ନୂଆଦିଲ୍ଲୀ: ଗତକାଲି ଦେଶରେ ୩୪ ହଜାର ୧୧୩ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୨୭ ହଜାର ୪୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୩୪୬ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଜି ଆଉ ୩୪୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୨୬ ଲକ୍ଷ ୯୨ ହଜାର ୯୪୩ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୯ ହଜାର ୩୫୮ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।
ଗତ ୨୪ ଘଣ୍ଟାରେ ୫୫ ହଜାର ୭୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏପର୍ଯ୍ୟନ୍ତ ୪ କୋଟି ୧୭ ଲକ୍ଷ ୬୦ ହଜାର ୪୫୮ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୪ ଲକ୍ଷ ୨୩ ହଜାରକୁ ୧୨୭ ବୃଦ୍ଧି ପାଇଛି।
Tags: କୋରୋନଜନିତ ମୃତ୍ୟୁ, ନୂଆ ଆକ୍ରାନ୍ତ