ରାସାୟନିକ କାରଖାନାରେ ବିସ୍ଫୋରଣ: ୬ ଶ୍ରମିକ ମୃତ

Published: Apr 11, 2022, 10:31 am IST

ଅହମ୍ମଦାବାଦ: ଗୁଜୁରାଟର ଭରୁଚ ଜିଲ୍ଲାର ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟିଛି। ଯେଉଁଥିରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ପୋଲିସ ଏହି ସୂଚନା ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ ରବିବାର ରାତିରେ ଏହି ଘଟଣା ଘଟିଛି। ଅଧିକାରୀମାନେ କହିଛନ୍ତି ଯେ, ଅହମ୍ମଦାବାଦଠାରୁ ପ୍ରାୟ ୨୩୫ କିଲୋମିଟର ଦୂରରେ ଥିବା ଦହେଜ୍ ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ଥିବା ୟୁନିଟରେ ବିସ୍ଫୋରଣ ଘଟିଛି। ଭରୁଚ ପୋଲିସ ଅଧୀକ୍ଷକ ଲୀନା ପାଟିଲ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୬ ଜଣ ଶ୍ରମିକ ପ୍ଲାଣ୍ଟ ନିକଟରେ କାମ କରୁଥିଲେ।

“କାରଖାନାରେ ବିସ୍ଫୋରଣ ହେତୁ କାରଖାନାରେ ନିଆଁ ଲାଗିଯାଇଥିଲା। କାରଖାନା ନିକଟରେ କାର୍ଯ୍ୟ କରୁଥିବା ସମସ୍ତ ୬ ଜଣଙ୍କର ମୃତ୍ୟୁ ଘଟିଛି। ପରେ ମୃତଦେହ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ନିଆଁକୁ ଆୟତ୍ତ କରାଯାଇଛି। ଏହି ଦୁର୍ଘଟଣାରେ ଅନ୍ୟ କେହି ଆହତ ହୋଇନାହାଁନ୍ତି ବୋଲି ଅଧିକାରୀ କହିଛନ୍ତି।

Related posts