ୟୋଗ ଦେଶ ଭିତରେ ସେବା ପ୍ରଦାନ କରିବା ଲାଗି ଭାରତରେ ବ୍ୟାପକ ଗେଟୱେ ଭିତିଭୂମି ବିକଶିତ କରିବ। ଏହି ଚୁକ୍ତି ମୁତାବକ ଜିଓ ଆଗାମୀ କିଛି ବର୍ଷ ମଧ୍ୟରେ ପ୍ରାୟ ୧୦୦ ନିୟୁତ ଆମେରିକୀୟ ଡଲାରର ଗେଟୱେ ଏବଂ ଉପକରଣ ଖରିଦ କରିବ। ମିଳିତ ଉଦ୍ୟୋଗରେ ଏସ୍‌ଇଏସ୍ ନିଜର ଆଧୁନିକ ଉପଗ୍ରହ ସେବାକୁ ଉପଲବ୍ଧ କରାଇବାବେଳେ ଜିଓ ଗେଟୱେ ଭିତିଭୂମିର ପରିଚାଳନା ଏବଂ ଦେଖାଶୁଣା କରିବ।

କମ୍ପାନୀ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ କୋଭିଡ-୧୯ ଆମକୁ ନୂତନ ଡିଜିଟାଲ ଅର୍ଥବ୍ୟବସ୍ଥାରେ ପୂର୍ଣ୍ଣ ସହଭାଗିତା ପାଇଁ ବ୍ରଡ୍‌ବ୍ୟାଣ୍ଡ୍ ପର୍ଯ୍ୟନ୍ତ ପହଂଚିବା ଜରୁରୀ ବୋଲି ଶିଖାଇଛି। ଏହି ମିଳିତ ଉଦ୍ୟୋଗ ଭାରତକୁ ଡିଜିଟାଲ ସେବା ସହିତ ଦୃଢ ଭାବରେ ସଂଯୁକ୍ତ କରିବ। ଏଥିସହିତ ଦୂରଦୂରାନ୍ତରେ ସ୍ୱାସ୍ଥ୍ୟସେବା, ସରକାରୀ ସେବା ଏବଂ ଶିକ୍ଷା ଆଦି ଉପଲବ୍ଧ କରାଇବାରେ ସହାୟକ ହେବ।

ଜିଓର ନିର୍ଦ୍ଦେଶକ ଆକାଶ ଅମ୍ବାନି କହିଛନ୍ତି, “ଆମେ ନିଜର ଫାଇବର ଭିତିକ ସଂଯୋଗିକରଣ ଏବଂ ଏଫଟିଟିଏଚ୍ ବ୍ୟବସାୟ ସହିତ ୫ଜିରେ ନିବେଶ ଜାରି ରଖିବୁ। ସେହି ସମୟରେ ଏସ୍‌ଇଏସ୍ ସହିତ ଏହି ନୂଆ ମିଳିତ ଉଦ୍ୟୋଗ ମଲ୍‌ଟି ଗିଗାବିଟ୍ ବ୍ରଡବ୍ୟାଣ୍ଡ୍‌ର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବ। ଉପଗ୍ରହ ଯୋଗାଯୋଗ ସେବା ଦ୍ୱାରା ପ୍ରଦାନ କରାଯିବାକୁ ଥିବା ଅତିରିକ୍ତ କଭରେଜ ଏବଂ କ୍ଷମତା ସହିତ ଜିଓ ଦୂରଦୂରାନ୍ତ ସହର ଓ ଗ୍ରାମ, ବ୍ୟବସାୟିକ ଉଦ୍ୟୋଗ, ସରକାରୀ ପ୍ରତିଷ୍ଠାନ ଏବଂ ଉପଭୋକ୍ତାଙ୍କୁ ନୂଆ ଡିଜିଟାଲ ଭାରତ ସହିତ ସଂଯୁକ୍ତ କରିବ। ଆମେ ଏସ୍‌ଇଏସ୍‌ର ଉପଗ୍ରହ ଉଦ୍ୟୋଗରେ ବିଶେଷ ସେବା ସହିତ ସଂଯୁକ୍ତ ହେବାନେଇ ଉତ୍ସାହିତ ଅଛୁ।”

