Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁବାଇ ଆନ୍ତର୍ଜାତିକ କନ୍‌ଫରେନ୍ସରେ ସୋଆ ସମ୍ମାନିତ
ଆଜିର ଖବର

ଦୁବାଇ ଆନ୍ତର୍ଜାତିକ କନ୍‌ଫରେନ୍ସରେ ସୋଆ ସମ୍ମାନିତ

March 28, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସଂଯୁକ୍ତ ଆରବ ଅମିରେଟର ଇଂଟରକଂଟିନେଂଟାଲ୍ ଦୁବାଇ ଫେଷ୍ଟିଭାଲ୍  ସିଟିରେ ମାର୍ଚ୍ଚ ୨୩ ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ଆନ୍ତର୍ଜାତିକ ଏଡୁକେଶନ୍ ୨.୦ କନ୍‌ଫରେନ୍ସରେ ଶିକ୍ଷା ଓ ଅନୁସନ୍ଧାନକୁ ‘ପୂର୍ବ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ’ ସମ୍ମାନରେ ସମ୍ମାନିତ କରାଯାଇଛି।

ସୋଆର ଆନ୍ତର୍ଜାତିକ ସଂପର୍କ ଓ ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଓ ଆଇଟିଇଆର୍‌ର ପ୍ଲେସ୍‌ମେଂଟ ହେଡ ରିପ୍ତି ରଞ୍ଜନ ଦାସ ଏହି ସମ୍ମାନ ଗ୍ରହଣ କରିଥିଲେ।

ଏହି ସମ୍ମିଳନୀରେ ଡିଜିଟାଲ୍ ସାକ୍ଷରତାକୁ ମଜଭୁତ କରିବା ପାଇଁ ଆବଶ୍ୟକୀୟ ଯୋଜନା ଓ କୌଶଳ ଉପରେ ଆୟୋଜିତ ଏକ ପ୍ୟାନେଲ୍ ଆଲୋଚନାରେ ଭାଗ ନେଇ ପ୍ରଫେସର ଶର୍ମା କହିଥିଲେ ଯେ ଶିକ୍ଷା ଓ ଅନୁସନ୍ଧାନ ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ନିଜକୁ ଏକ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ଓ ମଲ୍ଟିଡିସିପ୍ଲିନାରୀ ଏଡୁକେଶନ୍ ଓ ରିସର୍ଚ୍ଚ ୟୁନିଭର୍ସିଟିରେ ପରିଣତ କରିବା ପାଇଁ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି।

ଏହି ଏଡୁକେସନ୍ ୨.୦ କନ୍‌ଫରେନ୍ସରେ ବିଭିନ୍ନ ଦେଶର ୪୦୦ ପାଖାପାଖି ପ୍ରତିନିଧି ଯୋଗ ଦେଇଥିଲେ। ଏଥିରେ ସିଙ୍ଗାପୁର, ଜର୍ମାନୀ, ଫିଲିପାଇନ୍ସ, କାତାର, ପୋଲାଣ୍ଡ, ବ୍ରିଟେନ୍‌, ସାଉଦିଆରବ, ତାଞ୍ଜାନିଆ, ଦକ୍ଷିଣ ଆଫ୍ରିକା, ମାଲେସିଆ, ତୁର୍କି, ଇଣ୍ଡୋନେସିଆ, ଜାପାନ, ନେପାଳ, ବାଂଲାଦେଶ, ୟୁଏଇ ଓ ଭାରତରୁ ଶିକ୍ଷା ସହିତ ଜଡ଼ିତ ଅନେକ କମ୍ପାନୀ, ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନ ଅଂଶ ଗ୍ରହଣ କରିଥିଲେ।

ଶିକ୍ଷା ଓ ଅନୁସନ୍ଧାନ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ହୀରାକୁଦ ଜଳଭଣ୍ଡାର ଓ ମହାନଦୀ ପରିଦର୍ଶନ କଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍

February 28, 2026

ଅଣକ୍ୟାଡ଼ର ପବ୍ଲିକ୍ ପ୍ରସିକ୍ୟୁଟରମାନଙ୍କ ତାଲିମ କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ ଆଇନ ମନ୍ତ୍ରୀ

February 28, 2026

ଆଜି ଫେବୃୟାରୀ ୨୮ ତାରିଖ ଶନିବାରରେ ଏହି ରାଶିଗୁଡିକ ପାଇଁ ରହିଛି ଧନ ବର୍ଷା

February 28, 2026

ଅଭିନେତା ବିଜୟଙ୍କ ଭଙ୍ଗିବ ପ୍ରାୟ ୨୭ ବର୍ଷର ବୈବାହିକ ସମ୍ପର୍କ?: ଛାଡପତ୍ର ପାଇଁ ଆବେଦନ କଲେ ପତ୍ନୀ

February 27, 2026
Latest News

ହୀରାକୁଦ ଜଳଭଣ୍ଡାର ଓ ମହାନଦୀ ପରିଦର୍ଶନ କଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍

February 28, 2026

ଅଣକ୍ୟାଡ଼ର ପବ୍ଲିକ୍ ପ୍ରସିକ୍ୟୁଟରମାନଙ୍କ ତାଲିମ କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ ଆଇନ ମନ୍ତ୍ରୀ

February 28, 2026

ଆଜି ଫେବୃୟାରୀ ୨୮ ତାରିଖ ଶନିବାରରେ ଏହି ରାଶିଗୁଡିକ ପାଇଁ ରହିଛି ଧନ ବର୍ଷା

February 28, 2026

ଅଭିନେତା ବିଜୟଙ୍କ ଭଙ୍ଗିବ ପ୍ରାୟ ୨୭ ବର୍ଷର ବୈବାହିକ ସମ୍ପର୍କ?: ଛାଡପତ୍ର ପାଇଁ ଆବେଦନ କଲେ ପତ୍ନୀ

February 27, 2026

୨୦୦୨ ଏବଂ ୨୦୨୫ ଭୋଟର ତାଲିକାର ଏସଆଇଆର ମ୍ୟାପିଂ

February 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.