
ନୂଆଦିଲ୍ଲୀ: ଆଜି ସକାଳେ ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଛି। ରେକ୍ଟର ସ୍କେଲରେ ତୀବ୍ରତା 5.3 ବୋଲି ଜଣାପଡିଛି। ତେବେ ଏପର୍ଯ୍ୟନ୍ତ କୈଣସି ଜୀବନ ହାନି ଘଟିଥିବାର ଖବର ମିଳି ନାହିଁ।
ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଶୁକ୍ରବାର ଦିନ ପ୍ରାୟ 6:56 ସମୟରେ 5.3 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ହେଉଛି ଅରୁଣାଚଳ ପ୍ରଦେଶର ପାଙ୍ଗିନ୍। ତେବେ ଏହି ଭୂକମ୍ପକୁ ନେଇ ଲୋକେ ଭୟଭିତ ହୋଇପଡିଛନ୍ତି।
Tags: ଭୂକମ୍ପ