Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁନାଗଡ: ତିନି ମହଲା ବିଶିଷ୍ଟ ସପିଂ ମଲ୍ ରେ ଅଗ୍ନିକାଣ୍ଡ, ପାଉଁଶ ହେଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ଆଜିର ଖବର

ଜୁନାଗଡ: ତିନି ମହଲା ବିଶିଷ୍ଟ ସପିଂ ମଲ୍ ରେ ଅଗ୍ନିକାଣ୍ଡ, ପାଉଁଶ ହେଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

March 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡିର ବ୍ୟବସାୟିକ ସହର ଜୁନାଗଡର ଏକ ପ୍ରମୁଖ ସପିଙ୍ଗ ମଲରେ ବୁଧବାର ସନ୍ଧ୍ୟାରେ ନିଆଁ ଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଜୁନାଗଡ ସହରର କଲମପୁର ଛକ ଗାୟତ୍ରୀ ମନ୍ଦିର ନିକଟରେ ଥିବା ତିନି ମହଲା ବିଶିଷ୍ଟ ଏ ଟୁ ଜେଡ ସପିଙ୍ଗ ମଲ ର ମଝି ମହଲାରେ ବୁଧବାର ସନ୍ଧ୍ୟା ସମୟରେ ନିଆଁ ଲାଗି ଯାଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଏହି ସପିଂ ମଲରେ ତଳ ମହଲାରେ କପଡା, ମଝି ମହଲାରେ ରାସନ୍ ସାମଗ୍ରୀ ସହିତ ଅନ୍ୟାନ୍ୟ ସବୁ ପ୍ରକାର ସାମଗ୍ରୀ ଏବଂ ଉପର ମହଲାରେ ଡ୍ରେସ ସାମଗ୍ରୀ ବିକ୍ରି ହେଉଥିବା ଜଣା ପଡ଼ିଛି। ବୁଧବାର ତା,୧୬.୦୩.୨୦୨୨ ସନ୍ଧ୍ୟା ସମୟରେ ମଲ ବନ୍ଦ କରାଯାଇଥିବା ବେଳେ ଭିତରୁ ନିଆଁ ଲାଗିଥିବା ଦେଖି ପାଖ ପଡୋଶୀ ମଲ ମାଲିକଙ୍କୁ ଖବର ଦେବା ପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଜୁନାଗଡ ପୋଲିସ ଏବଂ ଜୁନାଗଡ ଅଗ୍ନିଶମ ବାହିନୀ, ତୁରନ୍ତ ଘଟଣା ସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ବ୍ୟବସ୍ଥା କରିଥିଲେ।

ଜୁନାଗଡ, କଲମପୁର, କୋକସରା ଆଦି ସ୍ଥାନରୁ ଅଗ୍ନିଶମ ବାହିନୀର ନିଆଁ ଲିଭା ଗାଡ଼ି ଆସି ନିଆଁ ଲିଭାଇବା ପ୍ରୟାସ କରିଥିବା ପ୍ରକାଶ। ସହିତ ମଲରେ ଖାଇବା ସାମଗ୍ରୀ ସହିତ ତେଲ, ପ୍ଲାଷ୍ଟିକ ସାମଗ୍ରୀ ଆଦି ସାମଗ୍ରୀ ଥିବା ହେତୁ ଧୂଆଁ ସହିତ ପ୍ରବଳ ମାତ୍ରାରେ ନିଆଁ ଲାଗିଥିବା ହେତୁ ଅଗ୍ନିଶମ ବାହିନୀକୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିଥିଲା। ନିକଟସ୍ଥ ବାଞ୍ଜି ବନ୍ଦ ରୁ ପାଣି ଅଣା ଯାଇ ଦୀର୍ଘ ସମୟ ଚେଷ୍ଟା କରିବା ପରେ ନିଆଁ ଲିଭାଇବା ସମ୍ଭବ ହୋଇଥିଲା। ପ୍ରବଳ ଧୂଆଁ ରେ ଉପର ମହଲାରେ ଥିବା କପଡା ମଧ୍ୟ ନଷ୍ଟ ହୋଇଯାଇଥିବା ବେଳେ ପ୍ରବଳ ପାଣି ମାଡ଼ରେ ତଳ ମହଲାରେ ଥିବା କପଡ଼ା ସାମଗ୍ରୀ ମଧ୍ୟ ନଷ୍ଟ ହୋଇଥିବା ଦେଖାଯାଉଛି।

ନିଆଁ ଲାଗିବାର ସଠିକ୍ କାରଣ ଜଣା ପଡି ନ ଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ଏଭଳି ଭାବେ ନିଆଁ ଲାଗିଯାଇପାରେ ବୋଲି ଆଲୋଚନା ହେଉଛି। ଜୁନାଗଡ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ଜୁନାଗଡ ସହର ସପିଂ ମଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତକୁ ଭେନେଜୁଏଲା ତେଲ ବିକ୍ରୟ କରିବାକୁ ପ୍ରସ୍ତୁତ ଟ୍ରମ୍ପ: କ’ଣ ପୁନଃ ଆରମ୍ଭ ହେବ ବାଣିଜ୍ୟ?

January 10, 2026

ଆସନ୍ତାକାଲି ରାଜକୋଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

January 10, 2026

ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୬’ ଉଦଯାପିତ: ଦୀପ୍ତିରେଖାଙ୍କ ଗୀତରେ ଝୁମିଲା ମଞ୍ଚ

January 10, 2026

ଇଥିଓପିଆରେ ଡାଟା ସେଣ୍ଟର ପ୍ରକଳ୍ପ ପାଇଁ ରେଲଟେଲକୁ ବୈଦେଶିକ ମନ୍ତ୍ରଣାଳୟର କାର୍ଯ୍ୟାଦେଶ

January 10, 2026
Latest News

ଭାରତକୁ ଭେନେଜୁଏଲା ତେଲ ବିକ୍ରୟ କରିବାକୁ ପ୍ରସ୍ତୁତ ଟ୍ରମ୍ପ: କ’ଣ ପୁନଃ ଆରମ୍ଭ ହେବ ବାଣିଜ୍ୟ?

January 10, 2026

ଆସନ୍ତାକାଲି ରାଜକୋଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

January 10, 2026

ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୬’ ଉଦଯାପିତ: ଦୀପ୍ତିରେଖାଙ୍କ ଗୀତରେ ଝୁମିଲା ମଞ୍ଚ

January 10, 2026

ଇଥିଓପିଆରେ ଡାଟା ସେଣ୍ଟର ପ୍ରକଳ୍ପ ପାଇଁ ରେଲଟେଲକୁ ବୈଦେଶିକ ମନ୍ତ୍ରଣାଳୟର କାର୍ଯ୍ୟାଦେଶ

January 10, 2026

ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍” ହେବ ଆହୁରି ଆକର୍ଷଣୀୟ

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.