Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସାଂସ୍କୃତିକ ଓ କ୍ରୀଡ଼ା ସଂସଦର ବାର୍ଷିକ ଉତ୍ସବ
ଆଜିର ଖବର

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସାଂସ୍କୃତିକ ଓ କ୍ରୀଡ଼ା ସଂସଦର ବାର୍ଷିକ ଉତ୍ସବ

April 12, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସାଂସ୍କୃତିକ ଓ କ୍ରୀଡ଼ା ସଂସଦର ବାର୍ଷିକ ଉତ୍ସବ

ଭୁବନେଶ୍ବର: ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡ଼ା ସଂସଦର ବାର୍ଷିକ ଉତ୍ସବ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ଵାରା ଆଜି ରବୀନ୍ଦ୍ର ମଣ୍ଡପ ଠାରେ ଉଦଘାଟିତ ହୋଇଯାଇଛି।

ନିଜର ଉଦ୍ଘାଟନୀ ଅଭିଭାଷଣରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ସାଂସ୍କୃତିକ କାର୍ଯ୍ୟକ୍ରମ ପରସ୍ପର ମଧ୍ୟରେ ଟିମ୍ ମନୋଭାବ ସୃଷ୍ଟି କରିଥାଏ। ସାଧାରଣ ପ୍ରଶାସନ ସାଂସ୍କୃତିକ ସଂସଦର ସଦସ୍ୟମାନେ ସଠିକ୍ ଭାବେ ନିଜର ଅଫିସ କାର୍ଯ୍ୟ ସଂପାଦନ କରିବା ସହ ସାମାଜିକ ଓ ସାଂସ୍କୃତିକ ଦାୟିତ୍ୱବୋଧ ତୁଲାଇ ଥିବାରୁ ଶ୍ରୀ ମହାପାତ୍ର ସେମାନଙ୍କୁ ସାଧୁବାଦ ଜଣାଇ ଥିଲେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ କୃଷି ଉତ୍ପାଦନ କମିଶନର ଶ୍ରୀ ସଞ୍ଜୀବ ଚୋପ୍ରା, ଅତିରିକ୍ତ ଶାସନ ସଚିବ ଶ୍ରୀ ଗଣେଶ ପାତ୍ର, ମାହାଲ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମବେତ ସଭ୍ୟ ସଭ୍ୟା ଓ ଦର୍ଶକ ମଣ୍ଡଳୀଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରେ ସାଂସ୍କୃତିକ ପରିଷଦର ମୁଖପତ୍ର ସତୀର୍ଥ ର ବାର୍ଷିକ ସଂଖ୍ୟାକୁ ମୁଖ୍ୟ ଶାସନ ସଚିବ ଏବଂ ସମ୍ମାନିତ ଅଟିଥିମାନେ ଉନ୍ମୋଚିତ କରିଥିଲେ।

ସାଂସ୍କୃତିକ ଓ କ୍ରୀଡ଼ା ପରିଷଦ ଦ୍ଵାରା ଆୟୋଜିତ ସୃଜନାତ୍ମକ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପୁରସ୍କାର ଓ ପ୍ରମାଣ ପତ୍ର ଦେଇ ଉତ୍ସାହିତ କରିଥିଲେ। ସଂସଦର କାର୍ଯ୍ୟକାରି ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଅମିୟ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ।

ସାଧାରଣ ସଭା ପରେପରେ ସଂସଦର ସଦସ୍ୟ ମାନଙ୍କ ଦ୍ଵାରା ‘ଜୀବନ ଏମିତି ‘ ଶୀର୍ଷକ ଏକ ଆକର୍ଷଣୀୟ ନାଟକ ପରିବେଷଣ କରାଯାଇଥିଲା। ନାଟ୍ୟକାର ମଳୟ ରାଉତଙ୍କ ଦ୍ଵାରା ରଚିତ ଏହି ନାଟକରେ କୈଳାସ ମହାପାତ୍ର ଅଭିନୟ ନିର୍ଦ୍ଦେଶନା, ଏବଂ ଗୀତିକାର ବିନୟ ଦାସ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସଦସ୍ୟ ମାନଙ୍କର ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ମୁଖ୍ୟ ଶାସନ ସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026
Latest News

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.