Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାବଧାନ: ମର୍ଣ୍ଣିଂ ୱାର୍କ କରୁଛନ୍ତି କି ? ତେବେ ଜାଣନ୍ତୁ ଏହି କୋତେଟି କଥା, ନଚେତ ହୋଇପାରେ ଅସୁବିଧା
ଆଜିର ଖବର

ସାବଧାନ: ମର୍ଣ୍ଣିଂ ୱାର୍କ କରୁଛନ୍ତି କି ? ତେବେ ଜାଣନ୍ତୁ ଏହି କୋତେଟି କଥା, ନଚେତ ହୋଇପାରେ ଅସୁବିଧା

February 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସାବଧାନ: ମର୍ଣ୍ଣିଂ ୱାର୍କ କରୁଛନ୍ତି କି ? ତେବେ ଜାଣନ୍ତୁ ଏହି କୋତେଟି କଥା, ନଚେତ ହୋଇପାରେ ଅସୁବିଧା

ଭୁବନେଶ୍ବର : ଚାଲିବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଚାଲିବା ଦ୍ବାରା ମନ ଓ ଶରୀରରେ ଉତ୍ସାହର ସଂଚାର ପ୍ରବାହ ହୋଇଥାଏ । ଏହାଦ୍ବାର ଆମ ଶରୀର ସକ୍ରିୟ ରହେ। ଆମ ପାଦର ସଂରଚନା ବେଶ୍‌ ଜଟିଳ। ଏଥିରେ 26ଟି ହାଡ, 107ଟି ଲିଗାମେଣ୍ଟସ୍‌, 37ଟି ଯୋଡ ରହିଛି। ଯାହା ଚାଲିବା ଦ୍ବାରା ସକ୍ରିୟ ହୋଇଥାଏ ।

ମିଳିଥିବା ଏକ ସର୍ଭେ ଅନୁସାରେ, ଜଣେ ବ୍ୟକ୍ତି ନିୟମିତ ରୂପରେ ଚାଲିବା ଦ୍ବାରା ପ୍ରତିବର୍ଷ ନିଜ ଶରୀର ଉପରେ ରୋଗ ପାଇଁ ଖର୍ଚ୍ଚ କରୁଥିବା ଟଙ୍କାର 20ହଜାର ଟଙ୍କା ବଞ୍ଚାଇ ପାରିବ। ଅତୀତରେ ପ୍ରତ୍ୟେକ ବ୍ୟକ୍ତି ଦିନଚର୍ଯ୍ୟାରେ ଭ୍ରମଣ ବା ଚାଲିବାକୁ ସାମିଲ୍‌ କରୁଥିଲେ।

1970 ଦଶକରେ 77 ପ୍ରତିଶତ ପିଲା ସ୍କୁଲକୁ ଚାଲି ଚାଲି ଆସୁଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଏହା 13 ପ୍ରତିଶତରେ ପହଞ୍ଚିଛି। ସେତେବେଳର ଶିଶୁମାନେ ସୁସ୍ଥ ରହୁଥିବାବେଳେ। କ୍ୟାନ୍‌ସର ପରି ଭୟଙ୍କର ରୋଗରୁ ରକ୍ଷା ପାଇବା ପାଇଁ ପ୍ରତି ସପ୍ତାହରେ 3ରୁ 5 ଘଣ୍ଟା ପାଦରେ ଚାଲିବା ଦରକାର । ଏହା କରିବା ଦ୍ବାରା କ୍ୟାନ୍‌ସର ପୀଡ଼ିତଙ୍କ ଆୟୁ ସୀମା ବୃଦ୍ଧି ଘଟିଥାଏ।

ସେହିପରି 1500 କ୍ୟାଲୋରୀ ଖାଦ୍ୟ ଗ୍ରହଣ କରୁଥିବା ମହିଳା ଦିନକୁ ଘଣ୍ଟାଟିଏ ଚାଲିବା ଆବଶ୍ୟକ। ଏହାଦ୍ବାରା ଓଜନ ନିୟନ୍ତ୍ରିତ ହୋଇଥାଏ। ସେହିପରି ପ୍ରତି ସପ୍ତାହରେ 90 ମିନିଟ୍‌ ପର୍ଯ୍ୟନ୍ତ ଚାଲୁଥିବା ପ୍ରୋଟେଷ୍ଟ କ୍ୟାନ୍‌ସର ପୀଡ଼ିତଙ୍କ ଆୟୁରେ 50 ପ୍ରତିଶତ ବୃଦ୍ଧି ହୋଇଥାଏ। ସେହିପରି ସକାଳୁ ଚାଲିବା ଦ୍ବାରା ଶରୀରରେ ଭିଟାମିନ୍‌ ଡି ଓ କ୍ୟାଲସିୟମ୍‌ର ସ୍ତର ବଢିଥାଏ।

ଯେଉଁ ବ୍ୟକ୍ତି ସପ୍ତାହର 6ରୁ 9 ମାଇଲ୍‌ ପର୍ଯ୍ୟନ୍ତ ଚାଲିଥାଏ, ତାଙ୍କୁ ଡିମୋସିଆ ରୋଗ ହେବାର ଆଶଙ୍କା କମ୍‌ ରହିଥାଏ । ପ୍ରତ୍ୟେକ ଦିନ ଅଧ ଘଣ୍ଟା ଚାଲୁଥିବା ବ୍ୟକ୍ତି ମାନସିକ ସୁସ୍ଥତା ସହ ରୋଗରୁ ମଧ୍ୟ ମୁକ୍ତି ପାଇଥାଏ।

