Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱଚ୍ଛତାକୁ ସଂକଳ୍ପରେ ପରିଣତ କରିବାକୁ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ସାଇକ୍ଲୋଥନ୍ 
ଆଜିର ଖବର

ସ୍ୱଚ୍ଛତାକୁ ସଂକଳ୍ପରେ ପରିଣତ କରିବାକୁ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ସାଇକ୍ଲୋଥନ୍ 

April 12, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱର: ସ୍ୱଚ୍ଛତାକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଗ୍ରହଣ କରିବା ନେଇ ଜନସାଧାରଣଙ୍କୁ ଉତ୍ସାହିତ କରିବା ଏବଂ ଏହି ଅଭିଯାନରେ ନିଜକୁ ସାମିଲ କରିବାର ମହତ ଉଦ୍ଦେଶ୍ୟରେ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଏକ ସାଇକ୍ଲୋଥନ୍‌ ଗତକାଲି ଆୟୋଜିତ ହୋଇଯାଇଛି। ସ୍ୱଚ୍ଛତା ପଖୱଡ଼ା ଅଭିଯାନର ଅଂଶ ସ୍ବରୂପ (୧-୧୫ ଏପ୍ରିଲ୍‌) ଏମ୍‌ସ ଭୁବନେଶ୍ୱର ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସଏଲ)ର ସହଯୋଗରେ ଏହି ସାଇକ୍ଲୋଥନ୍ ଅନୁଷ୍ଠିତ ହୋଇଥିଲା। ଏମ୍‌ସ ଭୁବନେଶ୍ୱରର ୨୭୦ରୁ ଅଧିକ ଡାକ୍ତରୀ ଛାତ୍ର, ଡାକ୍ତର ଏବଂ କର୍ମଚାରୀ ଏହି ସାଇକ୍ଲୋଥନରେ ଅଂଶଗ୍ରହଣ କରିଥିଲେ। ଏମ୍‌ସ ପରିସରରୁ ଆରମ୍ଭ ହୋଇଥିବା ଏହି ସାଇକ୍ଲୋଥନ୍‌ ଏସ୍‌ଓଏସ୍‌ ଚିଲ୍‌ଡ୍ରେନ ଭିଲେଜ୍‌ରେ ସମାପ୍ତ ହୋଇଥିଲା। ଏହା ୮ କିଲୋମିଟର ପଥ ଅତିକ୍ରମ କରିଥିଲା।
ଗତକାଲି ସକାଳେ ଏମ୍‌ସ ଭୁବନେଶ୍ୱର ଅଧୀକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତି ଏହି ସାଇକ୍ଲୋଥନ୍‌କୁ ପତାକା ଦେଖାଇ ଶଭାରମ୍ଭ କରିଥିଲେ। ପରିଚ୍ଛନ୍ନତାକୁ ଏକ ସଂକଳ୍ପ ଭାବେ ପରିଣତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମର  ଅଂଶଗ୍ରହଣକାରୀମାନେ ସାଇକେଲ୍‌ ଚଲାଇ ସ୍ୱଚ୍ଛ ପରିବେଶ, ସର୍ବସାଧାରଣ ସ୍ଥାନଗୁଡ଼ିକର ପରିଷ୍କାର ପରିଚ୍ଛନ୍ନତା, ପ୍ଲାଷ୍ଟିକ ମୁକ୍ତ ଭାରତ ଆଦିର ବାର୍ତ୍ତା ପ୍ରଦାନ କରିଥିଲେ।
ପୁଲିସ୍‌ କମିଶନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଏସ୍‌ଓଏସ୍‌ ଶିଶୁ ଗ୍ରାମରେ ଅନୁଷ୍ଠିତ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମାଜରେ ସ୍ୱଚ୍ଛତାର ବାର୍ତ୍ତା ପ୍ରଦାନ କରିବା ତଥା ଜନସାଧାରଣଙ୍କୁ ଏନେଇ ସଚେତନ କରିବା ଲକ୍ଷ୍ୟରେ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ନିଆଯାଇଥିବା ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ। ଏଥିସହିତ ରାଜ୍ୟରେ ଏହି ଜାତୀୟ ଅନୁଷ୍ଠାନ ପ୍ରଦାନ କରୁଥିବା ଅତ୍ୟାଧୁନିକ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମଧ୍ୟ କମିଶନର ଶ୍ରୀ ପ୍ରିୟଦର୍ଶୀ ବେଶ୍‌ ପ୍ରଶଂସା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଓଏସ୍‌ ଶିଶୁ ଗ୍ରାମ ନିର୍ଦ୍ଦେଶକ ଅବିନାଶ କୁମାର ହୋତା, ଏମ୍‌ସ ଅଧୀକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତି, କୁଳସଚିବ ବି ବି ମିଶ୍ର, ହସ୍ପିଟାଲ୍ ପ୍ରଶାସନ ବିଭାଗ ମୁଖ୍ୟ ତଥା କାୟାକଳ୍ପ ନୋଡାଲ୍ ଅଧିକାରୀ ଡ. ଜବାହର ଏସ୍ ପିଲ୍ଲାଇ, ଶିଶୁ ସର୍ଜରୀ ବିଭାଗର ଡ. କନିଷ୍କ ଦାସ, ଅତିରିକ୍ତ ପ୍ରଫେସର ହସ୍ପିଟାଲ୍ ପ୍ରଶାସନ ଡ(ମେଜର) ଏମ୍ ସି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏସ୍‌ଓଏସ୍‌ ଶିଶୁଗ୍ରାମର ମହାସଚିବ ସୁମନ୍ତ କର ଏହି କାର୍ଯ୍ୟକ୍ରମର ସଫଳତା କାମନା କରିବା ସହିତ ସ୍ୱଚ୍ଛତା ସମ୍ପର୍କରେ ଏକ ବାର୍ତ୍ତା ପ୍ରଦାନ କରିଥିଲେ।
ଏମ୍‌ସ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ତାଳଚେର ଷ୍ଟେସନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

