Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଞ୍ଚାୟତ ନିର୍ବାଚନ ହିଂସା ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ
ଆଜିର ଖବର

ପଞ୍ଚାୟତ ନିର୍ବାଚନ ହିଂସା ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ

February 18, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପଞ୍ଚାୟତ ନିର୍ବାଚନ ହିଂସା ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ

ଭୁବନେଶ୍ୱର: ଚଳିତ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ଉଭୟ ବିଜେଡି ବିଜେପି ସମର୍ଥିତ ଗୁଣ୍ଡାମାନଙ୍କ ଦ୍ୱାରା ସଙ୍ଗଠିତ ହିଂସା,ବୋମାମାଡ଼, ବୁଥ ରିଗିଂ, ଭୋଟ ବାକ୍ସ ଲୁଟ ଆଦି ଘଟଣାରେ ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଛି କଂଗ୍ରେସ। ବୁଥ ରିଗିଂ ଭଳି ଅପରାଧୀଙ୍କ କାର୍ଯ୍ୟକଳାପରେ ସମ୍ପୃକ୍ତ ଗୁଣ୍ଡାମାନଙ୍କୁ ଗିରଫ କରିବା ସହିତ ଏହି ବୁଥ ଗୁଡିକରେ ପୁନଃ ମତଦାନ ପାଇଁ ଦାବି କରିଛି କଂଗ୍ରେସ।

ପ୍ରଦେଶ କଂଗ୍ରେସ ର ଏକ ୬ ଜଣିଆ ଉଚ୍ଚ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରି କହିଲେ କେଉଁଝର ଜିଲ୍ଲା ଘଷିପୁରା ବ୍ଲକର ରାମଚଦ୍ରପୁର ଗ୍ରାମପଞ୍ଚାୟତ ଅଧୀନରେ ରାମଚନ୍ଦ୍ରପୁର ବୁଥ ନମ୍ବର ୧୩, ବଦପଦନା ବୁଥ ନମ୍ବର ୭,୮,୯,୧୦ ରେ ବିଜେଡି ସମର୍ଥିତ ସରପଞ୍ଚ ପାର୍ଥି ପ୍ରଦୀପ୍ତ ସାହୂ ଓ ତାଙ୍କର ହାତଗଣତି ସମର୍ଥକଙ୍କ ଦ୍ୱାରା ବୁଥ ରିଗିଂ ବକରାଯାଇଛି।

ପୁନଃଶ୍ଚ ଗଜପତି ଜିଲ୍ଲାର ଗ୍ରାମ୍ୟ ଉର୍ଣ୍ଣୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ (ପିଡ଼ିଡିଆରଡିଏ) ଖୋଲା ଖୋଲି ଭାବେ ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି। ଗଜପତି ଜିଲ୍ଲାର ବିଜେଡି ନେତା ତିରୁପତି ପାଣିଗ୍ରାହୀ ଭୋଟ ରିଗିଂ ପାଇଁ ନିଜ ସମର୍ଥକଙ୍କୁ ଉସକାଉଛନ୍ତି।ଯାଜପୁର ଜିଲ୍ଲାର ଯାଜପୁର ବ୍ଲକ ର ଝଳପଡା ପଞ୍ଚାୟତ କାକୁଡିକୁଦ ବୁଥ,ଏରବାଙ୍କ, ସୁଜନପୁର, ରୁଦ୍ରପୁର, ଛତିଶଡେବିଲ ପଞ୍ଚାୟତ ର ସମସ୍ତ ବୁଥ ପୋଲିସର ସହଯୋଗରେ ବୁଥ ଜବରଦଖଲ ହୋଇଛି।

ପୁରୀ ଜିଲ୍ଲାର କଣାସ ବ୍ଲକ ଅଞ୍ଚଳରେ ନିର୍ବାଚନରେ ଅନିୟମିତତା ସମ୍ପର୍କରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି।ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ରକ୍ତାକ୍ତ ସଂଘର୍ଷ ଘଟଣାରେ ଉଭୟ ବିଜେଡି ଓ ବିଜେପିର ଗୁଣ୍ଡାମାନଙ୍କୁ ଗିରଫ କରିବା ଦରକାର।ଏହି ୬ ଜଣିଆ ପ୍ରତିନିଧି ମଣ୍ଡଳିରେ ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ,ମୁଖପାତ୍ର ମନୋଜ ମହାପାତ୍ର,ରଜନୀ କୁମାର ମହାନ୍ତି,ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ,କଂଗ୍ରେସ ନେତା ଶାନ୍ତନୁ ସାହୁ ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ସରକାର ପରିବର୍ତ୍ତନ କରିବାରେ ‘ନିର୍ଭୟ’ ର ଭୂମିକା ଥିଲା ସର୍ବାଗ୍ରେ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

September 20, 2025

ଟ୍ରମ୍ପଙ୍କ ‘ଭିସା ବୋମା’: ଆମେରିକା ନ ଛାଡିବାକୁ ପରାମର୍ଶ ଜାରି କଲେ META ଏବଂ ମାଇକ୍ରୋସଫ୍ଟ

September 20, 2025

ଆମେରିକାର H-1B ଭିସା ଫି ବୃଦ୍ଧି ଦ୍ୱାରା ଭାରତ ଲାଭବାନ ହେବ: ଅର୍ଥନୈତିକ ପରାମର୍ଶଦାତା

September 20, 2025

ପ୍ରସିଦ୍ଧ ଗାୟକ ଜୁବୀନ ଗର୍ଗଙ୍କ ଆକସ୍ମିକ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

September 20, 2025
Latest News

ସରକାର ପରିବର୍ତ୍ତନ କରିବାରେ ‘ନିର୍ଭୟ’ ର ଭୂମିକା ଥିଲା ସର୍ବାଗ୍ରେ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

September 20, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ବାଣପୁର ନଗର ମଣ୍ଡଳ ବିଜେପି ପକ୍ଷରୁ ଏକାଧିକ ସେବା କାର୍ଯ୍ୟ

September 20, 2025

ଟ୍ରମ୍ପଙ୍କ ‘ଭିସା ବୋମା’: ଆମେରିକା ନ ଛାଡିବାକୁ ପରାମର୍ଶ ଜାରି କଲେ META ଏବଂ ମାଇକ୍ରୋସଫ୍ଟ

September 20, 2025

ଆମେରିକାର H-1B ଭିସା ଫି ବୃଦ୍ଧି ଦ୍ୱାରା ଭାରତ ଲାଭବାନ ହେବ: ଅର୍ଥନୈତିକ ପରାମର୍ଶଦାତା

September 20, 2025

ପ୍ରସିଦ୍ଧ ଗାୟକ ଜୁବୀନ ଗର୍ଗଙ୍କ ଆକସ୍ମିକ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

September 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.