Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରସାରଣ ସେବା ପୋର୍ଟାଲ ଉନ୍ମୋଚନ କଲେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ
ଆଜିର ଖବର

ପ୍ରସାରଣ ସେବା ପୋର୍ଟାଲ ଉନ୍ମୋଚନ କଲେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ

April 4, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଏବଂ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ନୂଆଦିଲ୍ଲୀରେ ପ୍ରସାରଣ ସେବା ପୋର୍ଟାଲର ଉନ୍ମୋଚନ କରିଛନ୍ତି। ଏଥିସହିତ ପ୍ରସାରଣ କ୍ଷେତ୍ରରେ ‘ବ୍ୟବସାୟିକ ସୁଗମତା’ ପାଇଁ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ପ୍ରସାରଣ ସେବା ପୋର୍ଟାଲ ଏକ ଅନଲାଇନ ପୋର୍ଟାଲ, ଯାହା ଅଧୀନରେ ପ୍ରସାରକମାନଙ୍କ ଦ୍ବାରା ବିଭିନ୍ନ ପ୍ରକାର ଲାଇସେନ୍ସ, ଅନୁମତି, ପଞ୍ଜୀକରଣ ଆଦି ପାଇଁ ଆବେଦନକୁ ଯଥାଶୀଘ୍ର ଦାଖଲ କରାଯାଇ ପାରିବ। ଏସବୁ ଆବେଦନର ଯାଞ୍ଚ ପ୍ରକ୍ରିୟା ମଧ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରାଯାଇପାରିବ।

ଏହି ଅବସରରେ ଅନୁରାଗ ଠାକୁର କହିଥିଲେ ଯେ ସରକାର ବ୍ୟବସ୍ଥାଗତ ପାରଦର୍ଶିତା ଆଣିବା ଏବଂ ଏହାକୁ ଆହୁରି ଉତ୍ତରଦାୟୀ କରିବା ଲାଗି ପ୍ରଯୁକ୍ତିର ଉପଯୋଗ କରିଛନ୍ତି। ପ୍ରସାରଣ ସେବା ପୋର୍ଟାଲରେ ଆବେଦନ କଲେ ଚୂଡ଼ାନ୍ତ ନିଷ୍ଣତ୍ତି ଗ୍ରହଣ କରିବାରେ ଲାଗୁଥିବା ସମୟ ହ୍ରାସ ପାଇବ ଏବଂ ଆବେଦନକାରୀମାନଙ୍କୁ ଆବେଦନର ପ୍ରଗତି ସମ୍ପର୍କରେ ସୂଚନା ମିଳିପାରିବ। ଏହି ପୋର୍ଟାଲ ଆବେଦନକାରୀମାନଙ୍କର ବାରମ୍ବାର ଉପସ୍ଥିତି ଆବଶ୍ୟକତାକୁ ମଧ୍ୟ କମାଇବ, ଯାହାକି ପୂର୍ବରୁ ଜରୁରି ଥିଲା। ଏହି ପୋର୍ଟାଲ ମନ୍ତ୍ରଣାଳୟର କ୍ଷମତା ବୃଦ୍ଧିରେ ମଧ୍ୟ ସହାୟକ ହେବ। ବ୍ୟବସାୟିକ ସୁଗମତା ବା ଇଜ୍‌ ଅଫ୍‌ ଡୁଇଂ ବିଜନେସ କ୍ଷେତ୍ରରେ ଏହା ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହୋଇପାରିବ।

