
ନୂଆଦିଲ୍ଲୀ: ରାଜସ୍ଥାନର କୋଟାସ୍ଥିତ ଚାମ୍ବଲ ନଦୀ ପାର ହେଉଥିବା ବେଳେ ଆଜି ଗୋଟିଏ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। କାରଟି ଭାରସାମ୍ୟ ହରାଇ ନଦୀକୁ ଖସିପଡିବାରୁ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ କାରରେ ଥିବା ସମସ୍ତ ଲୋକ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଯାଉଥିଲେ।
ଖବର ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମୃତକଙ୍କ ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାକୁ ପଠାଯାଇଥିଲା ଏବଂ କ୍ରେନ ସାହାଯ୍ୟରେ କାରଟିକୁ ବାହାର କରାଯାଇଥିଲା।