Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମ୍ବିଏଂଟ୍ ଇଂଟେଲିଜେନ୍ସର ଭୂମିକାକୁ ନେଇ ସମ୍ମିଳନୀ
ଆଜିର ଖବର

ସୋଆରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମ୍ବିଏଂଟ୍ ଇଂଟେଲିଜେନ୍ସର ଭୂମିକାକୁ ନେଇ ସମ୍ମିଳନୀ

April 18, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଗାମୀ ଭବିଷ୍ୟତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗର ଦିଗ ଏବଂ ନୂତନ ସମ୍ଭାବନାକୁ ନେଇ ଆମ୍ବିଏଂଟ ଇଂଟେଲିଜେନ୍ସ କ୍ଷେତ୍ରର ବିଶେଷଜ୍ଞମାନେ ସୋଆରେ ଅନୁଷ୍ଠିତ ଏକ ଆନ୍ତର୍ଜାତିକ ସମ୍ମିଳନୀରେ ଆଲୋଚନା କରିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଠାରେ ଏପ୍ରିଲ୍ ୧୫ ଓ ୧୬ ତାରିଖରେ ଏହି ସମ୍ମିଳନୀ ଭର୍ଚୁଆଲ୍ ମୋଡରେ ଅନୁଷ୍ଠିତ ହୋଇଥିଲା।

ମେସିନ୍ ଲର୍ଣ୍ଣିଂ ଓ ଇଂଟେଲିଜେଂଟ କମ୍ପ୍ୟୁଟିଙ୍ଗ୍‌ର ନୂତନ ପଦ୍ଧତି ଓ ଉଦ୍‌ଭାବନ ଏବଂ ବିଭିନ୍ନ କ୍ଷେତ୍ରରେ ବିଶେଷ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏସବୁର ପ୍ରୟୋଗ ସମ୍ପର୍କିତ ବିଷୟକୁ ନେଇ ଏ ସମ୍ବିଳନୀରେ ଆଲୋଚନା କରାଯାଇଥିଲା। କମ୍ପ୍ୟୁଟର ଆପ୍ଲିକେସନ୍ ବିଭାଗ ଦ୍ୱାରା ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ୮ଟି ସେସନ୍ ରହିଥିବା ବେଳେ ୫୬ଟି
ସନ୍ଦର୍ଭ ପ୍ରଦାନ କରାଯାଇଥିଲା। ଏଥି ସହିତ ଯୁବ ପ୍ରଶିକ୍ଷକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସେସନ୍‌ର ଆୟୋଜନ କରାଯାଇଥିଲା।

ଏହି ସମ୍ମିଳନୀରେ ବିଭିନ୍ନ ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନର ପ୍ରଫେସରମାନେ ଯୋଗ ଦେଇଥିଲେ। ଆମ୍ବିଏଂଟ ଇଂଟେଲିଜେନ୍ସ ଦ୍ୱାରା ଭବିଷ୍ୟତର ଇଂଟେଲିଜେଂଟ୍ କମ୍ପ୍ୟୁଟର୍‌ର ମାର୍ଗ ଦର୍ଶାଯାଉଥିବା ବେଳେ ଏଥି ନିମନ୍ତେ ଏକ୍ସପ୍ଲିସିଟ୍ ଇନ୍‌ପୁଟ୍ ଏବଂ ଆଉଟପୁଟ୍ ଡିଭାଇସ୍‌ର ଆବଶ୍ୟକତା ପଡ଼ୁ ନାହିଁ। ବରଂ ସେନ୍ସର ଏବଂ ପ୍ରୋସେସର ଦୈନନ୍ଦିନ ଡିଭାଇସ୍‌ରେ ବ୍ୟବହାର କରାଯାଉଛି।

ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଆଇଆଇଟି ଖଡଗପୁରର ଡକ୍ଟର ଦେବଦୁତ ଶିଟ ଓ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଚେନ୍ନାଇ ସ୍ଥିତ ଶଙ୍କର ନେତ୍ରାଳୟର ଭିଟ୍ରିଓରେଟିନାଲ୍ ସର୍ଭିସେସ୍ ବିଭାଗର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ରାଜୀବ ରଞ୍ଜନ, ବ୍ରାଜିଲ୍ ପାରାନା ସ୍ଥିତ ଫେଡେରାଲ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିର କମ୍ପ୍ୟୁଟର ସାଇନ୍ସ ବିଭାଗର ପ୍ରଫେସର ଡକ୍ଟର ଫାବ୍ରିସିଓ ଏମ୍‌. ଲୋପ୍ସ, ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିୁଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସ ଆଣ୍ଡ ଆପ୍ଲିକେସନ୍‌ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ସୁଦର୍ଶନ ପାଢ଼ୀ, ବାଂଲାଦେଶ ୟୁନିଭର୍ସିଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ସେଲିଆ ସେହନାଜ୍ ଏବଂ ଆଇଆଇଟି ରୋପାର୍‌ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ଦୀପ୍ତି ଆର. ବଥୁଲାଙ୍କ ଭଳି ବିଶେଷଜ୍ଞମାନେ ଏହି ସମ୍ମିଳନୀରେ ଯୋଗ ଦେଇ ମତ ରଖିଥିଲେ।

ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ସେସନ୍‌ରେ ସୋଆର ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ତଥା ଏଆଇସିଟିଇର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ବ୍ରାଜିଲ୍‌ର ୟୁନିଭର୍ସିଟି ଅଫ୍ ସାଓ ପାଓଲୋର ପ୍ରଫେସର ରୋନାଲ୍ଡୋ ଫୁମିଓ ହାସିମୋଟୋ ବକ୍ତବ୍ୟ ରଖିଥିଲେ।

ଆଇଟିଇଆର୍‌ର କମ୍ପ୍ୟୁଟର ଆପ୍ଲିକେସନ୍ ବିଭାଗର ପ୍ରଫେସର ତଥା ମୁଖ୍ୟ ଡକ୍ଟର ତ୍ରିପ୍ତି ସ୍ୱର୍ଣ୍ଣାକାର ଏବଂ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ଦେବବ୍ରତ ସିଂହ ଏବଂ ଡକ୍ଟର ସର୍ବେଶ୍ୱର ହୋତା ଭର୍ଚୁଆଲ୍ ମୋଡ୍‌ରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀ ପରିଚାଳନା କରିଥିଲେ।

ବୈଷୟିକ ଜ୍ଞାନକୌଶଳ ସୋଆ ସ୍ୱାସ୍ଥ୍ୟସେବା
Share. Facebook Twitter LinkedIn Email WhatsApp Copy Link

Related Posts

ବୟସ ଜାଲିଆତି ପାଇଁ ଏହି ଖେଳାଳିଙ୍କୁ ବାଦ ଦେଲା BCCI: ଭାରତୀୟ ଦଳରେ ପରିବର୍ତ୍ତନ

September 8, 2026

ମାମୁଲି ବଚସାରୁ ମର୍ଡର: ଅବସରପ୍ରାପ୍ତ ସଂଗୀତ ଶିକ୍ଷକ ମୃତ

September 8, 2026

ପାକିସ୍ତାନରେ ଅହମଦୀୟା ସମ୍ପ୍ରଦାୟ ଉପରେ ନିର୍ଯାତନା ପ୍ରସଙ୍ଗ: ଚେତାବନୀ ଦେଲା ଜାତିସଂଘ

September 8, 2026

୨୦୨୭ ଟାର୍ଗେଟ୍‌ରେ କଂଗ୍ରେସ: ଉତ୍ତରାଖଣ୍ଡରେ ମୁଦ୍ଦା ନୁହେଁ, ରଣନୀତିର ଖେଳ

September 8, 2026
Latest News

ବୟସ ଜାଲିଆତି ପାଇଁ ଏହି ଖେଳାଳିଙ୍କୁ ବାଦ ଦେଲା BCCI: ଭାରତୀୟ ଦଳରେ ପରିବର୍ତ୍ତନ

September 8, 2026

ମାମୁଲି ବଚସାରୁ ମର୍ଡର: ଅବସରପ୍ରାପ୍ତ ସଂଗୀତ ଶିକ୍ଷକ ମୃତ

September 8, 2026

HDFC Bankର ବଡ଼ ଘୋଷଣା: କମିଲା ଋଣର ସୁଧ ହାର, ଜାଣନ୍ତୁ କେତେ

September 8, 2026

ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ ଅଟୋ ଚାଳକ

September 8, 2026

ପାକିସ୍ତାନରେ ଅହମଦୀୟା ସମ୍ପ୍ରଦାୟ ଉପରେ ନିର୍ଯାତନା ପ୍ରସଙ୍ଗ: ଚେତାବନୀ ଦେଲା ଜାତିସଂଘ

September 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.