ତିନୋଟି ଏକ୍ସପ୍ରେସ ଟ୍ରେନ ରହଣି ପାଇଁ ପୂର୍ବତଟ ରେଳ ପଥ ନେଲା ନିଷ୍ପତି

Published: Apr 2, 2022, 11:34 pm IST

ଭୁବନେଶ୍ବର: ରେଙ୍ଗାଲୀ ଷ୍ଟେସନ ଠାରେ ତିନୋଟି ଟ୍ରେନ୍ ରହଣି କରିବ। ଏ ନେଇ ପୂର୍ବତଟ ରେଳପଥ ତରଫରୁ ସୂଚନା ଦିଆଯାଇଛି। ତେବେ ଏହା ଆସନ୍ତା 07.04.2022 ଠାରୁ ପରୀକ୍ଷାମୂଳକ ଭାବେ ଛଅ ମାସ ପାଇଁ ରହଣି କରିବ।

ତେବେ ଯେଉଁ ଟ୍ରେନଗୁଡିକ ରହିବା ପାଇଁ ନିଷ୍ପତି କରାଯାଇଛି, ସେଗୁଡିକ ହେଲା

• 13351/13352 ଧାନବାଦ-ଆଲାପୁଝ-ଧାନବାଦ ଏକ୍ସପ୍ରେସ୍

• 18451/18452 ହଟିଆ-ପୁରୀ-ହଟିଆ ତପସ୍ୱିନୀ ଏକ୍ସପ୍ରେସ୍

• 12871/12872 ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍

Related posts