Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆ ବର୍ଷରେ ନୂଆ ରୂପରେ ଜୀ ସାର୍ଥକର ଦାଦାଗିରି
ଆଜିର ଖବର

ନୂଆ ବର୍ଷରେ ନୂଆ ରୂପରେ ଜୀ ସାର୍ଥକର ଦାଦାଗିରି

April 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡିଆ ନୂଆବର୍ଷରେ ନୂଆ ଚମକ ସହ ଜୀ ସାର୍ଥକର ‘ଦାଦାଗିରି’। ଏହି ଲୋକପ୍ରିୟ ରିୟଲିଟି ସୋରେ ପୁଣି ହେବ ପ୍ରତିଭାର ବିଜୟ। ଏହି କାର୍ଯ୍ୟକ୍ରମର ଟାଇଟଲ ରହିଛି ‘ପ୍ରତିଭାର ଦାଦାଗିରି’।

ତେବେ ଏହି ସୋ’ରେ ଏବେ ନଜର ଆସିବେ ଓଲିଉଡ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର। ଓଡିଆ ଟେଲିଭିଜନରେ ପ୍ରଥମ ଥର ପାଇଁ ସିଦ୍ଧାନ୍ତ ମହାପାତ୍ର ରିୟଲିଟି ସୋ’କୁ ହୋଷ୍ଟ କରିବେ। ଯାହାକୁ ନେଇ ପୁରା ଓଡିଶାବାସୀ ଏହି କାର୍ଯ୍ୟକ୍ରମକୁ ଚାହିଁ ବସିଛନ୍ତି।

ମନୋରଞ୍ଜନ ସାଙ୍ଗକୁ ସୂଚନାଧର୍ମୀ ହେବ ‘ପ୍ରତିଭାର ଦାଦାଗିରି’। ଏହି ରିୟଲିଟି ସୋ’ରେ ଓଡିଶାର କୋଣ ଅନୁକୋଣରୁ ପ୍ରତିଭା ଚୟନ କରିବେ ଓଲିଉଡ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର। ନିଜ ଅନ୍ଦାଜରେ ପ୍ରତିଯୋଗୀମାନଙ୍କ ସହ ମଜାମସ୍ତି କରିବେ ମୁନାଭାଇ। ମେଗା ରିୟଲିଟି ସୋ ‘ଦାଦାଗିରି ’ ଘରେ ଘରେ ସବୁବର୍ଗର ଲୋକଙ୍କୁ ମନୋରଞ୍ଜନ କରିଆସିଛି। ଏହି ରିୟଲିଟି ସୋ’ ସିଦ୍ଧାନ୍ତଙ୍କ ଚମକରେ ଆହୁରି ଅଧିକ ଚମକିବ ବୋଲି ଚ୍ୟାନେଲ ପକ୍ଷରୁ ଜୀସାର୍ଥକର ଚ୍ୟାନେଲ ମୁଖ୍ୟ ପ୍ରତିକ ସିଲ୍ ମତ ଦେଇଛନ୍ତି। ଓଲିଉଡ ମେଗାଷ୍ଟାର ସିଦ୍ଧାନ୍ତ ଅଭିନୟ, କ୍ରୀଡା, ରାଜନୀତି ସବୁଥିରେ ନିଜର ସ୍ୱତନ୍ତ୍ର ଛାପ ଛାଡିଛନ୍ତି। ତେଣୁ ‘ପ୍ରତିଭାର ଦାଦାଗିରି’ରେ ସିଦ୍ଧାନ୍ତଙ୍କ ହୋଷ୍ଟ ହି କାର୍ଯ୍ୟକ୍ରମରେ ଚାର ଚାନ୍ଦ ଲଗାଇବ ବୋଲି କୁହାଯାଇପାରେ।

