
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୬୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୩, ସୁନ୍ଦରଗଡ଼ ଜିଲ୍ଲାରୁ ୧୪୮ଜଣ, କଟକରୁ ୯୫, ରାୟଗଡ଼ାରୁ ୮୪, କୋରାପୁଟରୁ ୭୪, ଅନୁଗୁଳରୁ ୭୧, ସମ୍ବଲପୁରରୁ ୫୬, ଢେଙ୍କାନାଳରୁ ୫୪, ଯାଜପୁରରୁ ୫୩, ମୟୂରଭଞ୍ଜରୁ ୫୨, ବରଗଡ଼ ଓ ଜଗତସିଂହପୁରରୁ ୫୧ ଜଣ ଲେଖାଏଁ କରୋନାରୁ ସୁସ୍ଥ ହୋଇଛନ୍ତି। ସେହିପରି କେନ୍ଦ୍ରାପଡ଼ାରୁ ୪୮, ଗଜପତିରୁ ୪୭, ଦେବଗଡ଼ରୁ ୩୯, କନ୍ଧମାଳରୁ ୩୮, ଭଦ୍ରକ, କେନ୍ଦୁଝରରୁ ୩୭ ଲେଖାଏଁ, ପୁରୀରୁ ୩୬, ନବରଂଗପୁର, ନୟାଗଡ଼ରୁ ୩୫ ଲେଖାଏଁ, ବଲାଙ୍ଗୀରରୁ ୩୨, ନୂଆପଡ଼ାରୁ ୨୫, ବାଲେଶ୍ୱରରୁ ୨୪, ସୁବର୍ଣ୍ଣପୁରରୁ ୨୨, ଗଂଜାମରୁ ୧୫, ବୌଦ୍ଧରୁ ୧୦, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୭, ମାଲକାନଗିରିରୁ ୩ ଓ ରାଜ୍ୟପୁଲରୁ ୬୦ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୨ ଲକ୍ଷ ୬୧ ହଜାର ୪୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୯ ହଜାର ୪୬ ରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ୮ ହଜାର ୬୦୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।