Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଷ୍ଟ୍ରର ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିର ବିକାଶ ଜରୁରି: ବିଶେଷଜ୍ଞ
ଆଜିର ଖବର

ରାଷ୍ଟ୍ରର ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିର ବିକାଶ ଜରୁରି: ବିଶେଷଜ୍ଞ

February 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ବିକାଶ ବିନା ଦେଶର ବିକାଶ ସମ୍ଭବ ନୁହେଁ। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱରସ୍ଥିତ କ୍ଷେତ୍ରୀୟ ଜନସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ‘‘ବିଜ୍ଞାନ ଓ ଜାତୀୟ ବିକାଶ’’ ଉପରେ ଆୟୋଜିତ ଏକ ୱେବିନାରରେ ଅଂଶଗ୍ରହଣ କରିଥିବା ବିଶେଷଜ୍ଞମାନେ ଏହି ମତବ୍ୟକ୍ତ କରିଛନ୍ତି।

ଏହି ୱେବିନାରରେ ଅଂଶଗ୍ରହଣ କରି, ପିଆଇବି କୋଲକାତା ମହାନିର୍ଦ୍ଦେଶକ ଭୂପେନ୍ଦ୍ର କଇଁଥୋଲା କହିଥିଲେ ଯେ, ବୈଜ୍ଞାନିକ ପ୍ରତିଭା କେବଳ ସହରଗୁଡ଼ିକ ମଧ୍ୟରେ ସୀମିତ ନାହାନ୍ତି, ଗାଁରେ ମଧ୍ୟ ରହିଛନ୍ତି। ଗାଁ ଗହଳିର ଛାତ୍ରଛାତ୍ରୀମାନେ ବୁଝି ପାରୁଥିବା ଭାଷା, ବିଶେଷ କରି ସେମାନଙ୍କର ମାତୃଭାଷାରେ ବିଜ୍ଞାନ ଶିକ୍ଷାର ପ୍ରସାର କରିବା ଦିଗରେ ପ୍ରୟାସ କରାଯିବା ଆବଶ୍ୟକ ବୋଲି ଶ୍ରୀ କଇଁଥୋଲା କହିଥିଲେ।

ଭୁବନେଶ୍ୱର ଆରଓବିର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କହିଥିଲେ ଯେ, ଦେଶର ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିର ବିକାଶ ଜରୁରି। ସେ କହିଥିଲେ, ‘‘ବିଜ୍ଞାନ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ, କୃଷିରେ ସୁଧାର ଆଣେ ତଥା ସ୍ୱାସ୍ଥ୍ୟ ଓ ସମ୍ପତ୍ତି ପ୍ରୋତ୍ସାହିତ କରିଥାଏ। ସଙ୍କଟ ସମୟରେ, କେବଳ ପ୍ରଯୁକ୍ତିର ଉପଯୋଗ କରାଯାଇ ସହଜରେ ସୂଚନା ପ୍ରସାର କରାଯାଇ ପାରିଥିଲା।

ବିଜ୍ଞାନ ଓ ପ୍ରଯୁକ୍ତି ସହାୟତାରେ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଭାରତ କିଭଳି ଭାବେ ଆତ୍ମନିର୍ଭରଶୀଳ ହୋଇପାରିଛି ସେ ସମ୍ପର୍କରେ ଆଇସିଏଆର ପ୍ରମୁଖ ବୈଜ୍ଞାନିକ ଡକ୍ଟର ପ୍ରମୋଦ ପଣ୍ଡା ଆଲୋଚନା କରିଥିଲେ। ସେ କହିଥିଲେ ଯେ, ଭାରତ ଯେତେବେଳେ ସ୍ୱାଧୀନ ହେଲା, ପାଶ୍ଚାତ୍ୟ ଜଗତର ଲୋକମାନେ ଭାବୁଥିଲେ ଭାରତ ହୁଏତ’ ଖାଦ୍ୟ ଉତ୍ପାଦନ କରିବାକୁ ସକ୍ଷମ ହେବ ନାହିଁ ଏବଂ ଲୋକମାନେ ଭୋକଉପାସରେ ପ୍ରାଣ ହରାଇବେ, କିନ୍ତୁ ସମୟ ବିତିବା ସହିତ କେବଳ ବିଜ୍ଞାନ ଓ ପ୍ରଯୁକ୍ତିର ହସ୍ତକ୍ଷେପ କାରଣରୁ ପରିସ୍ଥିତିରେ ବିଶେଷ ପରିବର୍ତ୍ତନ ଆସିପାରିଲା।

ପୁନର୍ବାସରେ ବିଜ୍ଞାନ ଓ ପ୍ରଯୁକ୍ତିର ହସ୍ତକ୍ଷେପ ସମ୍ପର୍କରେ ଏସଭିନିର୍ତାର, କଟକର ଆସୋସିଏଟ୍‌ ପ୍ରଫେସର ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ପତିତପାବନ ମହାନ୍ତି ଆଲୋକପାତ କରିଥିଲେ। ପୁନର୍ବାସ ଚିକିତ୍ସା କ୍ଷେତ୍ରରେ ରୋବୋଟିକ୍ସ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କିଭଳି ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛି ତାହା ଉପରେ ସେ ଆଲୋକପାତ କରିଥିଲେ। ସେ ଆହୁରି କହିଥିଲେ ଯେ ଶିଶୁ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ପ୍ରଯୁକ୍ତିଗତ ହସ୍ତକ୍ଷେପ ଏକ ବରଦାନ ସାବ୍ୟସ୍ତ ହୋଇଛି।

ଛାତ୍ରଛାତ୍ରୀ ଏବଂ ଗବେଷକମାନଙ୍କ ସହିତ ମନ୍ତ୍ରଣାଳୟର ଅଧିକାରୀମାନେ ଏହି ୱେବିନାରରେ ଅଂଶଗ୍ରହଣ କରିଥିଲେ।

ବିଶେଷଜ୍ଞ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଏପ୍ରିଲ ୧୩ ତାରିଖ ସୋମବାରରେ ଏହି ପାଞ୍ଚଟି ରାଶିର ଲୋକେ ହେବେ ଭାଗ୍ୟଶାଳି

April 13, 2026

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ

April 12, 2026

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରମୁଖ ଜନ ସଂଗୋଷ୍ଠୀ

April 12, 2026

କରେଣ୍ଟ ଲାଗି ତିନି ଦଣ୍ଡୁଆ ମୃତ

April 12, 2026
Latest News

ଆଜି ଏପ୍ରିଲ ୧୩ ତାରିଖ ସୋମବାରରେ ଏହି ପାଞ୍ଚଟି ରାଶିର ଲୋକେ ହେବେ ଭାଗ୍ୟଶାଳି

April 13, 2026

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ

April 12, 2026

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରମୁଖ ଜନ ସଂଗୋଷ୍ଠୀ

April 12, 2026

କରେଣ୍ଟ ଲାଗି ତିନି ଦଣ୍ଡୁଆ ମୃତ

April 12, 2026

କୂଅରୁ ମୃତଦେହ ଉଦ୍ଧାର: ୧୨ଜଣ ଗିରଫ

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.