ନବେ ଦଶକରୁ ନେଇ ଆଜି ଯାଏଁ ନିଜ ଅଭିନୟର ଯାଦୁରେ ଓଡିଶାବାସୀଙ୍କ ହୃଦୟ ଜିତି ଆସିଛନ୍ତି ସିଦ୍ଧାନ୍ତ ମହାପାତ୍ର। ପ୍ରାୟ ୧୮୦ରୁ ଅଧିକ ଓଡିଆ ସିନେମା ସହ ତାମିଲ ଓ ବଙ୍ଗାଳୀ ସିନେମାରେ ଅଭିନୟ କରି ସମସ୍ତଙ୍କର ଖାସ ପସନ୍ଦ ହୋଇପାରିଛନ୍ତି ମୁନାଭାଇ। ଆଜ ବି ଯୁବବର୍ଗଙ୍କ ପ୍ରଥମ ପସନ୍ଦ ସିଦ୍ଧାନ୍ତ ମହାପାତ୍ର। ଏବେ ବି ସିଦ୍ଧାନ୍ତଙ୍କ ଅଭିନୀତ ପ୍ରତିଟି ସିନେମା ଦର୍ଶକେ ଦେଖିବାକୁ ପାଗଳ ହୋଇଯାଆନ୍ତି। ସିରିୟଲରେ ମଧ୍ୟ ଅଭିନୟ କରି ଓଡିଆ ଦର୍ଶକଙ୍କ ମନ କିଣିଛନ୍ତି ମୁନାଭାଇ।

ସାତ ସାତ ଥର ଓଡିଶା ଫିଲ୍ମ ଫେୟାର ଆୱାର୍ଡ ଜିତିବାରେ ସିଦ୍ଧାନ୍ତ ହେଉଛନ୍ତି ଏକମାତ୍ର ଓଲିଉଡ ଅଭିନେତା। ନାୟକରୁ ଖଳନାୟକ ପ୍ରତିଟି ଅଭିନୟ ତାଙ୍କର ମନଛୁଆଁ ହୋଇଛି। ତେଣୁ ତାଙ୍କ ପ୍ରଶଂସକମାନେ ‘ପ୍ରତିଭାର ଦାଦାଗିରି’ରେ ନିଜ ପ୍ରିୟର ଅଭିନେତା ସିଦ୍ଧାନ୍ତଙ୍କୁ ଏବେ ଦେଖିବାକୁ ପାଇବେ। ଯାହାକୁ ନେଇ ସବୁଠି ଖୁସିର ଲହରୀ ଖେଳିଯାଇଛି। ଏହି ସୋ’ଟି ଜୀ ସାର୍ଥକରେ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯ଟା ୩୦ରେ ପ୍ରସାରିତ ହେବ।

ଓଡିଆ ନୂଆବର୍ଷ ଜୀ ସାର୍ଥକ ଦାଦାଗିରି
Share. Facebook Twitter LinkedIn Email WhatsApp Copy Link

Related Posts

ପଣ୍ୟ ପରିବହନ କ୍ଷେତ୍ରରେ ପୁଣି ଦେଶର ଏକ ନମ୍ବର ହେଲା ପୂର୍ବ ତଟ ରେଳପଥ

April 1, 2026

କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗସ୍‌-୨୦୨୬: ମହତ୍ୱପୂ୍‌ର୍ଣ୍ଣ ସ୍ଥାନରେ ସୋଆ

April 1, 2026

ଗ୍ରୀଷ୍ମ ଋତୁରେ ଯାତ୍ରୀ ଚାହିଦା ପୂରଣ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ସେବାରେ ସମ୍ପ୍ରସାରଣ

April 1, 2026

ଚଣ୍ଡିଗଡ଼: ବିଜେପି କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ

April 1, 2026
Latest News

ପଣ୍ୟ ପରିବହନ କ୍ଷେତ୍ରରେ ପୁଣି ଦେଶର ଏକ ନମ୍ବର ହେଲା ପୂର୍ବ ତଟ ରେଳପଥ

April 1, 2026

କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗସ୍‌-୨୦୨୬: ମହତ୍ୱପୂ୍‌ର୍ଣ୍ଣ ସ୍ଥାନରେ ସୋଆ

April 1, 2026

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ର ସିଦ୍ଧେଶ୍ୱରୀ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଉଦଘାଟିତ

April 1, 2026

ଗ୍ରୀଷ୍ମ ଋତୁରେ ଯାତ୍ରୀ ଚାହିଦା ପୂରଣ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ସେବାରେ ସମ୍ପ୍ରସାରଣ

April 1, 2026

ଚଣ୍ଡିଗଡ଼: ବିଜେପି କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.