Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫିଟ୍‌ ଇଣ୍ଡିଆ କୁଇଜ୍‌ ରାଜ୍ୟ ବିଜେତାମାନଙ୍କ ନାମ ଘୋଷଣା: ଓଡ଼ିଶାରୁ ଜିତିଲେ ଦୁଇ ଛାତ୍ର
ଆଜିର ଖବର

ଫିଟ୍‌ ଇଣ୍ଡିଆ କୁଇଜ୍‌ ରାଜ୍ୟ ବିଜେତାମାନଙ୍କ ନାମ ଘୋଷଣା: ଓଡ଼ିଶାରୁ ଜିତିଲେ ଦୁଇ ଛାତ୍ର

April 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଫିଟ୍‌ ଇଣ୍ଡିଆ କୁଇଜ୍‌ ରାଜ୍ୟ ରାଉଣ୍ଡର ୩୬ ଜଣ ବିଜେତାମାନଙ୍କୁ ଚୟନ କରାଯାଇଛି। ଏହି ବିଜେତାମାନେ ପରବର୍ତ୍ତୀ ଜାତୀୟ ରାଉଣ୍ଡରେ ନିଜ ନିଜ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇବେ। ରାଜ୍ୟ ରାଉଣ୍ଡରେ ଓଡ଼ିଶାରୁ କଣିହାଁ ଏନଟିପିସି ଡିଏଭି ପବ୍ଲିକ୍‌ ସ୍କୁଲ ଦୀପଶିଖାର କନିଷ୍କ ଓ ହ୍ଵିପ୍‌ କୁମାର ବେହେରା ବିଜୟୀ ହୋଇଛନ୍ତି।

ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ଫିଟ୍‌ ଇଣ୍ଡିଆ କୁଇଜ୍‌ ରାଜ୍ୟ ରାଉଣ୍ଡର ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ୍ୟତାପ୍ରାପ୍ତ ୩୫୯ ବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ। ସେମାନେ ନିଜ ନିଜ ରାଜ୍ୟସ୍ତରରେ ଚାମ୍ପିଅନ ହେବା ଲାଗି ପ୍ରତିଯୋଗିତା କରିଥିଲେ। ପ୍ରତ୍ୟେକ ରାଜ୍ୟ ଚାମ୍ପିଅନମାନଙ୍କୁ ୨.୭୫ ଲକ୍ଷ ଟଙ୍କାର ନଗଦ ପୁରସ୍କାରରେ ସମ୍ମାନିତ କରାଯାଇଛି। ପ୍ରତିଯୋଗୀଙ୍କ ପାଇଁ ୨୫ ହଜାର ଏବଂ ସେମାନଙ୍କ ବିଦ୍ୟାଳୟ ପାଇଁ ୨.୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏହି ପ୍ରତିଯୋଗୀମାନେ ଫିଟ ଇଣ୍ଡିଆର ପରବର୍ତ୍ତୀ ଜାତୀୟ ପ୍ରତିଯୋଗିତାରେ ନିଜ ରାଜ୍ୟ ତରଫରୁ ଅଂଶଗ୍ରହଣ କରିବେ।

ରାଜ୍ୟ ପ୍ରତିଯୋଗିତା ଫାଇନାଲରେ ସେମାନଙ୍କ ରାଜ୍ୟରେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରଥମ ଏବଂ ଦ୍ବିତୀୟ ରନର୍ସ ଅପ୍‌ଙ୍କୁ ୧.୧ ଲକ୍ଷ ଟଙ୍କା (ଛାତ୍ରଙ୍କୁ ୧୦ ହଜାର+ବିଦ୍ୟାଳୟକୁ ୧ ଲକ୍ଷ) ଏବଂ ୫୫ ହଜାର ଟଙ୍କା (ଛାତ୍ରଙ୍କୁ ୫ ହଜାର + ବିଦ୍ୟାଳୟକୁ ୫୦ ହଜାର) ଦିଆଯାଇଛି।