March 27, 2026

ଚୀନକୁ ବଡ଼ ଝଟକା ଦେଲା: ହର୍ମୁଜ୍ ପ୍ରଣାଳୀରୁ ଫେରାଇଲା ଦୁଇଟି ବେଜିଂ ଜାହାଜ

March 27, 2026

ଜିଓ ଫାଇନାନ୍ସିଆଲ୍ – ଆଲିଆଞ୍ଜ୍ ପୁନଃବୀମା ମିଳିତ ଉଦ୍ୟୋଗର ଭାରତରେ କାର୍ଯ୍ୟ ଆରମ୍ଭ

March 27, 2026

ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଅବକାରୀ ଶୁଳ୍କ ହ୍ରାସ ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

March 27, 2026
Latest News

ତାଳଚେର ଷ୍ଟେସନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

March 27, 2026

ଚୀନକୁ ବଡ଼ ଝଟକା ଦେଲା: ହର୍ମୁଜ୍ ପ୍ରଣାଳୀରୁ ଫେରାଇଲା ଦୁଇଟି ବେଜିଂ ଜାହାଜ

March 27, 2026

ଜିଓ ଫାଇନାନ୍ସିଆଲ୍ – ଆଲିଆଞ୍ଜ୍ ପୁନଃବୀମା ମିଳିତ ଉଦ୍ୟୋଗର ଭାରତରେ କାର୍ଯ୍ୟ ଆରମ୍ଭ

March 27, 2026

ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଅବକାରୀ ଶୁଳ୍କ ହ୍ରାସ ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

March 27, 2026

“ହର୍ମୁଜ୍ ପଥ ଦେଇ ଭାରତ ଆସୁଛି ଆଉ ଚାରୋଟି ଏଲପିଜି ଜାହାଜ”: ବୈଦେଶିକ ମନ୍ତ୍ରଣାଳୟ

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.