Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ୩ଟି ପ୍ରୟୋଗଶାଳା ସୋଆ ଉପସଭାପତିଙ୍କ ଦ୍ୱାରା ଉଦ୍‌ଘାଟିତ
ଆଜିର ଖବର

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ୩ଟି ପ୍ରୟୋଗଶାଳା ସୋଆ ଉପସଭାପତିଙ୍କ ଦ୍ୱାରା ଉଦ୍‌ଘାଟିତ

February 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ବଜାରରେ ସୁଲଭ ମୂଲ୍ୟର ଉତ୍ପାଦ ଯୋଗାଇବା ଏବଂ କୃଷକମାନଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରିବା ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ୩ ଟି ପ୍ରୟୋଗଶାଳା ସୋଆ ଉପସଭାପତି ଶାଶ୍ୱତୀ ଦାସଙ୍କ ଦ୍ୱାରା ସୋମବାର ଉଦ୍‌ଘାଟିତ ହୋଇଯାଇଛି।

ଏକ୍ସପେରିମେଂଟାଲ୍ ଲର୍ଣ୍ଣିଂ ପ୍ରୋଗ୍ରାମ୍ ଅଧିନରେ ଏହି ୩ଟି ପ୍ରୟୋଗଶାଳାର ଆରମ୍ଭ କରାଯାଇଛି। ପ୍ଲାଂଟ ପାଥୋଲୋଜି ଏବଂ ଏନ୍‌ଟେମୋଲୋଜି (କୀଟତତ୍ୱ) ବିଭାଗ ଅଧିନରେ ପ୍ରୟୋଗଶାଳାଗୁଡ଼ିକ ପ୍ରସ୍ତୁତ କରାଯାଇଛି। ପ୍ଲାଂଟ ପାଥୋଲୋଜି ବିଭାଗ ଅଧିନରେ ଛତୁ ଓ ଛତୁ ମଞ୍ଜିର ଉତ୍ପାଦନ ନିମନ୍ତେ ଦୁଇଟି ପ୍ରୟୋଗଶାଳା ଆରମ୍ଭ କରାଯାଇଛି। ଏହି ଦୁଇଟି ପ୍ରୟୋଗଶାଳାରେ ଛତୁ ଓ ବିହନ ଉତ୍ପାଦନ ନିମନ୍ତେ ଷ୍ଟ୍ର ଷ୍ଟୋରିଂ, ମିଡିଆ ରୁମ୍‌, ସ୍ପନ୍ ରୁମ ଏବଂ କଲଚର୍ ରୁମ୍ ରହିଛି।

ଏଠାରେ ପାଳଛତୁ, ଅଏଷ୍ଟର୍ ଛତୁ, ବଟନ୍ ଛତୁ, ମିଲ୍କି ଛତୁ ଏବଂ ଅନ୍ୟାନ୍ୟ ଖାଦ୍ୟ ଉପଯୋଗୀ ଛତୁର ଉତ୍ପାଦନ କରାଯିବ। ଏହା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ନିଜେ ଛତୁ ଚାଷ କରି ସ୍ୱାବଲମ୍ବୀ ହେବା ନିମନ୍ତେ ପ୍ରଚେଷ୍ଟା କରାଯିବା ସହ ବଜାରରେ ସୁଲଭ ମୂଲ୍ୟରେ ଛତୁ ବିକ୍ରୟ ନିମନ୍ତେ ବ୍ୟବସ୍ଥା କରାଯିବ। ସେହିପରି କୀଟତତ୍ୱ ବିଭାଗ ଅଧିନରେ ଜୈବ ନିୟନ୍ତ୍ରଣ ପ୍ରୟୋଗଶାଳା (ବାୟୋଲଜିକାଲ୍ କଂଟ୍ରୋଲ ଲାବୋରେଟୋରୀ) ଆରମ୍ଭ କରାଯାଇଛି।

ଏହି ପ୍ରୟୋଗଶାଳାରେ ପରାଶ୍ରୟୀ (ପାରାସାଇଟ୍‌) ଓ ପରଜୀବୀ (ପ୍ରିଡେଟର୍‌) କୀଟଙ୍କୁ ପାଳନ କରାଯିବ। ଏହା ଦ୍ୱାରା ଏହି କୀଟଗୁଡ଼ିକ କୃଷି କ୍ଷେତ୍ରରେ ଅନିଷ୍ଟକାରୀ ପୋକ ଗୁଡ଼ିକୁ ନଷ୍ଟ କରିପାରିବେ। ଏଥିନିମନ୍ତେ କୀଟନାଶକ ଔଷଧର ଆବଶ୍ୟକ ପଡ଼ିବ ନାହିଁ। ଏହା ଅଧିନରେ ବାୟୋ ଏଜେଂଟ ବ୍ରିଡିଂ ଲାବୋରେଟୋରୀ ଏବଂ କୋର୍‌ସିରା ବ୍ରିଡିଂ ଲାବୋରେଟୋରୀ ଭଳି ଦୁଇଟି ୟୁନିଟ୍ ଗଠନ କରାଯାଇଛି। ଏଜେଂଟ ବ୍ରିଡିଂ ଲାବୋରେଟୋରୀରେ ଅନିଷ୍ଟକାରୀ କୀଟଙ୍କୁ ନଷ୍ଟ କରିବା ନିମନ୍ତେ କୀଟ ପାଳନ କରାଯିବ ଏବଂ କୋର୍‌ସିରା ବ୍ରିଡିଂ ଲାବୋରେଟୋରୀରେ ଏହି କୀଟ ମାନଙ୍କ ନିମନ୍ତେ ଖାଦ୍ୟ ଉତ୍ପାଦନ କରାଯିବ।

ଏହି ୩ଟି ପ୍ରୟୋଗଶାଳା ଦ୍ୱାରା ଛାତ୍ରଛାତ୍ରୀମାନେ ସ୍ୱାବଲମ୍ବୀ ହୋଇପାରିବେ ଏବଂ କୃଷକମାନେ ମଧ୍ୟ ଅନେକ ମାତ୍ରାରେ ଉପକୃତ ହୋଇପାରିବେ ବୋଲି ସୋଆ ଉପସଭାପତି ଶାଶ୍ୱତୀ ଦାସ କହିଛନ୍ତି। ଏହାଦ୍ୱାରା ଅନୁଷ୍ଠାନର ଛାତ୍ରଛାତ୍ରୀମାନେ କୁଶଳୀ ହୋଇପାରିବେ ଏବଂ ପାଠପଢ଼ା ଶେଷ ହେବା ପରେ ଆତ୍ମନିର୍ଭରଶୀଳ ମଧ୍ୟ ହୋଇପାରିବେ ବୋଲି ଆଇଏଏସ୍ ଡିନ୍ ପ୍ରଫେସର ବିଜୟ କୁମାର ସାହୁ କହିଛନ୍ତି।

ଏହି ପ୍ରୟୋଗଶାଳା ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଏଏସ୍‌ର ଡିନ୍ (ପିଜି) ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ତଥା ଆଇଏଏସ୍‌ର ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ, ଆଡିସ୍‌ନାଲ୍ ଡିନ୍ (ଆଇଏଏସ୍‌) ପ୍ରଫେସର ସନ୍ତୋଷ କୁମାର ରାଉତ, ଏନ୍‌ଟେମୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ବିଜୟ କୁମାର ମିଶ୍ର ଏବଂ ପ୍ଲାଂଟ ପାଥୋଲୋଜି ବିଭାଗର ମୁଖ୍ୟ ପ୍ରଫେସର କାର୍ତିକ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସୋଆ ଉପସଭାପତି
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026
Latest News

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.