୩୬ଟି ସ୍କୁଲ ଦଳ (ପ୍ରତ୍ୟେକ ରାଜ୍ୟ ଏବଂ/କିମ୍ବା କେନ୍ଦ୍ର ଶାସିତ ପ୍ରଦେଶର ବିଜେତା) ଏବେ ଜାତୀୟ ରାଉଣ୍ଡରେ ଅଂଶଗ୍ରହଣ କରିବେ। ଫିଟ୍‌ ଇଣ୍ଡିଆ ପ୍ରତିଯୋଗିତାର ଜାତୀୟ ରାଉଣ୍ଡ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏହା ଷ୍ଟାର ସ୍ପୋର୍ଟସ୍‌ ଏବଂ ବିଭିନ୍ନ ସୋଶାଲ ମିଡିଆ ଚ୍ୟାନେଲରେ ପ୍ରସାରଣ କରାଯିବ।

ଜାତୀୟ କୁଇଜ୍‌ ପ୍ରତିଯୋଗିତାର ବିଜେତା ପ୍ରତିଯୋଗୀ ସେମାନଙ୍କ ଏବଂ ସେମାନଙ୍କ ବିଦ୍ୟାଳୟ ପାଇଁ ଅର୍ଥରାଶି ପୁରସ୍କାର ସ୍ବରୂପ ଜିତିବେ। ତାଙ୍କୁ ଦେଶର ପ୍ରଥମ ଫିଟ୍‌ ଇଣ୍ଡିଆ କୁଇଜ୍‌ ପ୍ରତିଯୋଗିତାର ଚାମ୍ପିଅନ ମାନ୍ୟତା ମିଳିବ।

ଓଡିଶା ଫିଟ୍‌ ଇଣ୍ଡିଆ କୁଇଜ୍‌ ରାଜ୍ୟ ବିଜେତା
Share. Facebook Twitter LinkedIn Email WhatsApp Copy Link

Related Posts

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୩ତମ ପ୍ରତିଷ୍ଠା ଦିବସ

August 6, 2025

ଆଇଆଇଏମସି ଢେଙ୍କାନାଳ ଏବଂ ଏସଆରଏଫଟିଆଇ କୋଲକାତା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

August 6, 2025

ଭୂମିହୀନ ଏବଂ ଗରିବ ଲୋକଙ୍କ ପାଇଁ ସମବାୟ କ୍ଷେତ୍ର ସମୃଦ୍ଧିର ମାର୍ଗ ପ୍ରଶସ୍ତ କରୁଛି: ଅମିତ ଶାହ

August 6, 2025

ଦେଶରେ ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ନିର୍ମାଣ ଲାଗି ଇଣ୍ଡିଆ ସିନେ ହବ୍ ପୋର୍ଟାଲ୍ ବ୍ୟବହାର କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ

August 6, 2025
Latest News

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୩ତମ ପ୍ରତିଷ୍ଠା ଦିବସ

August 6, 2025

ଆଇଆଇଏମସି ଢେଙ୍କାନାଳ ଏବଂ ଏସଆରଏଫଟିଆଇ କୋଲକାତା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

August 6, 2025

ଭୂମିହୀନ ଏବଂ ଗରିବ ଲୋକଙ୍କ ପାଇଁ ସମବାୟ କ୍ଷେତ୍ର ସମୃଦ୍ଧିର ମାର୍ଗ ପ୍ରଶସ୍ତ କରୁଛି: ଅମିତ ଶାହ

August 6, 2025

ଦେଶରେ ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ନିର୍ମାଣ ଲାଗି ଇଣ୍ଡିଆ ସିନେ ହବ୍ ପୋର୍ଟାଲ୍ ବ୍ୟବହାର କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ

August 6, 2025

ଅଗଷ୍ଟ ୬ ତାରିଖ ରାଶିଫଳ: ପଢନ୍ତୁ ଆଜିର ଦିନଟି କିପରି ରହିବ?

August 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.