ଚାଲିବା ସମୟରେ କ’ଣ କରିବା ଉଚିତ୍‌

ନାକ ଦ୍ବାର ନିଶ୍ବାସ ନେବା ଉଚିତ୍‌

ଶରୀରକୁ ସିଧା ରଖି ଚାଲିବା ଆବଶ୍ୟକ ।

ଗଭୀର ନିଃଶ୍ବାସ ନେବା ଦରକାର, ଯାହା ଫଳରେ ସ୍ବଚ୍ଛ ବାୟୁ ଶରୀରରେ ପ୍ରବେଶ କରିପାରିବ ।

ସୂର୍ଯ୍ୟୋଦୟ ପୂର୍ବରୁ ଚାଲିବା ସର୍ବୋତ୍ତମ ହୋଇଥାଏ । କାରଣ ପ୍ରାତଃକାଳୀନ ବାୟୁରେ ଅକ୍ସିଜେନ୍‌ର ମାତ୍ରା ଅଧିକ ରହିଥାଏ ।

ଯେଉଁମାନେ ବ୍ଲଡପ୍ରେସରରେ ପୀଡ଼ିତ ଅଛନ୍ତି ସେମାନେ ନିୟମିତ ରୂପେ ଚାଲିବା ଆବଶ୍ୟକ। ଏହାଦ୍ବାରା କୋଲୋଷ୍ଟ୍ରୋଲ୍‌ ନିୟନ୍ତ୍ରଣରେ ରହିବା ସହିତ ଶରୀରରେ ରକ୍ତ ସଂଚାର ସୁଚାରୂରୂପେ ହୋଇଥାଏ ।

ସେହିପରି ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା ଏକପ୍ରକାର ମହୌଷଧି ।  ଆମ ଦେଶରେ ପ୍ରାୟ 62 ପ୍ରତିଶତ ଲୋକ ନିଷ୍କ୍ରିୟ ଜୀବନ ଅତିବାହିତ କରିଥାନ୍ତି, ଅର୍ଥାତ୍‌ ଶାରିରୀକ ପରିଶ୍ରମ କରନ୍ତି ନାହିଁ । ବୟସ ବଢିବା ସହିତ ଆମ ଶରୀରର ହାଡ଼ ଓ ମାଂସପେଶୀ ଦୁର୍ବଳ ହୋଇଥାଏ। ନିୟମିତ ଚାଲିବା ଦ୍ବାରା ଆମର ହାଡ଼ ଓ ମାଂସପେଶୀ ସୁଦୃଢ ହୋଇଥାଏ ।

ସେହିପରି ଚାଲିବା ଆମର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢାଇଥାଏ । ସେହିପରି ମୋଟାପାରୁ ମୁକ୍ତି ଦେଇଥାଏ। ନିୟମିତ ଅଧଘଣ୍ଟା ଚାଲିବା ଦ୍ବାରା ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତିର ବୃଦ୍ଧି ହୋଇଥାଏ।

ସେଥିପାଇଁ ଆମ ବ୍ୟସ୍ତ ଜୀବନଚର୍ଯ୍ୟା ମଧ୍ୟରୁ ସବୁଦିନ କିଛି କିଛି ସମୟ ଚାଲିବା ଆରମ୍ଭ କରନ୍ତୁ । ଚାଲିବା ସହି କିଛି ଶାରିରୀକ ପରିଶ୍ରମ ମଧ୍ୟ କରିବା ଜରୁରୀ । ଚାଲନ୍ତୁ, ସୁସ୍ଥ ରୁହନ୍ତୁ।

Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପଙ୍କ ‘ଭିସା ବୋମା’: ଆମେରିକା ନ ଛାଡିବାକୁ ପରାମର୍ଶ ଜାରି କଲେ META ଏବଂ ମାଇକ୍ରୋସଫ୍ଟ

September 20, 2025

ଆମେରିକାର H-1B ଭିସା ଫି ବୃଦ୍ଧି ଦ୍ୱାରା ଭାରତ ଲାଭବାନ ହେବ: ଅର୍ଥନୈତିକ ପରାମର୍ଶଦାତା

September 20, 2025

ପ୍ରସିଦ୍ଧ ଗାୟକ ଜୁବୀନ ଗର୍ଗଙ୍କ ଆକସ୍ମିକ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

September 20, 2025

ମାତ୍ର 2 ଘଣ୍ଟାରେ ମୁମ୍ବାଇରୁ ଅହମ୍ମଦାବାଦ ଯାତ୍ରା, କେବେ ଚାଲିବ ବୁଲେଟ୍ ଟ୍ରେନ୍?, କହିଲେ ରେଳମନ୍ତ୍ରୀ

September 20, 2025
Latest News

ସରକାର ପରିବର୍ତ୍ତନ କରିବାରେ ‘ନିର୍ଭୟ’ ର ଭୂମିକା ଥିଲା ସର୍ବାଗ୍ରେ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

September 20, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ବାଣପୁର ନଗର ମଣ୍ଡଳ ବିଜେପି ପକ୍ଷରୁ ଏକାଧିକ ସେବା କାର୍ଯ୍ୟ

September 20, 2025

ଟ୍ରମ୍ପଙ୍କ ‘ଭିସା ବୋମା’: ଆମେରିକା ନ ଛାଡିବାକୁ ପରାମର୍ଶ ଜାରି କଲେ META ଏବଂ ମାଇକ୍ରୋସଫ୍ଟ

September 20, 2025

ଆମେରିକାର H-1B ଭିସା ଫି ବୃଦ୍ଧି ଦ୍ୱାରା ଭାରତ ଲାଭବାନ ହେବ: ଅର୍ଥନୈତିକ ପରାମର୍ଶଦାତା

September 20, 2025

ପ୍ରସିଦ୍ଧ ଗାୟକ ଜୁବୀନ ଗର୍ଗଙ୍କ ଆକସ୍ମିକ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

September 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.