Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋଟିଏ ମିନିଟ୍‌ରେ ୧୦୪ଥର ନିଷ୍ଟାଇକ କରି ପାକିସ୍ତାନ ରେକର୍ଡ଼ ଭାଙ୍ଗିଲେ ଓଡ଼ିଆପୁଅ ସଚିନ
ଆଜିର ଖବର

ଗୋଟିଏ ମିନିଟ୍‌ରେ ୧୦୪ଥର ନିଷ୍ଟାଇକ କରି ପାକିସ୍ତାନ ରେକର୍ଡ଼ ଭାଙ୍ଗିଲେ ଓଡ଼ିଆପୁଅ ସଚିନ

March 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତର ନିଷ୍ଟାଇକର ଭାବରେ ସୁପରିଚିତ ସଚିନ ବେହେରା ଗିନିଜ୍ ବୁକ୍‌ରେ ଆଉ ଏକ ନୂତନ ରେକର୍ଡ଼ ସ୍ଥାପନ କରି ଓଡ଼ିଶା ତଥା ଭାରତ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ପୂର୍ବରୁ ସଚିନ ଗୋଟିଏ ମିନିଟରେ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକ୍ କରି ଗିନିଜ ବୁକ ଅଫ ୱାଲର୍ଡ଼ ରେକର୍ଡ଼ରେ ନିଜର ନାମ ଲିପିବଦ୍ଧ କରିଥିବା ସଚିନ ଗତ ଜାନୁୟାରୀ ୩୦ତାରିଖ ରବିବାର ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପାଞ୍ଚକେଜି ଆଙ୍କେଲ ୱେଟ୍ ବାନ୍ଧି ଗୋଟିଏ ମିନିଟ୍‌ରେ ନିଷ୍ଟାଇକ କରି ପୂର୍ବରୁ ପାକିସ୍ତାନ ମୁଷ୍ଟିଯୋଦ୍ଧା ମହମ୍ମଦ ରସିଦ ନାମରେ ଥିବା ୧୦୦ ନିଷ୍ଟାଇକ ରେକର୍ଡ଼କୁ ଭାଙ୍ଗି ୧୦୪ଥର ନିଷ୍ଟାଇକ କରି ଏକ ନୂତନ ରେକର୍ଡ଼ ସ୍ଥାପନ କରିଛନ୍ତି।

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଲରକା ଗ୍ରାମର ପିତା ଲକ୍ଷ୍ମୀପ୍ରସାଦ ବେହେରା ଏବଂ ଆରତୀ ବେହେରାଙ୍କ ପୁଅ ସଚିନ ବେହେରା ବର୍ତ୍ତମାନ ହାଇଟେକ କଲେଜ ଅଫ ଫିଜିଓଥେରାପିରେ ଇଣ୍ଟର୍ଣ୍ଣସିପ୍ କରୁଛନ୍ତି। ପିଲାଦିନରୁ କ୍ରୀଡ଼ା ପ୍ରତି ତାଙ୍କର ଆଗ୍ରହ ଥିବାରୁ ସେ କଠିନ ପରିଶ୍ରମ କରୁଥିଲେ। ସେ ୧୦୦ ମିଟର ଧାବକ ଭାବରେ ସୁପରିଚିତ ସଚିନ ୨୦୧୯ ମସିହା ମାର୍ଚ୍ଚ ମାସ ୧୦ତାରିଖ ଦିନ ନିଷ୍ଟାଇକରେ ବିଶ୍ୱ ରେକର୍ଡ଼ କରିଥିଲେ। ଖାଲି ସେତିକି ନୁହେଁ, ସଚିନଙ୍କ ଇଚ୍ଛା ଥିଲା ଆହୁରି ନୂତନ ବିଶ୍ୱରେକର୍ଡ଼ରେ ନିଜର ନାମକୁ ଲିପିବଦ୍ଧ କରିବେ। ସେଥିପାଇଁ ଦିନକୁ ସଚିନ ୧୦ ଘଣ୍ଟା କଠିନ ପରିଶ୍ରମ କରୁଥିଲେ।

ଏହା ସହିତ କଳିଙ୍ଗ ଷ୍ଟାଡ଼ିୟମରେ କୋଚ୍ ଗୁରୁପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ସବୁଦିନ ଅଭ୍ୟାସ ଜାରି ରଖିଥିଲେ। ଏହି ସଫଳତା ପାଇଁ ହାଇଟେକ କଲେଜର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ ଓ ନବଜ୍ୟୋତି ଜୁନିୟର ସାଇନ୍ସ କଲେଜର ଅଧ୍ୟକ୍ଷ ଶାନ୍ତନଙ୍କୁ ସଚିନ କୃତଜ୍ଞତା ଜଣାଇବା ସହ ସମସ୍ତ ସଫଳତାକୁ ପିତାମାତଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଏକ୍ସପୋର୍ଟ ୱିଟନେସ୍ ଭାବରେ ସୌମ୍ୟରଞ୍ଜନ ଦାସ, ସନ୍ଦିପ ମହାନ୍ତି, କିକ୍‌ପ୍ୟାଡ଼ କିପର ଅମନ ପାଣ୍ଡେ, ଟାଇମ୍ କିପର ସସ୍ମିତା ରାଉତରାୟ, ଦେବାଶିଷ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଯେଉଁ କ୍ରୀଡ଼ାବିତମାନେ ବିଶ୍ୱରେକର୍ଡ଼ କରିବାକୁ ଚାହୁଁଛନ୍ତି, ସେମାନେ ସଚିନଙ୍କ ପରାମର୍ଶ ନେଲେ, ସଚିନ ସେମାନଙ୍କୁ ପୂର୍ଣ୍ଣ ସହଯୋଗ ଯୋଗାଇ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ।

ଓଡ଼ିଆପୁଅ ସଚିନ ପାକିସ୍ତାନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ୧୩ ଅକ୍ଟୋବର ସୋମବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଖୋଲିଲା

October 13, 2025

ଦିନିକିଆ ଆନ୍ତର୍ଜାତୀୟ ଇତିହାସରେ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ରନ୍ ଦେଇଥିବା ଶ୍ରେଷ୍ଠ ୭ ବୋଲର

October 12, 2025

ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

October 12, 2025

ସେଚେଲ୍ସ ରାଷ୍ଟ୍ରପତି ଭାବେ ଡକ୍ଟର ପାଟ୍ରିକ୍ ହର୍ମିନିଙ୍କ ବିଜୟରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

October 12, 2025
Latest News

ଆଜି ୧୩ ଅକ୍ଟୋବର ସୋମବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଖୋଲିଲା

October 13, 2025

ଦିନିକିଆ ଆନ୍ତର୍ଜାତୀୟ ଇତିହାସରେ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ରନ୍ ଦେଇଥିବା ଶ୍ରେଷ୍ଠ ୭ ବୋଲର

October 12, 2025

ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

October 12, 2025

ସେଚେଲ୍ସ ରାଷ୍ଟ୍ରପତି ଭାବେ ଡକ୍ଟର ପାଟ୍ରିକ୍ ହର୍ମିନିଙ୍କ ବିଜୟରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

October 12, 2025

ବାମରାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ସାମ୍ବାଦିକ ସୁରକ୍ଷା ଆଇନ ଓ ପେନସନ ପାଇଁ ଦୃଢ଼ ଦାବି

October 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.