Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍‌ସ ଭୁବନେଶ୍ୱରରେ ଖୁବ୍ ଶୀଘ୍ର ଆରମ୍ଭ ହେବ ବୃକକ୍‌ ପ୍ରତିରୋପଣ
ଆଜିର ଖବର

ଏମ୍‌ସ ଭୁବନେଶ୍ୱରରେ ଖୁବ୍ ଶୀଘ୍ର ଆରମ୍ଭ ହେବ ବୃକକ୍‌ ପ୍ରତିରୋପଣ

March 10, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱର ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୃକକ୍ ପ୍ରତିରୋପଣ (ରେନାଲ୍ ଟ୍ରାନ୍ସପ୍ଲାଣ୍ଟ୍‌) ସେବା। ଏନେଇ ଏମ୍‌ସ ପକ୍ଷରୁ ଭିତ୍ତିଭୂମି ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ବେଶ୍‌ ପୂର୍ବରୁ ସମାପ୍ତ ହୋଇଛି। ରାଜ୍ୟ ସରକାରଙ୍କଠାରୁ ଏନେଇ ଆବଶ୍ୟକ ଅନୁମତି ପାଇବା ନେଇ ଏମ୍‌ସକୁ ସବୁଜ ସଙ୍କେତ ମିଳିସାରିଛି। ଆବଶ୍ୟକ ପ୍ରକ୍ରିୟା ସମାପ୍ତି ପରେ ଏମ୍‌ସ ଭୁବନେଶ୍ୱରରେ ବହୁପ୍ରତିକ୍ଷୀତ ବୃକକ୍‌ ପ୍ରତିରୋପଣ ଆରମ୍ଭ ହେବ ବୋଲି ଏମ୍‌ସ ଭୁବନେଶ୍ୱର ମେଡିକାଲ୍ ଅଧୀକ୍ଷକ  ଡ. ଏସ୍‌ ଏନ୍‌ ମହାନ୍ତି ପ୍ରକାଶ କରିଛନ୍ତି। ଆଜି ଏମ୍‌ସ  ପରିସରରେ ବିଶ୍ୱ କିଡ୍‌ନୀ ଦିବସ ପାଳନ ଅବସରରେ ଏହି ସୂଚନା ଦେଇଛନ୍ତି ଡ. ମହାନ୍ତି। ଏହି ସେବା ଆରମ୍ଭ ଦ୍ୱାରା ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ କିଡ୍‌ନୀ ରୋଗୀ ଉପକୃତ ହେବେ ବୋଲି ଡ. ମହାନ୍ତି ପ୍ରକାଶ କରିଛନ୍ତି।

ଏହି ଅବସରରେ ସୂଚନା ଦେଇ ନେଫ୍ରୋଲୋଜି ବିଭାଗ ମୁଖ୍ୟ ତଥା ସହକାରୀ ପ୍ରଫେସର ଡ. ସନ୍ଦୀପ କୁମାର ପଣ୍ଡା କହିଛନ୍ତି ଯେ ଏମ୍‌ସ ଭୁବନେଶ୍ୱର ୨୦୧୯ରୁ ଡାଏଲିସିସ୍ ସେବା ଯୋଗାଇ ଆସୁଛି। ଏଥିସହିତ ବିଭିନ୍ନ କିଡ୍‌ନୀ ରୋଗ ପାଇଁ ପ୍ଲାଜମାଫେରେସିସ୍‌, ସିଆରଆରଟି, ରେନାଲ୍‌ ବାୟୋପ୍ସି ଭଳି ସେବା ଯୋଗାଇ ଆସୁଛି। ଓଡ଼ିଶାରେ କ୍ରମାଗତ ଭାବେ କ୍ରନିକ୍ ବୃକକ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି।

ବିଭିନ୍ନ ସର୍ଭେରୁ ପ୍ରକାଶିତ ତଥ୍ୟ ଅନୁସାରେ ରାଜ୍ୟର ମୋଟ ଜନସଂଖ୍ୟାରେ ପ୍ରାୟ ୧୦-୧୪ ପ୍ରତିଶତ ବିଭିନ୍ନ କିଡ୍‌ନୀଜନିତ ରୋଗରେ ପିଡ଼ୀତ। ଯାହାକି ଜାତୀୟ ହାରଠାରୁ ଅଧିକ ଅଟେ। ଏହାବ୍ୟତୀତ ରାଜ୍ୟରେ କିଛି ଅଞ୍ଚଳରେ କିଡ୍‌ନୀ ରୋଗର ପ୍ରାଦୁର୍ଭାବ ପ୍ରାୟ ୨୦ ପ୍ରତିଶତ ରହିଛି। ଏସମସ୍ତ ଅଞ୍ଚଳକୁ ସିକେଡି ହଟ୍‌ସ୍ପଟ୍‌ ଅଞ୍ଚଳ ଭାବେ ବିବେଚିତ କରାଯାଉଛି। ଯାହାକି ଚିନ୍ତାଜନକ ବୋଲି ଡ. ପଣ୍ଡା ମତବ୍ୟକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଭାରତରେ ୧୦୦ ମିଲିୟନରୁ ଅଧିକ ଲୋକ କିଡନୀ ରୋଗରେ ପୀଡିତ ଅଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ବବ୍ୟାପୀ ଡାଇବେଟିସ୍ ମେଲିଟସ୍ ହେଉଛି ଉଚ୍ଚ ରକ୍ତଚାପ ପରେ ବୃକକ୍ ବିଫଳତାର ମୁଖ୍ୟ କାରଣ। କିନ୍ତୁ ନିକଟ ଅତୀତରେ ଅଧିକରୁ ଅଧିକ ଯୁବକ ଅଣ-ମଧୁମେହ ରୋଗୀ ଏବଂ ଉଚ୍ଚ ରକ୍ତଚାପ ରୋଗୀ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବା ପରିଲକ୍ଷିତ ହେଉଥିବା ଡ. ପଣ୍ଡା ସୂଚନା ଦେଇଛନ୍ତି।

