Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁସୁଡ଼ିବାରେ ଲାଗିଛି କଳାହାଣ୍ଡି ଆଦିବାସୀ ଅଞ୍ଚଳରେ ଶିକ୍ଷାର ଭିତ୍ତିଭୂମି
ଆଜିର ଖବର

ଭୁସୁଡ଼ିବାରେ ଲାଗିଛି କଳାହାଣ୍ଡି ଆଦିବାସୀ ଅଞ୍ଚଳରେ ଶିକ୍ଷାର ଭିତ୍ତିଭୂମି

April 18, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଦେଦର ଏକ ଆଦିବାସୀ ବହୁଳ ଅନଗ୍ରସର ପଞ୍ଚାୟତ ଅଟେ। ଏହି ପଞ୍ଚାୟତର ଗୋଳମୁଣ୍ଡା ଗ୍ରାମର ଏକ ପଡା ଶବର ପଡା। ଇନ୍ଦ୍ରାବତୀ ଦକ୍ଷିଣ କେନାଲ ପାଖରେ ରହିଛି ଶବର ପଡା ପ୍ରାଥମିକ ବିଦ୍ୟାଳୟ। ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଚାଳିଶ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସେମାନଙ୍କ ଶିକ୍ଷାଦାନ ପାଇଁ ନିୟୋଜିତ ଅଛନ୍ତି ତିନିଜଣ ଶିକ୍ଷକ।

୨୦୦୮ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟର ଶ୍ରେଣୀଗୃହ ଗୁଡିକ ବିପଦସଂକୁଳ ଅବସ୍ଥାରେ ପହଂଚିଲାଣି। ଶ୍ରେଣୀ ଗୃହ ଗୁଡିକର ଛାତରେ ସିମେଣ୍ଟ ଢଳେଇ ଫାଟି ଆଁ କଲାଣି।ଶ୍ରେଣୀ ଗୃହରେ ପାଠ ପଢିବା ସମୟରେ ଶିକ୍ଷକ ଓ ଛାତ୍ରଛାତ୍ରୀ ବିପଦ ଆଶଙ୍କାରେ ରହୁଛନ୍ତି।ଇନ୍ଦ୍ରାବତୀ ଦକ୍ଷିଣ କେନାଲକୁ ଏହି ବିଦ୍ୟାଳୟଟି ଲାଗି ରହିଛି। କେନାଲରେ ଜଳ ପ୍ରଭାହିତ ସମୟରେ କୋମଳମତି ଛାତ୍ରଛାତ୍ରୀ ବିପଦର ସମ୍ମୁଖୀନ ହେବା ସମ୍ଭାବନାକୁ ଏଡାଇ ଦିଆ ଯାଇ ନ ପାରେ।

ଏହି ପରିପ୍ରେକ୍ଷୀରେ ସ୍କୁଲ ଚାରିପଟେ ପାଚେରୀ ନିର୍ମାଣ ଅନିବାର୍ଯ୍ୟ ହୋଇ ପଡିଛି। ସ୍କୁଲର ବହୁବିଧ ସମସ୍ୟା ସମ୍ପର୍କରେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନକୁ ଜଣାଇଥିଲେ ହେଁ ଅଦ୍ୟାବଧି ସୁଫଳ ପାଇ ପାରି ନାହାନ୍ତି। ଏହି ବିଦ୍ୟାଳୟର ଆନୁସଙ୍ଗିକ ଭିତ୍ତିଭୂମି ଯଥା ନୂତନ ସ୍କୁଲଗୃହ, ପାଚେରୀ, ଶୌଚାଳୟ ଆଦି ନିର୍ମାଣ ଦିଗରେ ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବୀ କରୁଛନ୍ତି।

ଆଦିବାସୀ ଅଞ୍ଚଳ କଳାହାଣ୍ଡି
Share. Facebook Twitter LinkedIn Email WhatsApp Copy Link

Related Posts

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ଅଭିଯାନ ସଫଳତାର ସହ ସମ୍ପନ୍ନ

October 9, 2026

ପାରାଦୀପ ଉପକୂଳରେ ଭାରତୀୟ ତଟରକ୍ଷୀ ବାହିନୀର ଦ୍ୱାଦଶ ଜାତୀୟ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର ଅଭ୍ୟାସ

October 9, 2026

ମା’ ଭଗବତୀଙ୍କ ପୀଠରେ ପ୍ରସିଦ୍ଧ ଭେଟ ଯାତ୍ରା: ଏହି ଦିନ ଦୁଇ ଭଉଣୀଙ୍କ ହେବ ଅପୂର୍ବ ମିଳନ ଉତ୍ସବ

October 9, 2026

ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ‘ବିଶ୍ୱ ବିକାଶ ରିପୋର୍ଟ ୨୦୨୬: କୃତ୍ରିମ ବୁଦ୍ଧିମତାର ପ୍ରତିଶ୍ରୁତି’ ଉନ୍ମୋଚିତ

October 9, 2026
Latest News

ଜଳବାୟୁରେ ମହାବିପର୍ଯ୍ୟୟ: ତାପମାତ୍ରା ରେକର୍ଡ ଭାଙ୍ଗିଲା ଅଲ୍ ନିନୋ

October 9, 2026

ମୋତେ ନୋବେଲ୍ ନଦେଲେ କମିଟି ବଦନାମ ହେବ: ଡୋନାଲ୍ଡ ଟ୍ରମ୍ପ୍

October 9, 2026

୧୫ ରେ ଏସିଆଡ୍ ବିଜେତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

October 9, 2026

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ଅଭିଯାନ ସଫଳତାର ସହ ସମ୍ପନ୍ନ

October 9, 2026

ଆଇପିଏଲ୍‌-ପିଏସ୍‌ଏଲ୍ ହେବେ ମୁହାଁମୁହିଁ: ମାର୍ଚ୍ଚ ୧୮ରୁ ପାକିସ୍ତାନ ସୁପର ଲିଗ୍‌

October 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.