ଗଂଜାମରେ ମୃଦୁ ଭୂକମ୍ପ, ପାଣିପାଗ ବିଭାଗ ଦେଲା ସୂଚନା

Published: Apr 15, 2022, 5:42 pm IST

ଭୁବନେଶ୍ବର:  ଆଜି ଗଂଜାମ ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଏ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏହାର ତୀବ୍ରତା ରିକ୍ଟେର ସ୍କେଲରେ 3.5 ଥିଲା ବୋଲି କୁହାଯାଇଛି। ଏହା 10 କିଲୋମିଟର ପରିଧି ମଧ୍ୟରେ ଅନୁଭୂତ ହୋଇଥିବାର ଜଣାପଡିଛି।

ତେବେ ଏହି ଭୂକମ୍ପ ଦ୍ବାରା କୌଣସି କ୍ଷୟକ୍ଷତି ହୋଇଥିବାର ଜଣାପଡି ନାହିଁ।

Related posts