Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ସୋଆରେ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ
ଆଜିର ଖବର

ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ସୋଆରେ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ

March 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ସୋମବାର ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ ହୋଇଯାଇଛି। ସୋଆର ଉପସଭାପତି ଶାଶ୍ୱତୀ ଦାସ ଓ ପ୍ରତିଷ୍ଠାତା ସଦସ୍ୟା କୁମାରୀ ଉପାସନା ନାୟକ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ।

ଚଳିତ ବର୍ଷ ମହିଳା ଦିବସର ପ୍ରସଙ୍ଗ ‘Gender equality today for a sustainable tomorrow’ (ଲିଙ୍ଗଗତ ସମାନତା, ଆଜି ଓ ଆଗାମୀ କାଲି ନିମନ୍ତେ) ଉପରେ ମତ ରଖି ଶ୍ରୀମତୀ ଦାସ କହିଥିଲେ ଯେ, ନାରୀ ବର୍ତ୍ତମାନ ଆଉ ଅବଳା ଦୁର୍ବଳା ନୁହେଁ। ତେବେ ନାରୀ ପୁରୁଷ ମଧ୍ୟରେ ସମାନତା ଆଣିବା ଓ ନାରୀକୁ ସମ୍ମାନ ଦେବା ସମ୍ପର୍କରେ ପରିବାରରେ ପିଲାମାନଙ୍କୁ ଶିକ୍ଷା ଦେବା ଜରୁରୀ ବୋଲି ସେ କହିଥିଲେ।

ସେହିପରି ପ୍ରତିଷ୍ଠାତା ସଦସ୍ୟା କୁମାରୀ ନାୟକ ନାରୀମାନେ ପରସ୍ପରକୁ ସମ୍ମାନ ଦେବା ଦେଇ ଗୁରୁତ୍ୱାରୋପ କରିଥିଲେ। ନାରୀଟିଏ ଗୃହିଣୀ ହେଉ ବା କର୍ମଜୀବି ଏହା ତାଙ୍କର ନିଜସ୍ୱ ନିଷ୍ପତି। ତେଣୁ ଏଭଳି କ୍ଷେତ୍ରରେ କେହି କାହାର ଜୀବନଶୈଳୀକୁ ଆକ୍ଷେପ କିମ୍ବା ଅସମ୍ମାନ କରିବା ଉଚିତ୍ ନୁହେଁ ବୋଲି କୁମାରୀ ନାୟକ ମତ ରଖିଥିଲେ।

ନିମନ୍ତ୍ରିତ ଅତିଥିମାନେ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ ଓ ମହିଳା ଦିବସ ପରିପ୍ରେକ୍ଷୀରେ ସ୍ୱତନ୍ତ୍ର କେକ କାଟି ଉତ୍ସବକୁ ପାଳନ କରିଥିଲେ।

ଏହି ଅବସରରେ ସୋଆର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ, ଆଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି, ସୋଆ ପ୍ରାଚୀନର ମୁଖ୍ୟ ଡଃ ଗାୟତ୍ରୀବାଳା ପଣ୍ଡା, ପ୍ରଫେସର ମୀରା ଦାସ, ପ୍ରଫେସର ସଂଘମିତ୍ରା ନାୟକ, ପ୍ରଫେସର ରେଣୁ ଶର୍ମା, ପ୍ରଫେସର ତୃପ୍ତି ସ୍ୱର୍ଣ୍ଣକାର, ପ୍ରଫେସର ସ୍ୱୟଂପ୍ରଭା ଦାଶ, ପ୍ରଫେସର ସୁଜାତା ମିଶ୍ର, ପ୍ରଫେସର ସ୍ନିଗ୍ଧା ପଟ୍ଟନାୟକ, ଜଏଂଟ ରେଜିଷ୍ଟ୍ରାର ପ୍ରଫେସର ମଧୁବ୍ରତା ଦାସ, ପ୍ରଫେସର ସ୍ମିତା ମହାପାତ୍ର, ପ୍ରଫେସର ଅନିତା ପଣ୍ଡା ଓ ସୋଆ କମ୍ୟୁନିଟି ରେଡ଼ିଓର ଇନ୍‌ଚାର୍ଜ ହନି ପଟ୍ଟନାୟକଙ୍କ ସମେତ ସୋଆର ବିଭିନ୍ନ ଅନୁଷ୍ଠାନର ବରିଷ୍ଠ ମହିଳା କାର୍ଯ୍ୟକର୍ତ୍ତା ଏବଂ ପ୍ରମେୟ ଓ ନ୍ୟୁଜ୭ ର ମହିଳା ସାମ୍ବାଦିକାମାନେ ଯୋଗ ଦେଇଥିଲେ।

ଆନ୍ତର୍ଜାତିକ ମହିଳା ଦିବସ ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ହ୍ରାସ ପାଇଲା ଗ୍ୟାସ ଚାହିଦ: ଜାଣନ୍ତୁ କାରଣ

April 19, 2026

ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ଏବଂ ଭାରତରେ ଉତ୍ପାଦନ…: ୧୦୦ଟି ଲଢ଼ୁଆ ବିମାନ ପାଇଁ ରୁଷର ବଡ଼ ପ୍ରସ୍ତାବ

April 19, 2026

ବିଜେପି ରାଜ୍ୟ ପଦାଧିକାରୀ ବୈଠକ ଆରମ୍ଭ

April 19, 2026

ତହସିଲଦାରଙ୍କୁ ହତ୍ୟା ଉଦ୍ୟମ : ୭ ଗିରଫ

April 19, 2026
Latest News

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ହ୍ରାସ ପାଇଲା ଗ୍ୟାସ ଚାହିଦ: ଜାଣନ୍ତୁ କାରଣ

April 19, 2026

ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ଏବଂ ଭାରତରେ ଉତ୍ପାଦନ…: ୧୦୦ଟି ଲଢ଼ୁଆ ବିମାନ ପାଇଁ ରୁଷର ବଡ଼ ପ୍ରସ୍ତାବ

April 19, 2026

“ହର୍ମୁଜ୍ ବନ୍ଦ ଅଛି, ତୁରନ୍ତ ଫେରିଯାଅ,”: ଭାରତୀୟ ଜାହାଜକୁ ମଝି ରାସ୍ତାରୁ ଫେରାଇ ଦେଲେ ଇରାନୀ ସେନା

April 19, 2026

ବିଜେପି ରାଜ୍ୟ ପଦାଧିକାରୀ ବୈଠକ ଆରମ୍ଭ

April 19, 2026

ତହସିଲଦାରଙ୍କୁ ହତ୍ୟା ଉଦ୍ୟମ : ୭ ଗିରଫ

April 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.