
ବାରଣାସୀରେ ଆସନ୍ତା କାଲି ନାମାଙ୍କନ ଦାଖଲ ପୂର୍ବରୁ ଶକ୍ତି ପ୍ରଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର ପ୍ରଧାନମନ୍ତ୍ରୀଙ୍କ ଏହି ରାଲିରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ମଧ୍ୟ ଯୋଗ ଦେଇଛନ୍ତି। ମୋଦିଙ୍କ ଏହି ରୋଡ୍ ଶୋରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ପଣ୍ଡିତ ମଦନ ମୋହନ ମାଲବ୍ୟ ପ୍ରତିମୂର୍ତ୍ତି ନିକଟରୁ ଆରମ୍ଭ ହୋଇଥିବା ଏହି ରୋଡ ଶୋ ପ୍ରାୟ ୮ଟାରେ ଦଶାଶ୍ବମେଧ ଘାଟରେ ସମାପ୍ତ ହେବ। ଏହାପରେ ମୋଦି ଗଙ୍ଗା ଆରତୀ କରିବେ ଏବଂ ଆସନ୍ତା କାଲି ପ୍ରଧାନମନ୍ତ୍ରୀ ମୋଦି ବାବା କାଳ ଭୈରବଙ୍କ ଦର୍ଶନ କରିବା ପରେ ବାରଣାସୀ ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ।