
ଭୁବନେଶ୍ବର: ଓଡିଆ ସଂଗାତ ଜଗତର ପ୍ରଖ୍ୟାତ ସଂଗୀତଜ୍ଞ ପ୍ରଫୁଲ କର ଆଉ ନାହାଁନ୍ତି। ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଯାଇଛି। ସେ ଗତକାଲି ସ୍ବାଭାବିକ ଭାବେ ରାତ୍ରୀ ଭୋଜନ କରି ବିଶ୍ରାମ କରିଥିଲେ। ହେଲେ ରାତିରେ ସେ ହଠାତ ଅସୁସ୍ଥ ହୋଇପଡିଲେ। ତାଙ୍କର ଅକ୍ସିଜେନ ଲେବୁଲ ହ୍ରାସ ପାଇଥିଲା। ଆଉ ସେତିକି ବେଳେ ସେ ଦେହତ୍ୟାଗ କରିଥିଲେ ବୋଲି ତାଙ୍କ ପରିବାର ତରଫରୁ କୁହାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ଭୟସ ହୋଇଥିଲା।
ତାଙ୍କର ପରଲୋକ ଭୁବନେଶ୍ବରର ସତ୍ୟନଗରରେ ଥିବା ବାସ ଭବନରେ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କର ଧର୍ମପତ୍ନୀ ମନୋରମା କର, ଦୁଇ ପୁଅ ମହାଦୀପ ଏବଂ ମହାପ୍ରସାଦ ଉପସ୍ଥିତ ଥିଲେ। ଆଜି ପୁରୀର ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପର୍ଣ୍ଣ ହେବ। ୧୯୩୯ ଫେବ୍ରୁଆରୀ ୧୬ ତାରିଖରେ ପୁରୀରେ ଜନ୍ମଗ୍ରହଣ କରିଥିଲେ ପ୍ରଫୁଲ କର। ତାଙ୍କର ପରଲୋକ ଖବର ପ୍ରଚାର ହେବା ପରେ ବହୁ ଲୋକ ତାଙ୍କର ବାସଭବନରେ ଶେଷ ଦର୍ଶନ ପାଇଁ ଭିଡ କରିଛନ୍ତି।
Tags: ପ୍ରଫୁଲ କର