
କୋଲକୋତା: ପଶ୍ଚିମବଙ୍ଗର ବୀରଭୂମରେ ହୋଇଥିବା ହିଂସାକୁ ନେଇ ରାଜନୀତି ଜାରି ରହିଛି। ମମତା ବାନାର୍ଜୀଙ୍କ ସରକାର ବିରୋଧରେ ବିରୋଧୀ ଦଳ ମୋର୍ଚ୍ଚା ଖୋଲିଦେଇଛନ୍ତି। କଂଗ୍ରେସ ସାଂସଦ ଆଧୀର ରଂଜନ ଚୌଧୁରୀ ଆଜି ବୀରଭୂମ ଯାଉଥିଲେ, କିନ୍ତୁ ବୋଲେପୁରରେ ତାଙ୍କୁ ଅଟକାଇ ଦିଆଯାଇଛି, ଏହା ପରେ ସେ ଧାରଣାରେ ବସିଛନ୍ତି।
ପୋଲିସ କର୍ମଚାରୀ ଏବଂ ଅଧୀର ରଂଜନଙ୍କ ମଧ୍ୟରେ ମଧ୍ୟ ସଂଘର୍ଷ ହୋଇଥିଲା। ପୋଲିସ କହିଛି ଯେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ, ତେଣୁ ଅଧୀର ରଂଜନ ପରେ ବୀରଭୂମ ପରିଦର୍ଶନ କରିବା ଉଚିତ୍।