ଜିଲ୍ଲା ପରିଷଦ ସଭ୍ୟାଙ୍କ କାର୍‌କୁ ବୋମାମାଡ

Published: Apr 26, 2019, 12:57 pm IST

ରାଜଧାନୀ ଭୁବନେଶ୍ବରରେ ନିର୍ବାଚନକୁ ନେଇ ହିଂସାକାଣ୍ଡ ଏବଂ ବୋମାମାଡ ହୋଇଥିବା ବେଳେ ଏବେ ଯାଜପୁରରେ ସମାନ ଜିନିଷ ଲକ୍ଷ୍ୟ କରାଯାଇଛି। ନିର୍ବାଚନୀ ହିଂସାରେ ଯାଜପୁରର ସୁକିନ୍ଦାରେ ଜଣେ ଜିଲ୍ଲା ପରିଷଦ ସଭ୍ୟାଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଛି। ଜିଲ୍ଲା ପରିଷଦ ସଭ୍ୟା ସରୋଜିନୀ ରାଜ୍‌ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ସାମନ୍ୟ ଆହତ ହୋଇଛନ୍ତି। ତାଙ୍କ ଗାଡ଼ିର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି। ସରୋଜିନୀ ରାଜ୍‌ ୩୯ ନମ୍ବର ଜିଲ୍ଲା ପରିଷଦ ଜୋନ୍ ସଭ୍ୟା ଅଟନ୍ତି। ଗତକାଲି ରାତିରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ଫେରୁଥିବାବେଳେ ତାଙ୍କ ଉପରକୁ ବୋମା ମାଡ଼ କରାଯାଇଥିଲା। ଦୁର୍ବୃତ୍ତମାନେ ବାଇକରେ ଆସି ଆକ୍ରମଣ କରିଥିଲେ। ଏ ନେଇ ସେ ସୁକିନ୍ଦା ଥାନାରେ ଅଭିଯୋଗ କରିଛନ୍ତି। ରାଜନୈତିକ ଆକ୍ରୋଶ ରଖି କେହି ବୋମା ମାଡ଼ କରିଥିବା ସନ୍ଦେହ କରାଯାଉଛି। ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Related posts