Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶିଷ୍ଟ ନାଟ୍ୟକାର ଡକ୍ଟର ରମେଶ ପ୍ରସାଦ ପାଣିଗ୍ରାହୀଙ୍କୁ ‘ଗୁରୁକୃପା ସମ୍ମାନ’
ଆଜିର ଖବର

ବିଶିଷ୍ଟ ନାଟ୍ୟକାର ଡକ୍ଟର ରମେଶ ପ୍ରସାଦ ପାଣିଗ୍ରାହୀଙ୍କୁ ‘ଗୁରୁକୃପା ସମ୍ମାନ’

March 31, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟ, ଉତ୍କଳ ରଙ୍ଗମଞ୍ଚରେ ‘ଗୁରୁକୃପା ସମ୍ମାନ ପ୍ରଦାନ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାଶ୍ରମ ପକ୍ଷରୁ ଆୟୋଜିତ ଉଦ୍‌ଯାପନ ଉତ୍ସବରେ ସ୍ୱନାମଧନ୍ୟ ନାଟ୍ୟକାର ଡ଼କ୍ଟର ରମେଶ ପ୍ରସାଦ ପାଣଗ୍ରାହୀଙ୍କୁ ‘ଗୁରୁକୃପା ସମ୍ମାନ-୨୦୨୨ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିବା ବେଳେ ବିଶିଷ୍ଟ ତବଲା ବାଦକ ଗୁରୁ କୁଳମଣି ସାହୁଙ୍କୁ ସୃଜନଶୀଳ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି। ଏଥିରେ ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ରୂପେ ବିଧାୟକ ରାଜକିଶୋର ଦାସ, ବିଧାୟକ ମୁକେଶ ପାଳ, ଅବସରପ୍ରାପ୍ତ ଆଇଏଏସ୍ ଅଶୋକ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

କଳାଶ୍ରମର ଉପଦେଷ୍ଟା ମନୋଜ ଦାସ ସ୍ୱାଗତ ଭାଷଣ ଦେଇଥିଲେ। ଗୁରୁ ବିମ୍ବାଧର ଦାସ, ବିଶିଷ୍ଟ ଯାତ୍ରା ଅଭିନେତା ଦୈତାରୀ ପଣ୍ଡା, ନାଟ୍ୟକାର ସୁଧାଂଶୁ ଶେଖର ନାୟକ, ଗୁୁୁରୁ ବିଜୟ କୁମାର ଦାସ ମଞ୍ଚରେ ଉପସ୍ଥିତ ଥିଲେ। କଳାଶ୍ରମର ସମ୍ପାଦକ ଗୁରୁ ନିତ୍ୟାନନ୍ଦ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ଦିବ୍ୟାଙ୍ଗ ଶିଳ୍ପୀ ଅସିତ କୁମାର ମହାପାତ୍ରଙ୍କ ବଂଶୀ ବାଦନରୁ। ପରେ ଗୁରୁ କୁଳମଣି ସାହୁ ଓ ଗୀତ ଗୁଞ୍ଜନ ସାହୁ ତବଲା ବାଦନ ପରିବେଷଣ କରିଥିଲେ। ଏକକ ନୃତ୍ୟାଭିନୟ ଦିବ୍ୟାଙ୍ଗ କଳାକାର ହରିହର ଦେଓ ପରିବେଷଣ କରି ଦର୍ଶକଙ୍କୁ ମୁଗ୍ଧ କରିଥିଲା। ପରେ ଆତ୍ମନ ଫାଉଣ୍ଡେସନର ଶିଳ୍ପୀମାନେ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ନୃତ୍ୟାତ୍ମା ଅନୁଷ୍ଠାନର ନୃତ୍ୟଶିଳ୍ପୀ ମାନଙ୍କ ଦ୍ୱାରା ପରିବେଷିତ ସମ୍ବଲପୁରୀ ନୃତ୍ୟ ବେଶ୍ ଚିତ୍ତାକର୍ଷକ ହୋଇଥିଲା। ପରେ ଉଡ୍ର ଭୁବନେଶ୍ୱରର ଶିଳ୍ପୀମାନେ ଓଡ଼ିଶୀ ଶୈଳୀରେ ବନ୍ଦେ ମାତାରଂ ପରିଷେଣ କରିଥିଲେ।

ଶେଷ ପର୍ଯ୍ୟାୟରେ ମା’ ନୃତ୍ୟମଞ୍ଜରୀ ମଙ୍ଗଳପୁର, ପୁରୀର କଳାକାରମାନଙ୍କ ଦ୍ୱାରା ପରିବେଷିତ ପଲ୍ଲୀ ନ୍ୟତ୍ୟାଭିନୟନ ଚଇତି ଘୋଡ଼ା ଓ ଗାଁ ଚଉକିଆ ଦର୍ଶକଙ୍କ ମନ ମୋହିଥିଲା। କାର୍ଯ୍ୟକ୍ରମକୁ ବିଶ୍ୱଜିତ ବଳିୟାରସିଂ ଉପସ୍ଥାପନ କରିଥିବା ବେଳେ ଗୁରୁ ରମେଶ ଜେନା ଆଲୋକ ସମ୍ପାତ କରିଥିଲେ।

ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟ ଗୁରୁ କେଳୁଚରଣ ମହାପାତ୍ର ଗୁରୁକୃପା ସମ୍ମାନ ସୃଜନଶୀଳ ପ୍ରତିଭା ସମ୍ମାନ
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକାର ଟି-ମୋବାଇଲକୁ ପଛରେ ପକାଇ ବିଶ୍ୱରେ ଏକ ନମ୍ବର ହେଲା ଜିଓ

July 22, 2025

ନ୍ୟୁବର୍ଗ ପଲ୍‌ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ

July 22, 2025

ଆସିଲା କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟାର ୟୁଜିସି ତଦନ୍ତ ରିପୋର୍ଟ, ମିଳିଲା ସାଂଘାତିକ ତଥ୍ୟ

July 22, 2025

ରାଜ୍ୟରେ ଖରିଫ ଫସଲ ପାଇଁ ସାର ଯୋଗାଣ ସ୍ଥିତିର ସମୀକ୍ଷା କଲେ ସମ୍ପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ

July 22, 2025
Latest News

ଏପଟେ ନୂତନ ସଭାପତି ଆବଶ୍ୟକ, ସେପଟେ ଇସ୍ତଫା ଦେଲେ ଉପରାଷ୍ଟ୍ରପତି: ଏବେ କ’ଣ କରିବ ବିଜେପି?

July 22, 2025

ଆମେରିକାର ଟି-ମୋବାଇଲକୁ ପଛରେ ପକାଇ ବିଶ୍ୱରେ ଏକ ନମ୍ବର ହେଲା ଜିଓ

July 22, 2025

ନ୍ୟୁବର୍ଗ ପଲ୍‌ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ

July 22, 2025

ଆସିଲା କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟାର ୟୁଜିସି ତଦନ୍ତ ରିପୋର୍ଟ, ମିଳିଲା ସାଂଘାତିକ ତଥ୍ୟ

July 22, 2025

ରାଜ୍ୟରେ ଖରିଫ ଫସଲ ପାଇଁ ସାର ଯୋଗାଣ ସ୍ଥିତିର ସମୀକ୍ଷା କଲେ ସମ୍ପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.