ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ପଂଜାବର ଆପ୍ ନେତା, ଶପଥ ଗ୍ରହଣ ସ୍ଥାନକୁ ନେଇ ଚର୍ଚ୍ଚା

Published: Mar 12, 2022, 6:29 pm IST

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (AAP) ନେତା ଭାଗୱାନ୍ତ ମନ୍ ଆଜି ପଞ୍ଜାବର ରାଜ୍ୟପାଳ ବନୱାରୀ ଲାଲ ପୁରୋହିତଙ୍କୁ ଭେଟିଛନ୍ତି। ଏହି ସାକ୍ଷାତରେ ସେ ପଞ୍ଜାବରେ ସରକାର ଗଠନ ପାଇଁ ଦାବି କରିଛନ୍ତି।

ଗତକାଲି ସନ୍ଧ୍ୟାରେ ଚଣ୍ଡିଗଡ଼ ନିକଟ ମୋହାଲି ଠାରେ ଅନୁଷ୍ଠିତ ଏକ ସଭାରେ 48 ବର୍ଷୀୟ ହାସ୍ୟ ଅଭିନେତାରୁ ରାଜନେତା ପାଲଟିଥିବା  ମନ୍ AAP ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି।

117 ସଦସ୍ୟ ପଞ୍ଜାବ ବିଧାନସଭାରେ AAP 92 ଟି ସିଟ୍ ଜିତିଛି। ଚଣ୍ଡିଗଡ଼ରେ ରାଜ ଭବନ ବାହାରେ ରାଜ୍ୟପାଳଙ୍କୁ ଭେଟିବା ପରେ ମନ୍ କହିଛନ୍ତି ଯେ ମାର୍ଚ୍ଚ 16 ତାରିଖ ଦିନ 12 ଟା 30 ମିନିଟରେ ଭଗତ୍ ସିଂଙ୍କ ଗାଁ ଖଟାକର କାଲାନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।

Related posts