ଶ୍ରୀ ଠାକୁର ଆହୁରି ମଧ୍ୟ କହିଥିଲେ ଯେ ସବୁ ପ୍ରକାରର (୩୬୦ ଡିଗ୍ରୀ) ଡିଜିଟାଲ ସମାଧାନ, ଅଂଶୀଦାରମାନଙ୍କୁ ଅନୁମତି ଆଣିବା, ପଞ୍ଜୀକରଣ ପାଇଁ ଆବେଦନ କରିବା, ଆବେଦନ ଉପରେ ଦୃଷ୍ଟି ରଖିବା, ଶୁଳ୍କ ଗଣନା କରିବା ଏବଂ ପରିଶୋଧ କରିବାର ସୁବିଧା ଏହି ପୋର୍ଟାଲରୁ ମିଳିପାରିବ। ଘରୋଇ ସାଟେଲାଇଟ୍‌ ଟିଭି ଚ୍ୟାନେଲ, ଟେଲିପୋର୍ଟ ପରିଚାଳକ, ଏମଏସଓ, ଗୋଷ୍ଠୀ ଏବଂ ଘରୋଇ ରେଡିଓ ଚ୍ୟାନେଲ ସହ ଜଡ଼ିତ ସବୁ ଅଂଶୀଦାରମାନଙ୍କୁ ଡିଜିଟାଲ ଇଣ୍ଡିଆର ବ୍ୟାପକ ପ୍ରୟାସ ଅଧୀନରେ ଏହି ପୋର୍ଟାଲ ସେବା ପ୍ରଦାନ କରିବ।

ଶ୍ରୀ ଠାକୁର କହିଥିଲେ ଯେ, ‘‘ଏହି ପୋର୍ଟାଲ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସର୍ବନିମ୍ନ ସରକାର, ସର୍ବାଧିକ ପ୍ରଶାସନ’ ମନ୍ତ୍ରକୁ ସାକାର କରିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ। କାରଣ ସରଳ ତଥା ବ୍ୟବହାରକାରୀଙ୍କ ପାଇଁ ଅନୁକୂଳ ହୋଇଥିବାରୁ ଏହି ୱେବ ପୋର୍ଟାଲ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ (ଏଣ୍ଡ ଟୁ ଏଣ୍ଡ) ସବୁ ସମାଧାନ ମାତ୍ର ଗୋଟିଏ କ୍ଲିକ୍‌ରେ ପ୍ରଦାନ କରିବ। ପୋର୍ଟାଲ ଦ୍ବାରା ୯୦୦ରୁ ଅଧିକ ସାଟେଲାଇଟ୍‌ ଟିଭି ଚ୍ୟାନେଲ, ୭୦ରୁ ଅଧିକ ଟେଲିପୋର୍ଟ ପରିଚାକ, ୧୭୫୦ରୁ ଅଧିକ ବହୁ ସେବା ପରିଚାଳକ, ୩୫୦ରୁ ଅଧିକ ଗୋଷ୍ଠୀ ରେଡିଓ ଷ୍ଟେସନ (ସିଆରଏସ), ୩୮୦ରୁ ଅଧିକ ଘରୋଇ ଏଫଏମ ଚ୍ୟାନେଲ ଲାଭାନ୍ବିତ ହୋଇପାରିବେ। ବ୍ୟବସାୟିକ ସୁଗମତା ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ସହିତ ସମ୍ପୂର୍ଣ୍ଣ ପ୍ରସାରଣ କ୍ଷେତ୍ରକୁ ସଶକ୍ତ କରିବା ଦିଗରେ ଏହି ପୋର୍ଟାଲ ବିଶେଷ ସହାୟକ ହୋଇପାରିବ।’’

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର କହିଥିଲେ ଯେ ପୋର୍ଟାଲର ପରୀକ୍ଷଣକୁ ଶେଷ ଉପଯୋଗକାରୀଙ୍କ ଠାରୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି। ଯଥାଶୀଘ୍ର ପୋର୍ଟାଲକୁ ଜାତୀୟ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ସହିତ ଯୋଡ଼ି ଦିଆଯିବ। ଉଦ୍ୟୋଗ ଜଗତ ଅନ୍ୟ କୌଣସି ସଂସ୍କାର ଆବଶ୍ୟକ କରୁଥିଲେ, ମନ୍ତ୍ରଣାଳୟ ସେସବୁ ସଂସ୍କାରକୁ ସାମିଲ କରିବା ପାଇଁ ମଧ୍ୟ ପ୍ରସ୍ତୁତ ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର କହିଥିଲେ ଯେ ନୂଆ ପୋର୍ଟାଲରେ ପୂର୍ବ ସଂସ୍କରଣ ତୁଳନାରେ ଅନେକ ସୁଧାର ଅଣାଯାଇଛି ଏବଂ ସେଥିରେ ଗୋଟିଏ ମାସର ପରୀକ୍ଷଣ ଅବଧି ସମୟରେ ଅଂଶୀଦାରମାନଙ୍କ ଠାରୁ ପ୍ରାପ୍ତ ପରାମର୍ଶକୁ ମଧ୍ୟ ସାମିଲ କରାଯାଇଛି।

