Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଇଁ ସିଟି ଲିଙ୍କସ କର୍ପୋରେଟ୍ ଆଇକନ୍ ଆୱାର୍ଡରେ ସୋଆକୁ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ସମ୍ମାନ
ଆଜିର ଖବର

ମାଇଁ ସିଟି ଲିଙ୍କସ କର୍ପୋରେଟ୍ ଆଇକନ୍ ଆୱାର୍ଡରେ ସୋଆକୁ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ସମ୍ମାନ

February 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଶ୍ୱ ସ୍ତରରେ ଓଡ଼ିଶା ନିମନ୍ତେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏବଂ ନିଜ ରାଜ୍ୟରେ ଅଭିନବ ଉପାୟରେ ପରିବର୍ତନ ଆଣିବାରେ ସଫଳ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ରବିବାର ରାଜ୍ୟର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ “ମାଇଁ ସିଟି ଲିଙ୍କସ୍ କର୍ପୋରେଟ ଆଇକନ୍ ଆୱାର୍ଡସ-୨୦୨୨” ପ୍ରଦାନ କରାଯାଇଛି। ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ କୋଣାର୍କ ଠାରେ ଅନୁଷ୍ଠିତ ଏହି ଆୱାର୍ଡସ୍‌ର ୩ୟ ସଂସ୍କରଣରେ ସୋଆକୁ ସମ୍ମାନିତ
କରାଯାଇଛି।

ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ, ଫ୍ୟାଶନ୍ ଡିଜାଇନର୍ ଏବଂ ଟେଲିଭିଜନ୍ ଉପସ୍ଥାପିକା ମନ୍ଦିରା ବେଦୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୋଆ ପକ୍ଷରୁ ତାଙ୍କ ଠାରୁ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଲୋକ ସମ୍ପର୍କ ଅଧିକାରୀ ଶୁଭଦର୍ଶିନୀ ମିଶ୍ର ଏହି ସମ୍ମାନ ଗ୍ରହଣ କରିଥିଲେ।

ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ନିମନ୍ତେ କ୍ୟାନ୍ସର ସ୍ପେଶିଆଲିଷ୍ଟ ଭାବେ ସମ୍ ଅଲ୍ଟିମେଟ୍ ମେଡିକେୟାର ମେଡିକାଲ୍‌ରେ କାର୍ଯ୍ୟରତ ଅଙ୍କୋଲୋଜି ବିଭାଗର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ପ୍ରିୟା ପ୍ରିୟଦର୍ଶିନୀ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ମନ୍ଦିରା ବେଦୀଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ଡାକ୍ତର ନାୟକ।

ରାଜ୍ୟର ପର୍ଯ୍ୟଟନକୁ ନେଇ ପ୍ରସାରିତ ହେଉଥିବା ବିଶେଷ କାର୍ଯ୍ୟକ୍ରମ ‘ଏକ୍ସପ୍ଲୋର ଓଡ଼ିଶା’ ନିମନ୍ତେ ପ୍ରମେୟ ନ୍ୟୁଜ୍‌-୭ ଚ୍ୟାନେଲ୍‌କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଛି। ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ, ଭାସ୍କର୍ଯ୍ୟ, ହସ୍ତଶିଳ୍ପ ଏବଂ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ବିସ୍ତୃତ ପ୍ରଦର୍ଶନ କରାଯାଇଥାଏ। ନ୍ୟୁଜ୍‌-୭ ପକ୍ଷରୁ ଏହି ସମ୍ମାନକୁ ‘ଏକ୍ସପ୍ଲୋର ଓଡ଼ିଶା’ କାର୍ଯ୍ୟକ୍ରମର ପ୍ରୋଗ୍ରାମ୍ ପ୍ରଡ୍ୟୁସର୍ ଶ୍ରୀ ଗୌରହରି ବିଶ୍ୱାଳ ଏବଂ ଆଙ୍କର ତଥା ମାଇଁ ସିଟି ଲିଙ୍କ୍‌ସର ଏଡିଟର୍ ଶ୍ରୀ ସତ୍ୟବ୍ରତ ସାନୁ) ରଥ ଗ୍ରହଣ କରିଥିଲେ।

ଏହି ଅବସରରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା ମନ୍ଦିରା ବେଦୀ କୋଣାର୍କର ସୌନ୍ଦର୍ଯ୍ୟକୁ ଦେଖି ବିମୋହିତ ହେବା ସହ ଓଡ଼ିଶା ଆସି ସେ ଖୁବ୍ ଆନନ୍ଦିତ ଏବଂ ବାରମ୍ବାର ଏଠାକୁ ଆସିବାକୁ ଚାହିଁବେ ବୋଲି କହିଛନ୍ତି।

ଓଡ଼ିଶା ପର୍ଯ୍ୟଟନ ବିଭାଗର ସହଯୋଗରେ କୋଣାର୍କ ବେଳାଭୂମିରେ ଇକୋରିଟ୍ରିଟ୍ ପରିସରରେ ଆୟୋଜିତ ଆୱାର୍ଡସ୍‌ କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବେଳାଭୂମିରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।

ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026
Latest News

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.