Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କକଲିୟର୍ ପ୍ରତ୍ୟାରୋପଣ ସର୍ଜରୀ, ଲକ୍ଷ ଲକ୍ଷ ବଧିର ଶିଶୁଙ୍କ ପାଇଁ ଆଶାର କିରଣ
ଆଜିର ଖବର

କକଲିୟର୍ ପ୍ରତ୍ୟାରୋପଣ ସର୍ଜରୀ, ଲକ୍ଷ ଲକ୍ଷ ବଧିର ଶିଶୁଙ୍କ ପାଇଁ ଆଶାର କିରଣ

March 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜନ୍ମରୁ ବଧିର ଥିବା ଲକ୍ଷ ଲକ୍ଷ ଶିଶୁଙ୍କ ପାଇଁ କକଲିୟର୍ ପ୍ରତ୍ୟାରୋପଣ ସର୍ଜରୀ ଏକ ଆଶାର କିରଣ ପାଲଟିଥିବା ବେଳେ ଏହା ବର୍ତମାନ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଉପଲବ୍ଧ।

ନିକଟରେ ବରଗଡ ଅଂଚଳର ଗୋଟିଏ ୪ ବର୍ଷର ବାଳକର ଶରୀରରେ ଏହି ଜଟିଳ ଓ ସୂକ୍ଷ୍ମ ଇଏନ୍‌ଟି ସର୍ଜରୀ ସମ୍ମମ୍‌ରେ କରାଯାଇଛି। ଏହି ବାଳକଟି ଜନ୍ମରୁ ଶୁଣିପାରୁ ନଥିବା ବେଳେ କଥା କହିବା ମଧ୍ୟ ଶିଖି ନଥିଲା।

ଶିଶୁଟିର ଏଭଳି ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ତା’ର ବାପା-ମା ବ୍ୟତିବ୍ୟସ୍ତ ହୋଇ ଚିକିତ୍ସା ନିମନ୍ତେ ଅନେକ ସ୍ଥାନକୁ ଯାଇଥିଲେ ମଧ୍ୟ କୋଭିଡ ମହାମାରୀ ଯୋଗୁଁ ହୋଇଥିବା ଲକ୍‌ଡାଉନ୍ ଏବଂ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ଶିଶୁଟିର ଚିକିତ୍ସା ହୋଇପାରି ନଥିଲା। ତେବେ ଶେଷରେ ସେମାନେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଇଏନ୍‌ଟି ଆଣ୍ଡ ସ୍କଲ୍‌ବେସ୍ ସର୍ଜରୀ ବିଭାଗର ସିନିୟର୍ କନ୍‌ସଲ୍‌ଟାଂଟ ଡାକ୍ତର ରାଧାମାଧବ ସାହୁଙ୍କ ନିକଟକୁ ନିଜ ପୁଅକୁ ନେଇ ଚିକିତ୍ସା ପାଇଁ ଆସିଥିଲେ। ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଡାକ୍ତର ସାହୁ କକ୍‌ଲିୟର୍ ପ୍ରତ୍ୟାରୋପଣ ସର୍ଜରୀ ନିମନ୍ତେ ପରାମର୍ଶ ଦେଇଥିଲେ।

ଏହି ସର୍ଜରୀଟି ପୋଷ୍ଟେରିୟର୍ ଟିମ୍‌ପାନୋଟୋମି ପ୍ରକ୍ରିୟାରେ କରାଯାଇଥିଲା। ଏହି ପ୍ରକ୍ରିୟା ହେଉଛି ଏକ ମିନିମାଲୀ ଇନ୍‌ଭେସିଭ୍ ପ୍ରକ୍ରିୟା ଯେଉଁଥିରେ କି ଏକ ଛୋଟ ଛିଦ୍ର ମାଧ୍ୟମରେ ସର୍ଜରୀ କରାଯାଇଥାଏ ଏବଂ ଏହା ଖୁବ୍ କମ୍ କଷ୍ଟଦାୟକ ଅଟେ ବୋଲି ସଫଳତାର ସହ ସର୍ଜରୀ କରିଥିବା ଡାକ୍ତର ସାହୁ କହିଛନ୍ତି।

