
ଭୁବନେଶ୍ବର: ଆଜି ପୌରାଞ୍ଚଳ ନିର୍ବାଚନ ପାଇଁ ଗଣତି ସକାଳ ୮ ଟାରୁ ଆରମ୍ଭ ହୋଇଯାଇଛି। ତେବେ ବର୍ତ୍ତମାନ ଗଣତିରେ ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେଡ଼ି ଆଗୁଆ ରହିଛି। ଏପର୍ଯ୍ୟନ୍ତ ୮୭ ଟି ପୌରାଧ୍ୟକ୍ଷ ଆସନରେ ଗଣତି ଆରମ୍ଭ ହୋଇଥିବା ବେଳେ ୫୮ ଟି ଆସନରେ ବିଜେଡ଼ି ଆଗୁଆ ରହିଛି। ସେହିଭଳି ବିଜେପି ଦିତୀୟ ସ୍ଥାନରେ ଥିବା ବେଳେ ତୃତୀୟରେ କଂଗ୍ରେସ ରହିଛି। ବର୍ତ୍ତମାନ ଗଣତି ହୋଇଥିବା ୮୭ ଟି ମଧ୍ୟରୁ ବିଜେପି ୧୮ ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୪ ଟି ପୌରାଧ୍ୟକ୍ଷ ଆସନରେ ଆଗୁଆ ଅଛି।
ବିଜେଡ଼ି- ୫୮
ବିଜେପି- ୧୮
କଂଗ୍ରେସ- ୪
ଅନ୍ୟାନ୍ୟ- ୦୭
Tags: ପୌରାଞ୍ଚଳ ଲଢେଇ, ପ୍ରାରମ୍ଭିକ ଟ୍ରେଣ୍ଡ