Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତାକାଲି ଠାରୁ ଆରମ୍ଭ ହେବ ୧୨-୧୪ ବର୍ଷ ବୟସ୍କ ପିଲାଙ୍କ କୋଭିଡ ୧୯ ପ୍ରତିଷେଧକ ଟିକାକରଣ
ଆଜିର ଖବର

ଆସନ୍ତାକାଲି ଠାରୁ ଆରମ୍ଭ ହେବ ୧୨-୧୪ ବର୍ଷ ବୟସ୍କ ପିଲାଙ୍କ କୋଭିଡ ୧୯ ପ୍ରତିଷେଧକ ଟିକାକରଣ

March 15, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ୧୬ ମାର୍ଚ୍ଚ, ୨୦୨୨ ଠାରୁ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନଙ୍କୁ କୋଭିଡ ୧୯ ପ୍ରତିଷେଧକ ଟିକା ମାଗଣାରେ ଦିଆଯିବ। ଏଥିସହିତ ସମସ୍ତ ସରକାରୀ କୋଭିଡ ଟିକାକରଣ କେନ୍ଦ୍ରରେ ଜାତୀୟ ଟିକାକରଣ ଦିବସ ପାଳନ କରାଯିବ। ପିଲାମାନଙ୍କୁ ହାଇଦ୍ରାବାଦସ୍ଥିତ ବାୟୋଲୋଜିକ ଇ ଲିମିଟେଡ ଦ୍ବାରା ବିକଶିତ କୋର୍ବେଭାକ୍ସ ଟିକା ଦିଆଯିବ। ମାର୍ଚ୍ଚ ୧୬ ତାରିଖ ପୂର୍ବାହ୍ନ ୯ଟାରୁ ଅନଲାଇନ ପଞ୍ଜୀକରଣ ମାଧ୍ୟମରେ କିମ୍ବା ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ହିତାଧିକାରୀମାନେ ଟିକା ନେଇପାରିବେ। ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସହିତ ଏକ ଭିଡି କନଫରେନ୍ସ ବୈଠକ ମାଧ୍ୟମରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ସୂଚନା ଦେଇଛନ୍ତି।

୧୨-୧୩ ବର୍ଷ ଏବଂ ୧୩ରୁ ୧୪ ବର୍ଷ ବୟସ ବର୍ଗ ଅର୍ଥାତ୍ ଯେଉଁମାନେ ୨୦୦୮, ୨୦୦୯ ଏବଂ ୨୦୧୦ରେ ଜନ୍ମ ନେଇଛନ୍ତି ଏବଂ ୧୨ ବର୍ଷରୁ ଅଧିକ ବୟସ ଟପିସାରିଛନ୍ତି ସେମାନଙ୍କୁ ୧୬ ମାର୍ଚ୍ଚ ୨୦୨୨ ଠାରୁ କୋଭିଡ ୧୯ ଟିକା ଦେବା ଲାଗି କେନ୍ଦ୍ର ସରକାର ଗତକାଲି ନିଷ୍ପତ୍ତି ନେଇଥିଲେ। ଏହା ବ୍ୟତୀତ ସବୁ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ହିତାଧିକାରୀମାନଙ୍କୁ ବୁଷ୍ଟର ଡୋଜ୍ ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ କୋ-ମୋର୍ବୋଡିଜ୍ ବା ପୂର୍ବ ଦୂରାରୋଗ୍ୟ ବ୍ୟାଧି ସର୍ତ୍ତାବଳୀକୁ ଉଚ୍ଛେଦ କରାଯାଇଛି। ବୁଷ୍ଟର ଡୋଜ୍ ଟିକାକରଣ ପାଇଁ ସରକାର କେତେକ ନିୟମ ଧାର୍ଯ୍ୟ କରିଛନ୍ତି। ପୂର୍ବରୁ ହିତାଧିକାରୀ ଯେଉଁ ଟିକାର ଦୁଇଟି ଡୋଜ୍ ନେଇଥିବେ, ଦ୍ବିତୀୟ ଡୋଜ୍ ଟିକା ନେବାର ୯ ମାସ (୩୬ ସପ୍ତାହ) ପରେ ସେହି ଟିକାର ବୁଷ୍ଟର ଡୋଜ୍ ଟିକା ନେବେ। ଏଥିପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ ଏବଂ ପରିଚାଳନା ମାର୍ଗଦର୍ଶିକା ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ପଠାଇ ଦିଆଯାଇଛି।

