Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପରିବେଶ ପ୍ରଦୂଷଣ ସମସ୍ୟାକୁ ଗୁରୁତ୍ୱ ଦେବା ଆବଶ୍ୟକ: ଶ୍ୱାସରୋଗ ବିଶେଷଜ୍ଞ
ଆଜିର ଖବର

ପରିବେଶ ପ୍ରଦୂଷଣ ସମସ୍ୟାକୁ ଗୁରୁତ୍ୱ ଦେବା ଆବଶ୍ୟକ: ଶ୍ୱାସରୋଗ ବିଶେଷଜ୍ଞ

February 16, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ପ୍ରଦୂଷଣ ଭଳି ପ୍ରସଙ୍ଗକୁ ଗୁରୁତ୍ୱ ଦେବା ଉଚିତ୍। କାରଣ ଶ୍ୱାସକ୍ରିୟା ସମ୍ବନ୍ଧୀୟ ବିଭିନ୍ନ ରୋଗ ନିମନ୍ତେ ଏହି ସମସ୍ୟା ହିଁ ଦାୟୀ ବୋଲି ବୁଧବାର କହିଛନ୍ତି ବିଶିଷ୍ଟ ଡାକ୍ତର ପ୍ରଫେସର ଦିଲ୍ଲୀପ ମହାପାତ୍ର।

ଶ୍ୱାସରୋଗ ତଥା ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଶେଷଜ୍ଞ ଏବଂ ଆୟର୍ଲ୍ୟାଣ୍ଡର ଡୁଣ୍ଡଲାକ୍ ସ୍ଥିତ ଲୁଗ୍ ମେଡିକାଲ୍ ସେଂଟରର ନିର୍ଦ୍ଦେଶକ ପ୍ରଫେସର ମହାପାତ୍ର କହିଛନ୍ତି ଯେ ବାୟୁରେ ଘୂରି ବୁଲୁଥିବା ପ୍ରଦୂଷିତ କଣିକା ହିଁ କ୍ରନିକ୍ ଅବ୍‌ଷ୍ଟ୍ରକ୍ଟିଭ୍ ପଲ୍‌ମୋନାରୀ ଡିଜିଜ୍ (ସିଓପିଡି) ରୋଗର ମୁଖ୍ୟ କାରଣ ଏବଂ ବିଶ୍ୱରେ ଏହି ରୋଗର ମୃତ୍ୟୁ ହାର ମଧ୍ୟ ଅଧିକ।

ଏଥି ନିମନ୍ତେ ସ୍ୱଚ୍ଛ ବାୟୁର ଆବଶ୍ୟକତା ରହିଛି ଏବଂ ଏହାକୁ ଗୁରୁତର ସମସ୍ୟା ବୋଲି ଚିନ୍ତା କରିବା ଉଚିତ୍ ବୋଲି ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ “ସିଓପିଡି ଆଣ୍ଡ ସିଲିଆରୀ ଡିସ୍‌ଫଙ୍କସନ୍‌” ଶୀର୍ଷକ ପ୍ରସଙ୍ଗରେ ବକ୍ତୃତା ଦେବା ଅବସରରେ ପ୍ରଫେସର ମହାପାତ୍ର ଏହା କହିଛନ୍ତି।

ବାୟୁ ପ୍ରଦୂଷଣ ଯୋଗୁଁ ହିଁ ଅଧିକ ମାତ୍ରାରେ ବ୍ରୋଙ୍କାଇଟିସ୍ ସମସ୍ୟା ବୃଦ୍ଧି ପାଉଛି ଏବଂ ଏହା ଫୁସ୍‌ଫୁସ୍‌କୁ ଅଧିକ ମାତ୍ରାରେ ନଷ୍ଟ କରୁଛି ବୋଲି କହିବା ସହ ଯେଉଁ ଶ୍ରମିକମାନେ ଅଧିକ ମାତ୍ରାରେ ଧୂଳି ଏବଂ ଧୂଆଁରେ କାର୍ଯ୍ୟ କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ସିଓପିଡି ସମସ୍ୟା ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି। ଧୂମ୍ରପାନ କରିବା ଏକ ବଡ଼ ସମସ୍ୟା ଏବଂ ଆୟର୍ଲ୍ୟାଣ୍ଡ ସରକାର ସର୍ବସାଧାରଣ ସ୍ଥାନରେ ଏହାକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଛନ୍ତି।

ପ୍ରଫେସର ମହାପାତ୍ର କହିଛନ୍ତି ଯେ ଲୋକମାନେ ଧୂମପାନ ପରିତ୍ୟାଗ କରିବା ସହ ଅଧିକ ସଂଖ୍ୟାରେ ବୃକ୍ଷରୋପଣ କରିବା ଦରକାର। ସଚେତନତା ସୃଷ୍ଟି ଦ୍ୱାରା ହିଁ ଏହି ସମସ୍ୟାର ସମାଧାନ କରାଯାଇପାରିବ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ପ୍ରୋ-ଭାଇସ୍ ଚ୍ୟାନ୍ସଲର ତଥା ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏବଂ ପଲମୁନାରୀ ମେଡିସିନ୍‌ ବିଭାଗର ମୁଖ୍ୟ ପ୍ରଫେସର ବନାନୀ ଜେନା ତାଙ୍କୁ ସ୍ୱାଗତ କରିବା ସହ ବକ୍ତବ୍ୟ ରଖିଥିଲେ।

ପରିବେଶ ପ୍ରଦୂଷଣ ଶ୍ୱାସରୋଗ
Share. Facebook Twitter LinkedIn Email WhatsApp Copy Link

Related Posts

ଡିଏମକେରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ

February 27, 2026

ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ

February 27, 2026

ଆସନ୍ତା ମାର୍ଚ୍ଚ ୫ ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ଅମିତ୍ ଶାହ

February 27, 2026

ପୃଥକ୍ ପୃଥକ୍ ଦୁର୍ଘଟଣାରେ ୩ ମୃତ, ୨ ଗୁରୁତର

February 27, 2026
Latest News

ଡିଏମକେରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ

February 27, 2026

ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ

February 27, 2026

ଆସନ୍ତା ମାର୍ଚ୍ଚ ୫ ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ଅମିତ୍ ଶାହ

February 27, 2026

ପୃଥକ୍ ପୃଥକ୍ ଦୁର୍ଘଟଣାରେ ୩ ମୃତ, ୨ ଗୁରୁତର

February 27, 2026

ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ବିୟୋଗରେ ସ୍ମୃତି ଚ଼ାରଣ ସଭା

February 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.