ଏହି ପ୍ରକ୍ରିୟା ଦ୍ୱାରା ରୋଗୀଟି ଖୁବ୍ ଶୀଘ୍ର ଶ୍ରବଣ ଶକ୍ତି ପାଇବାରେ ସକ୍ଷମ ହୋଇଥାଏ। ଏହି ପ୍ରତ୍ୟାରୋପଣ ପ୍ରକ୍ରିୟା ସଫଳତାର ସହ ସଂପାଦନ କରାଯାଇଥିଲା ଏବଂ ୨୧ ଦିନ ପରେ ଏହି ଡିଭାଇସ୍‌କୁ ସ୍ୱିଚ୍‌ଅନ୍ କରାଯାଇଥିଲା ବୋଲି ଡାକ୍ତର ସାହୁ କହିଛନ୍ତି। ଅଡିଓଲୋଜିଷ୍ଟ ଲୋପାମୁଦ୍ରା ତ୍ରିପାଠୀ ଏବଂ ଅଭିନୀଶ କୁମାର ଡାକ୍ତର ସାହୁଙ୍କ ତତ୍ୱାବଧାନରେ ଡିଭାଇସ୍‌କୁ ନେଇ କାର୍ଯ୍ୟ କରିଥିଲେ ଏବଂ ସର୍ଜରୀ ପରେ ୩ ମାସ ପର୍ଯ୍ୟନ୍ତ ଶିଶୁଟିର ସ୍ପିଚ୍ ଥେରାପି ମଧ୍ୟ କରାଯାଇଥିଲା।  ଶିଶୁଟି ଶୁଣିବାରେ ସକ୍ଷମ ହୋଇପାରିଛି ଏବଂ ବିଭିନ୍ନ ଶବ୍ଦକୁ ଅନୁସରଣ କରୁଛି। ସେ ଧୀରେ ଧୀରେ କଥା କହିବା ମଧ୍ୟ ଶିଖିଯିବ ବୋଲି ସେ କହିଛନ୍ତି।

କାନର ଭିତର ପାଶ୍ୱର୍ରେ ସମସ୍ୟା ଥିବା ଯୋଗୁଁ ବିଶ୍ୱବ୍ୟାପୀ ଅନେକ ଲୋକ ବଧିରତାର ଶିକାର ହୋଇଥାନ୍ତି। କକ୍‌ଲିୟର ଏକ ଛୋଟ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଯାହାକୁ କି କାନର ଭିତର ପାଶ୍ୱର୍ରେ ପ୍ରତ୍ୟାରୋପଣ କରାଯିବା ଦ୍ୱାରା ସମ୍ପୂର୍ଣ୍ଣ ବଧିର କିମ୍ବା ଅଳ୍ପ ଶୁଣିପାରୁଥିବା ଲୋକଙ୍କର ଶ୍ରବଣ ଶକ୍ତି ବୃଦ୍ଧି ପାଇଥାଏ ବୋଲି ମାର୍ଚ୍ଚ ୩ ୱାର୍ଲ୍ଡ ହିୟରିଂ ଡେ (ବିଶ୍ୱ ଶ୍ରବଣ ଦିବସ) ପରିପ୍ରେକ୍ଷୀରେ ଡାକ୍ତର ସାହୁ କହିଛନ୍ତି।

ଚଳିତ ବର୍ଷ ୱାର୍ଲ୍ଡ ହିୟରିଂ ଡେ -୨୦୨୨ର ଥିମ୍ ରହିଛି “ଟୁ ହିୟର ଫର୍ ଲାଇଫ୍‌, ଲିସିନ୍ ୱିଥ୍ କେୟାର”। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବଧିରତା ଦୂର କରିବା। ଏହାର ଅର୍ଥ ହେଉଛି ଉପଯୁକ୍ତ ଭାବେ କାନ ଏବଂ ଶ୍ରବଣ ଶକ୍ତିର ଯତ୍ନ ନେବା ଦ୍ୱାରା ଆମେ ଜୀବନବ୍ୟାପୀ ଠିକ୍ ଭାବେ ଶୁଣିପାରିବାରେ ସକ୍ଷମ ହୋଇପାରିବା। ଏହାଛଡା ଶ୍ରବଣ ଶକ୍ତି ହରାଇବାର ଅନେକ ସାଧାରଣ କାରଣକୁ ଦୂର କରିହେବ ଓ ଅଧିକ ଶବ୍ଦ ପ୍ରଦୂଷଣ ଯୋଗୁଁ ବଧିରତାକୁ ମଧ୍ୟ ପ୍ରତିରୋଧ କରିହେବ ବୋଲି ଡାକ୍ତର ସାହୁ କହିଛନ୍ତି।

ଆଶାର କିରଣ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026

ଆଡଟ୍ରଷ୍ଟ ସମ୍ମିଳନୀ ୨୦୨୬: ବିଜ୍ଞାପନ ଆଇନ ସଙ୍କଳନର ଶୁଭାରମ୍ଭ

March 19, 2026

ଆଇଆଇସିଟି ର ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ଯୋଜନାର ସମୀକ୍ଷା

March 19, 2026
Latest News

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026

ଆଡଟ୍ରଷ୍ଟ ସମ୍ମିଳନୀ ୨୦୨୬: ବିଜ୍ଞାପନ ଆଇନ ସଙ୍କଳନର ଶୁଭାରମ୍ଭ

March 19, 2026

ଆଇଆଇସିଟି ର ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ଯୋଜନାର ସମୀକ୍ଷା

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.