ଟିକାକରଣ ତାରିଖ ଦିନ କେବଳ ଯେଉଁ ହିତାଧିକାରୀମାନେ ୧୨ ବର୍ଷରୁ ଅଧିକ ବୟସ ଅତିକ୍ରମ କରିସାରିଥିବେ ସେହିମାନଙ୍କୁ କୋଭିଡ ଟିକା ଦିଆଯିବ। ଯେଉଁ ହିତାଧିକାରୀମାନେ କୋଓ୍ବିନ୍ ପୋର୍ଟାଲରେ ପଞ୍ଜୀକରଣ କରିଥିବେ କିନ୍ତୁ ୧୨ ବୟସ ଅତିକ୍ରମ କରିନଥିବେ ସେମାନଙ୍କୁ ଟିକା ଦିଆଯିବ ନାହିଁ। ଏ ସମ୍ପର୍କରେ ରାଜ୍ୟମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ୧୨-୧୪ ବର୍ଷ ବୟସର ହିତାଧିକାରୀଙ୍କ କ୍ଷେତ୍ରରେ ଯେପରି ଟିକାର ମିଶ୍ରଣ ହେବ ନାହିଁ ସେଥିପ୍ରତି ଧ୍ୟାନ ରଖିବା ଲାଗି କୁହାଯାଇଛି। ଏଥିପାଇଁ ଟିକାପ୍ରଦାନକାରୀ ଏବଂ ଟିକାକରଣ ଦଳକୁ ପ୍ରଶିକ୍ଷଣ ଦିଆଯିବାର ଆବଶ୍ୟକତା ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ୟ ଟିକା ସହ ମିଶ୍ରଣକୁ ଏଡ଼ାଇବା ଲାଗି ଟିକାକରଣ କେନ୍ଦ୍ର ଗୁଡ଼ିକରେ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ପୃଥକ ସମର୍ପିତ ଟିକାକରଣ ଅଧିବେଶନ ଆୟୋଜନ କରିବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି।

ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ସୂଚିତ କରାଯାଇଛି ଯେ କୋଓ୍ବିନ୍ ପୋର୍ଟାଲରେ ହିତାଧିକାରୀଙ୍କ ଜନ୍ମ ବୟସ ଉଲ୍ଲେଖ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଉଛି। ତେଣୁ ପ୍ରାରମ୍ଭିକ କିଛିଦିନ ପର୍ଯ୍ୟନ୍ତ ୧୨ ବର୍ଷରୁ ଅଧିକ ବୟସ ବର୍ଗର ହିତାଧିକାରୀଙ୍କର ପ୍ରକୃତ ଜନ୍ମ ତାରିଖ ଯାଞ୍ଚ କରିବାର ଦାୟିତ୍ବ ସମ୍ପୂର୍ଣ୍ଣ ଭାବେ ଟିକାପ୍ରଦାନକାରୀ ଏବଂ ଯାଞ୍ଚ କର୍ତ୍ତୃପକ୍ଷଙ୍କ ଉପରେ ରହିବ। କୋଓ୍ବିନ ପୋର୍ଟାଲରେ ସଠିକ ଜନ୍ମ ତାରିଖ ରେକର୍ଡ କରିବାର ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି। ଥରେ ଏହା କାର୍ଯ୍ୟକାରୀ ହୋଇଗଲେ, ଯେଉଁମାନେ ସୁପାରିସ କରାଯାଇଥିବା ବୟସରେ ପହଞ୍ଚି ନଥିବେ ସେମାନଙ୍କର ପଞ୍ଜୀକରଣ ସିଷ୍ଟମରେ ଗ୍ରହଣୀୟ ହେବ ନାହିଁ।