ଏସଇଏସ୍‌ର ସିଇଓ ଷ୍ଟିଭ କାଲର କହିଛନ୍ତି, “ଜିଓ ପ୍ଲାଟଫର୍ମ୍‌ସ ସହିତ ମିଳିତ ଉଦ୍ୟୋଗ ଏହାର ଏକ ଅନନ୍ୟ ଉଦାହରଣ ଯେ ଏସଇଏସ୍ କିଭଳି ଉଚ୍ଚ ଗୁଣବତା ଭିତିକ ସଂଯୋଗକାରୀ ସେବା ପ୍ରଦାନ କରିବାକୁ ସର୍ବାଧିକ ବ୍ୟାପକ ଭୂପୃଷ୍ଠ ନେଟୱର୍କର ସହଭାଗୀ ହୋଇପାରୁଛି ଏବଂ ଏହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିପାରିବ। ଆମେ ଏହି ମିଳିତ ଉଦ୍ୟୋଗ ପାଇଁ ପ୍ରସ୍ତୁତ ଅଛୁ।”

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏହି ମିଳିତ ଉଦ୍ୟୋଗ ସମ୍ମାନନୀୟ ପ୍ରଧାନମନ୍ତ୍ରୀଙ୍କ “ଗତି ଶକ୍ତି, ମଲ୍‌ଟି ମୋଡାଲ କନେକ୍ଟିଭିଟି ରାଷ୍ଟ୍ରୀୟ ମାଷ୍ଟର ପ୍ଲାନ୍‌’କୁ ଆଗକୁ ବଢାଇବାର ମାଧ୍ୟମ ପାଲଟିବ। ଯାହା ବୁନିଆଦି ଢାଂଚାକୁ ସୁଦୃଢ କରି ଏକିକୃତ ଏବଂ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିବା ଦିଗରେ ସହାୟକ ହେବ। ଏହା ଭାରତୀୟ ନାଗରିକମାନଙ୍କ ପାଇଁ ବ୍ରଡବ୍ୟାଣ୍ଡ୍ କନେକ୍ଟିଭିଟିର ବିସ୍ତାର କରି, ରାଷ୍ଟ୍ରୀୟ ଡିଜିଟାଲ ସଂଚାର ନୀତି ଏବଂ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମରେ କନେକ୍ଟ ଇଣ୍ଡିଆର ଲକ୍ଷ୍ୟଗୁଡିକୁ କ୍ଷିପ୍ର ଗତିରେ ଆଗକୁ ବଢାଇବ।

ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜାନୁୟାରୀ ୧୪ ତାରିଖ ବୁଧବାରରେ ପାଞ୍ଚୋଟି ରାଶି ଉପରେ ସନ୍ତୁଷ୍ଠ ଅଛନ୍ତି କୁବେର ଦେବ

January 14, 2026

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ନବନିଯୁକ୍ତ କର୍ମଚାରୀଙ୍କ ମାର୍ଗଦର୍ଶନ କଲେ ପିଆଇବି ଏଡିଜି

January 13, 2026

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ

January 13, 2026

ଆସନ୍ତା ୧୯ରୁ ସୋଆରେ ଦୁଇ ଦିନିଆ ପ୍ରଥମ ପୁଷ୍ପ ଉତ୍ସବ

January 13, 2026
Latest News

ଆଜି ଜାନୁୟାରୀ ୧୪ ତାରିଖ ବୁଧବାରରେ ପାଞ୍ଚୋଟି ରାଶି ଉପରେ ସନ୍ତୁଷ୍ଠ ଅଛନ୍ତି କୁବେର ଦେବ

January 14, 2026

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ନବନିଯୁକ୍ତ କର୍ମଚାରୀଙ୍କ ମାର୍ଗଦର୍ଶନ କଲେ ପିଆଇବି ଏଡିଜି

January 13, 2026

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ

January 13, 2026

ଆସନ୍ତା ୧୯ରୁ ସୋଆରେ ଦୁଇ ଦିନିଆ ପ୍ରଥମ ପୁଷ୍ପ ଉତ୍ସବ

January 13, 2026

ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.