ରକ୍ତଚାପ, ମଧୁମେହକୁ ନିୟନ୍ତ୍ରଣ କରିବା, ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା, ଧୂମପାନରୁ ଦୂରେଇ ରହିବା, ଅନାବଶ୍ୟକ ଭାବେ ଔଷଧ ସେବନରୁ ଦୂରେଇ ରହିବା ଆଦି ପାଳନ ଦ୍ବାରା କିଡ୍‌ନୀ ରୋଗରୁ ରକ୍ଷା ଦେଇପାରିବ ବୋଲି ଆଜି ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ମତ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜେନେରାଲ୍ ମେଡିସିନ୍ ବିଭାଗର ଅତିରିକ୍ତ ପ୍ରଫେସର ଡ. ଅନୁପମ ଦେ, ୟୁରୋଲୋଜି ବିଭାଗର ସହକାରୀ ପ୍ରଫେସର ଡ. ମନୋଜ ଦାସ, ଶିଶୁରୋଗ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ଅମିତ ଶତପଥୀ, ମେଡିସିନ୍ ବିଭାଗର ସହକାରୀ ପ୍ରଫେସର ଡ. ଦେବାନନ୍ଦ, ନେଫ୍ରୋଲୋଜି ବିଭାଗର ସହକାରୀ ପ୍ରଫେସର ଡ. ପ୍ରୀତି ମୀନା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଜନସାଧାରଣ ତଥା ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ମଧ୍ୟରେ କିଡନୀ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ୨୦୦୬ ମସିହାରୁ ମାର୍ଚ୍ଚ ମାସର ୨ୟ ଗୁରୁବାରକୁ ବିଶ୍ବ ବୃକକ୍‌ ଦିବସ ଭାବେ ପାଳନ କରାଯାଇଆସୁଛି। ବୃକକ୍‌ର ସୁରକ୍ଷା ନିମନ୍ତେ ତଥ୍ୟ ପାଇବାର ବ୍ୟବଧାନକୁ କମ କରିବା ଶୀର୍ଷକ ବିଷୟକୁ ନେଇ ଚଳିତ ବର୍ଷ ବିଶ୍ବ କିଡ୍‌ନୀ ଦିବସ ଆଜି ପାଳିତ ହୋଇଛି।

ଏମ୍‌ସ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ସାଉଦି ଆରବରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪୨ ଭାରତୀୟଙ୍କ ମୃତ୍ୟୁ ଆଶଙ୍କା

November 17, 2025

ବିହାର ପାଇଁ କ୍ୟାବିନେଟ ଫର୍ମୁଲା ସ୍ଥିର, ନୀତିଶ ହେବେ ମୁଖ୍ୟମନ୍ତ୍ରୀ, ବିଜେପି ପାଇବ ଦୁଇ ଉପମୁଖ୍ୟମନ୍ତ୍ରୀ!

November 17, 2025

Fixed Deposit Rate: ଆପଣ ଟଙ୍କା ଫିକ୍ସିଡ୍ ଡିପୋଜିଟ କରିବେ କି ? ଜାଣନ୍ତୁ କିଏ ଦେବ ଅଧିକ ସୁଧ

November 17, 2025

ଗୋଆରେ ଦୃଢ଼ ବିଶ୍ୱସ୍ତରୀୟ ସହ-ପ୍ରଯୋଜନା ବଜାର ଉପସ୍ଥାପନ କରିବ ୱେଭ୍ସ ଫିଲ୍ମ ବଜାର

November 17, 2025
Latest News

ସାଉଦି ଆରବରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪୨ ଭାରତୀୟଙ୍କ ମୃତ୍ୟୁ ଆଶଙ୍କା

November 17, 2025

ବିହାର ପାଇଁ କ୍ୟାବିନେଟ ଫର୍ମୁଲା ସ୍ଥିର, ନୀତିଶ ହେବେ ମୁଖ୍ୟମନ୍ତ୍ରୀ, ବିଜେପି ପାଇବ ଦୁଇ ଉପମୁଖ୍ୟମନ୍ତ୍ରୀ!

November 17, 2025

Fixed Deposit Rate: ଆପଣ ଟଙ୍କା ଫିକ୍ସିଡ୍ ଡିପୋଜିଟ କରିବେ କି ? ଜାଣନ୍ତୁ କିଏ ଦେବ ଅଧିକ ସୁଧ

November 17, 2025

ଗୋଆରେ ଦୃଢ଼ ବିଶ୍ୱସ୍ତରୀୟ ସହ-ପ୍ରଯୋଜନା ବଜାର ଉପସ୍ଥାପନ କରିବ ୱେଭ୍ସ ଫିଲ୍ମ ବଜାର

November 17, 2025

ଉତ୍ତର କ୍ଷେତ୍ରୀୟ ପରିଷଦର ୩୨ତମ ବୈଠକରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ

November 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.