ଟିକାକରଣ ଧିମେଇ ଯାଇଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ୬୦ ବର୍ଷରୁ ଅଧିକ ବୟସ୍କ ସବୁ ହିତାଧିକାରୀଙ୍କୁ ତୁରନ୍ତ କୋଭିଡ ୧୯ ଟିକାର ଦୁଇଟି ଡୋଜ୍ ଦେବାକୁ ରାଜ୍ୟମାନେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ଯୋଗ୍ୟ ହିତାଧିକାରୀମାନଙ୍କୁ ତୁରନ୍ତ ଟିକା ଦେବା ପାଇଁ ଜିଲ୍ଲା ଏବଂ ବ୍ଲକ ସ୍ତରରେ ନିୟମିତ ସମୀକ୍ଷା କରିବା ଲାଗି ପରାମର୍ଶ ଦିଆଯାଇଛି।

ଉପଲବ୍ଧ ଥିବା କୋଭିଡ ୧୯ ଟିକାର ନ୍ୟାୟସଙ୍ଗତ ଉପଯୋଗ ସୁନିଶ୍ଚିତ କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି। ଯେଉଁସବୁ ଟିକାର ଏକ୍ସପାଏରୀ ଅବଧି ସରିବାକୁ ଯାଉଛି, ସେଗୁଡ଼ିକୁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ସ୍ଥାନାନ୍ତର କରି ତୁରନ୍ତ ହିତାଧିକାରୀମାନଙ୍କୁ ସେହିସବୁ ଟିକା ଲଗାଇବାକୁ କୁହାଯାଇଛି। ଯାହାଫଳରେ ଟିକା ନଷ୍ଟ ହେବ ନାହିଁ।

ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ସ୍ବାସ୍ଥ୍ୟ ସଚିବ, ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଏହି ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ (ସ୍ବାସ୍ଥ୍ୟ) ଡକ୍ଟର ମନମୋହନ ଅଗ୍ନାନୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

କୋଭିଡ 19
Share. Facebook Twitter LinkedIn Email WhatsApp Copy Link

Related Posts

Swaraj Kaushal Dies: ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୈଶଳଙ୍କ ଦେହାନ୍ତ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

December 4, 2025

New IPS Officer: କାର୍ଯ୍ୟରେ ଯୋଗ ଦେଲେ ଓଡିଶା କ୍ୟାଡରର ୭ ଆଇପିଏସ ଅଫିସର

December 4, 2025

Zee Sarthak Bhagyarekha: ଜୀ ସାର୍ଥକର ମେଗା ଧାରାବାହିକ ‘ଭାଗ୍ୟରେଖା’ରେ ଆସିଲା ବିବାହ ଋତୁ

December 4, 2025

Odisha Rail Projects: ଓଡିଶାରେ କଣ ବଡ ରେଳ ପ୍ରକଳ୍ପ ଚାଲିଛି, ଗୃହକୁ ସୂଚନା ଦେଲେ ରେଳମନ୍ତ୍ରୀ

December 4, 2025
Latest News

ଗୃହ ବିଭାଗର ଖର୍ଚ୍ଚ ଦାବୀ ଉପରେ ଆଲୋଚନା କରି ରାଜ୍ୟର ଆଇନ ଶୃଙ୍ଖଳା ଉପରେ ମୁଖ୍ୟମନ୍ତ୍ରୀ କହିଲେ…

December 4, 2025

Putin Arrives in New Delhi: ପହଞ୍ଚିଲେ ଋଷର ରାଷ୍ଟ୍ରପତି ପୁଟିନ, ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି

December 4, 2025

Swaraj Kaushal Dies: ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୈଶଳଙ୍କ ଦେହାନ୍ତ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

December 4, 2025

Amrit Bharat Station Scheme: ଓଡିଶା ସଂସ୍କୃତିରେ ଝଲସିଲା ଓଡିଶାର ବରପାଲି ରେଳ ଷ୍ଟେସନ

December 4, 2025

New IPS Officer: କାର୍ଯ୍ୟରେ ଯୋଗ ଦେଲେ ଓଡିଶା କ୍ୟାଡରର ୭ ଆଇପିଏସ ଅଫିସର

December 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.