ପୋର୍ଟାଲ ଦ୍ବାରା ଇକୋସିଷ୍ଟମରେ ପାରଦର୍ଶିତା, ଉତ୍ତରଦାୟିତ୍ବ ଏବଂ ତତ୍ପରତା ବୃଦ୍ଧି ପାଇବ ଏବଂ ସବୁ ପ୍ରକାର ସୂଚନା ଗୋଟିଏ ଡ୍ୟାଶବୋର୍ଡରେ ଉପଲବ୍ଧ ହେବ। ପୋର୍ଟାଲର ବିଭିନ୍ନ ସେବା ଏବଂ ବିଶେଷତ୍ବ ମଧ୍ୟରେ ରହିଛି:

– ଆରମ୍ଭରୁ ଶେଷ ପର୍ଯ୍ୟନ୍ତ (ଏଣ୍ଡ ଟୁ ଏଣ୍ଡ) ଯାଞ୍ଚ ସୁବିଧା

– ପରିଶୋଧ ପ୍ରଣାଳୀ ସହିତ ସମନ୍ବୟ (ଭାରତ କୋଷ)

– ବିଶ୍ଳେଷଣ, ରିପୋର୍ଟିଂ ଏବଂ ପରିଚାଳନା ସୂଚନା ପ୍ରଣାଳୀ (ଏମଆଇଏସ)

– ସମନ୍ବିତ ହେଲ୍ପଡେସ୍କ

– ଆବେଦନ ଫର୍ମ ଏବଂ ଷ୍ଟାଟସ ଜାଣିବାର ସୁବିଦା

– ପୋର୍ଟାଲରୁ ପତ୍ର/ଆଦେଶ ଡାଉନଲୋଡ୍‌ କରିବାର ସୁବିଦା

– ଅଂଶୀଦାରମାନଙ୍କ ପାଇଁ ସତର୍କତା (ଏସଏମଏସ/ଇମେଲ)

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରସାରକମାନେ ପୋର୍ଟାଲ ଉନ୍ମୋଚନକୁ ସ୍ବାଗତ କରିଥିଲେ ଏବଂ କହିଥିଲେ ଯେ ଆବେଦନ ପାଇଁ ଲାଗୁଥିବା ସମୟ ହ୍ରାସ କରିବାରେ ଏହା ସହାୟକ ହୋଇପାରିବ। ଆବେଦନ ପ୍ରକ୍ରିୟା ପାଇଁ ଆବଶ୍ୟକ ପ୍ରୟାସକୁ ଏହା ସହଜ କରିବ।

ସୂଚନାଯୋଗ୍ୟ ଯେ ଦେଶରେ ବ୍ୟବସାୟିକ ସୁଗମତାରେ ସୁଧାର ଆଣିବା ପାଇଁ ଭାରତ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି। ପ୍ରସାରଣ ସେବା ପୋର୍ଟାଲ ବ୍ୟବସାୟିକ ସୁଗମତା ଆଣିବା ତଥା ପ୍ରସାରଣ କ୍ଷେତ୍ରକୁ ସଶକ୍ତ କରିବା ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ଏକ ଉଦାହରଣ।

ଅନୁରାଗ ସିଂହ ଠାକୁର କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରସାରଣ ସେବା ପୋର୍ଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁଲାଇ ୨୩ ତାରିଖ ବୁଧବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025
Latest News

ଆଜି ଜୁଲାଇ ୨୩ ତାରିଖ ବୁଧବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2025

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.