
ଦ୍ୱାରକା: ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଆଜି ଅପରାହ୍ନରେ ଗୁଜୁରାଟ ନିକଟସ୍ଥ ଦ୍ୱାରକାଠାରେ ଭୂମିକମ୍ପ ଅନୁଭୂତ ହୋଇଛି। ସେଠାରେ ୫.୩ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଛି।
ଏଜେନ୍ସି ଅନୁଯାୟୀ, ଗୁଜୁରାଟର ଦ୍ୱାରକା ସହରର ୫୫୬ କିଲୋମିଟର ପଶ୍ଚିମରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଭାରତୀୟ ସମୟ ଅପରାହ୍ନ ୧୨ ଟା ୩୭ ମିନିଟରେ ଏହି ଭୂମିକମ୍ପ ଘଟିଥିଲା।